ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ପୌର ସଫେଇ କର୍ମଚାରୀଙ୍କର ସ୍ଥାୟୀ ନିଯୁକ୍ତି ଦାବିରେ ଆନ୍ଦୋଳନ

ଭବାନୀପାଟଣା:୧/୬- ମ.ନି.ସ:– ସରକାରଙ୍କ ଗରିବ ମାରଣ ନୀତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ସମାଧାନ ନେଇ ସରକାଙ୍କ ପକ୍ଷରୁ କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗରିବ ଲୋକେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଭାବରେ କାମ କରିଆସୁଛନ୍ତି।ସେମାନ ଙ୍କ ଭବିଷ୍ୟତ ଅନ୍ଧାର ଭିତ ଦେଇଗତି କରୁଅଛି। ସେମାନଙ୍କର ଭବିଷ୍ୟତ ବୋଲି କିଛି ନାହିଁ। ସରକାର ସେମାନଙ୍କୁ ଅଣଦେଖା କରୁଛନ୍ତି। ସେନେଇ କେତେକ ସ୍ଥାନରେ ଆନ୍ଦୋଳନ ମଧ୍ୟ ଜାରି ରହୁଛି। ଏଭଳି ଏକ ଆନ୍ଦୋଳନ ଜାରି ରଖିଥିବା ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ମ୍ଯୁନିସିପାଲିଟି ସଫେଇ କର୍ମଚାରୀଙ୍କୁ ଏନ୍.ଏମ୍ ଆର କରାଯିବା ପାଇଁ ସେମାନଙ୍କର ଦାବି ଉଗ୍ର ରୂପ ନେଇଛି। ଏହି କର୍ମଚାରୀ ମାନେ ଶୀତ କାକର, ଖରାବର୍ଷା କୁ ଖାତିର ନକରି ସଫେଇ କାର୍ଯ୍ଯରେ ନିୟୋଜିତ ରହି ନିଜ ଦାୟିତ୍ୱ ତୁଲାଇବାରେ କେବେ ଅବହେଳା କରୁନାହାନ୍ତି। ମ୍ଯୁନିସିପାଲିଟି ବିଭାଗ ତରଫରୁ ଠିକାଦାରଙ୍କ ଜରିଆରେ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରି କମ ଦରମା ଦେଉଛନ୍ତି, ଏହାକୁ ନେଇ ୧୫୨ ଜଣ ସଫେଇ କର୍ମଚାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ମ୍ଯୁନିସିପାଲିଟିରେ କାର୍ଯ୍ଯରତ ୧୬ ଜଣ ସଫେଇ କର୍ମଚାରୀ ଙ୍କୁ ଏନ୍.ଏମ୍.ଆର ଭାବେ ନିଜର ଦାୟିତ୍ୱ ତୁଲାଇ ୪୦ ହଜାର ଟଙ୍କା ପାଉଥିବା ବେଳେ ଠିକା କାମରେ ନିୟୋଜିତ ସଫେଇ କର୍ମଚାରୀ ଙ୍କୁ ମାତ୍ର ୯ ହଜାର ଟଙ୍କା ଦିଆଯାଉଛି। ଏପରି କି ଗତ ଅପ୍ରେଲ ମାସ ୯ ତାରିଖରେ ପ୍ରଥମ ପୌର ପରିଷଦ ବୈଠକରେ ସଫେଇ କର୍ମଚାରୀ ଙ୍କୁ ଏନ୍.ଏମ,ଆର କରାଯିବା ସହ ଏନ୍.ଏମ୍.ଆର ମାନଙ୍କୁ ପଦୋନ୍ନତି ବିଷୟକୁ ସ୍ଥାନୀତ କରିବା ପ୍ରସ୍ତାବ ରହିଥିଲା। କିନ୍ତୁ ଏହା ଉପରେ ବିଚାର ନକରି ପୂର୍ବଭଳି ଠିକାଦାର ପ୍ରସଙ୍ଗ କୁ ଯୋଡି ଦିଆଯାଇଛି। ସଫେଇ କର୍ମଚାରୀ ମାନେ ସେମାନଙ୍କୁ ଏମ୍.ଏନ୍.ଆର ମାନ୍ଯତା ଦେବା ଓ ଏନ୍.ଏମ୍.ଆର୍ ମାନଙ୍କୁ ପଦୋନ୍ନତି କରାଯିବା ନିଷ୍ପତ୍ତିକୁ ରେଜୁଲେସନରେ ସାମିଲ କରିବା ପାଇଁ ଦାବି କରିଥିଲେ। ଏହାକୁ ମ୍ଯୁନିସିପାଲିଟି କୌଣସି ପ୍ରକାରେ ବିଚାର ନକରି ଅଣଦେଖା କରିଛନ୍ତି। ଏହାର ଜବାବ ସଦୃଶ୍ୟ ସଫେଇ କର୍ମଚାରୀ ପୌରପାଳିକା କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଫେଇ କର୍ମଚାରୀ ସଂଘ ପକ୍ଷରୁ ଅଧ୍ଯକ୍ଷାଙ୍କୁ ୪ ଦଫା ସମ୍ବଳିତ ଏକ ଦାବିପତ୍ର ସଂଘର ସଭାପତି ତଥା ସାଂସଦଙ୍କ ପ୍ରତିନିଧି ଚିନ୍ମୟ ବେହେରା,ରବିନ୍ଦ୍ର ନାଏକ, ରାଜେଶ ବେହେରା, ଦୀପକ ନାଏକ, ସଞ୍ଜୀତ ବେହେରା, ଲଳିତା ନାଏକ ଓ ପୁଷ୍ପାଞ୍ଜଳି ନାଏକଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଧ୍ଯକ୍ଷା ସଂଯୁକ୍ତା ବେହେରା ସଫେଇ କର୍ମଚାରୀ ଙ୍କ ଦାବି ସମ୍ବନ୍ଧରେ ଆଲୋଚନା କରିବା ନେଇ ଜରୁରୀ କାଉନସିଲ ବୈଠକ ଡକାଯିବ ଓ ପରିଷଦର ନିଷ୍ପତ୍ତି କ୍ରମେ ରାଜ୍ୟ ସରକାରଙ୍କୁ ଜଣେଇ ଦିଆଯିବ ବୋଲି କହିଥିବା ବିଷୟକୁ ଚିନ୍ମୟ ବେହେର ସଫେଇ କର୍ମଚାରୀ ପାଖରେ ପ୍ରକାଶ କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ବିଜୁ ଜନତା ଦଳର ଜନ ସଂର୍ପକ ପଦଯାତ୍ରା

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଜୀବନ ରଥ 

କନିଅର ଫଳ ଖାଇ ବୃଦ୍ଧା ଗୁରୁତର

Sunil Chandra Nayak

Leave a Comment

error: Content is protected !!