ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଡି ସାଇଡ ଦିଆକୁ ନେଇ ଗଣ୍ଡଗୋଳ, ଜଣେ ଗୁରୁତର ଥାନାରେ ମାମଲା

ପାପଡାହାଣ୍ଡି,7/10, ମନିସ —ପାପଡାହାଣ୍ଡି ଥାନା ଅନ୍ତର୍ଗତ ମୃଗ ବିହାର ରାସ୍ତାରେ ଦୁଇ ବିପରୀତ ଦିଗରୁ ଆସୁଥିବା ଗାଡି ସାଇଡ ଦିଆକୁ ନେଇ ଦଶହରା ଦିନ ଗଣ୍ଡଗୋଳ ହୋଇଛି | ଏଥିରେ ଗୋଟିଏ ଗାଡିର ମହିଳା ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଓ ଦିଅର ଆହତ ହୋଇଛନ୍ତି | ଏ ନେଇ ସେମାନେ ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି | ସୂଚନା ମୁତାବକ ନବରଙ୍ଗପୁର ମାଝୀଗୁଡା ଗ୍ରାମର ବଳରାମ ହରିଜନ, ପତ୍ନୀ ରୁନି ହରିଜନ, ଭାଇ ନାରାୟଣ ହରିଜନ ଏବଂ ଭାଇ ବୋହୁ ସନ୍ତୋଷୀ ହରିଜନ ସହ 5ଜଣ ଛୁଆ ଙ୍କୁ ଧରି ପାପଡାହାଣ୍ଡି ଦଶହରା ଦେଖିବା ଲାଗି ଆସିଥିଲେ | ମାଝୀଗୁଡା ଫେରିବା ବେଳେ ରାତ୍ର ପ୍ରାୟ 1ଘଣ୍ଟା ସମୟରେ ମୃଗ ବିହାର ନିକଟରେ ବିପରୀତ ଦିଗରୁ ଆସୁଥିବା ଗାଡି OD 33H 0927 ଗାଡି ସହ ସାଇଡ ଦେବାକୁ ଗାଡି ଭିତରେ ବସିଥିବା ଯାତ୍ରୀ ଙ୍କ ସହ ସେମାନଙ୍କ ବଚଷା ହୋଇଥିଲା।  ଏତେଲା କ୍ରମେ ଅଭିଯୋଗ କରିଛନ୍ତି ଯେ ଗାଡି ଭିତରେ ବସିଥିବା ସୁବ୍ରତ ପରିଡା ଓ ପାଞ୍ଚ ଜଣ ତାଙ୍କ ଉପରେ ଆକ୍ରମଣ କରିଥିଲେ | ତାଙ୍କ ପତ୍ନୀ ଓ ଭାଇ ଏହାର ପ୍ରତିରୋଧ କରିବାରୁ ସେମାନଙ୍କୁ ବି ଆକ୍ରମଣ କରିଥିଲେ | ଆକ୍ରମଣରେ ବଳରାମ ଓ ନାରାୟଣ ସାମାନ୍ୟ ଆହତ ଓ ରୁନି ଗୁରୁତର ହୋଇଥିଲେ | ସେମାନଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠି ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା, ପରେ ଗୁରୁତର ରୁନି ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନନ୍ତ କରାଯାଇଥିଲା | ଅଭିଯୋଗ ଅଧାରେ ପାପଡାହାଣ୍ଡି ପୋଲିସ କେଶ ନମ୍ବର 175/22 ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି | ବଳରାମ ପରିବାର ଉପରେ ଜାତି ଆଣ ନେଇ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି | ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କର୍ମୀ ଗୁରୁତର

Sunil Chandra Nayak

ବନ୍ଧା ଗାଁରେ ଶ୍ରୀରାମ ନବମୀ ଉପଲକ୍ଷେ ଅଷ୍ଟପ୍ରହରୀ ନାମ ଯଜ୍ଞ ଆୟୋଜିତ

Sunil Chandra Nayak

କବିତା – ହେ ମହାବାହୁ

Sunil Chandra Nayak

Leave a Comment

error: Content is protected !!