ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତିଶୀଳ ରାଜ୍ୟର ଦୁର୍ଗମ ଅଞ୍ଚଳର କରୁଣ କାହାଣୀ ଗାଁକୁ ଆମ୍ବୁଲାନ୍ସ ଅପହଞ୍ଚ

ଥୁଆମୂଳ ରାମପୁର:୧୮/୮- ମ.ନି.ସ:– ଆଜିର ମନୁଷ୍ୟ ସମାଜ ଆଜି ବି ଦହନୀୟ ଜୀବନ ଯାପନ କରୁଥିବା ଜଣାପଡିଛି। ସରକାରଙ୍କ ସଡକ ଯୋଜନା ଏକ ପ୍ରକାର ଲୋକଙ୍କ ପ୍ରତି ପ୍ରହସନ ପାଲଟିଛି। ସବୁ ଦିନିଆ ଭଲ ରାସ୍ତା ଖଣ୍ତେ ପାଇପାରିଲେ ନାହିଁ। ଲୋକେ ଚଳପ୍ରଚଳ କରିବାପାଇଁ କେତେଯେ କଷ୍ଟ ଅନୁଭବ କରୁଛନ୍ତି, ଯିଏ ନିଜ ଆଖିରେ ଦେଖିଛି ସେହିଁ ବିଶ୍ବାସ କରିପାରିବେ। ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ, ଯାହାଫଳରେ ଲୋକମାନେ ବିଭିନ୍ନ ସମୟରେ କାନ୍ଧରେ ରୋଗୀ କିମ୍ବା ମୃତ ବ୍ଯକ୍ତିଙ୍କୁ କାନ୍ଧରେ ବୋହି ନେବା ଘଟଣା ସାମ୍ମାକୁ ଆସିଛି। ଏହିଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ପାହାଡ ପର୍ବତ ଘେରା ଥୁଆମୂଳ ରାମପୁର ବ୍ଳକ କେରପାଇ ଗ୍ରାମପଞ୍ଚାୟତ ଅଧିନସ୍ଥ ମୁରଲୀମୁଇଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା। ତେଣୁ ଲୋକେ ଶବକୁ ଖଟିଆ ସାହାଯ୍ୟ ରେ କାନ୍ଧରେ ବୋହିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି। ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ, ମୁରଲୀମୁଇଁ ଗ୍ରାମର ମଧୁ ମାଝୀ (୬୯) ରାୟଗଡା ମୂଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରାୟଗଡା ଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଶବକୁ ନିଜ ଗାଁକୁ ଆଣାଯିବା ବାଟରେ ଆମ୍ବୁଲାନ୍ସ ୧୦୮ ଗାଡିଟି ରାସ୍ତାଘାଟ ଅଭାବରୁ ଗାଁକୁ ଯାଇପାରିଲା ନାହିଁ, ସର୍ଗିପଦର ଗ୍ରାମରେ ଶବକୁ ଓହ୍ଲାଇବା ପାଇଁ ବାଧ୍ୟ ହେଲା ଓ ଚାଲିଗଲ। ଗ୍ରାମବାସୀ ଶବକୁ ନିଜ ଗାଁକୁ ଖଟିଆରେ ବୋହି ନେଇଥିଲେ। ଏହି ମୂରଲୀମୁଇଁରେ ଗାଁରେ ୬୦ ଘର ଥିବାବେଳେ ଜନ ସଂଖ୍ୟା ୨୪୦ ଜଣ ବସବାସ କରିଆସୁଛନ୍ତି। ହେଲେ ଏମାନଙ୍କ ପାଇଁ ସବୁଦିନିଆ ରାସ୍ତା ଖଣ୍ତେ ମିଳିପାରିଲା ନାହିଁ। ତେବେ ଶାସକ ଦଳର କିଛି ନେତାଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ଏହି ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ତେ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଅଛି। ତେଣୁ ମୂରଲୀମୁଇଁ ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ତେ କରାଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କୋକସରା ବ୍ଲକ ରେ ଖରିଫ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

କନ୍ଧମାଳ ଓ କଳାହାଣ୍ଡି ସୀମା ମୁଣ୍ଡାମସ୍କା ଠାରେ ମାଓ କ୍ଯାମ୍ପ୍ ଠାବ

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ତୁମେ ହିଁ ତୁମେ

Sunil Chandra Nayak

Leave a Comment

error: Content is protected !!