ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକଙ୍କ ପରଲୋକ

ରାଉରକେଲା/ ରାଉରକେଲାର ଜଣାଶୁଣା ବ୍ୟକ୍ତିତ୍ବ ତଥା ଉଦିତନଗର ଜଗନ୍ନାଥ ମନ୍ଦିରର ମୁଖ୍ୟସେବକ ବିଶ୍ବନାଥ ମଲ୍ଲ ଓରଫ ଚୈତନ୍ଯ ବାବୁଙ୍କ ଗତ ଗୁରବାର ରାକ୍ଷୀପୂର୍ଣ୍ଣିମା ଦିନ ମହାପ୍ରୟାଣ ଘଟିଛି। ସ୍ବର୍ଗତ ମଲ୍ଲ ଜଗତସିଂହପୁର ର ମୂଳ ବାସିନ୍ଦା ହୋଇଥିଲେ ହେଁ ସେ ଇସ୍ପାତ କାରଖାନା ରେ କାମ କରୁଥିବା ସମୟରେ ଶ୍ରୀମା ପ୍ରିଣ୍ଟର୍ସ,ମା ମେଡିସିନ୍,ମା ମୋଟର୍ସ ଓ ଚୈତନ୍ଯ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ୬୦ବର୍ଷ ହେବ ଏସଟିଆଇ ନିକଟରେ ରହି ଆସୁଥିବା ବେଳେ ଉଦିତନଗରରେ ଅନୁଷ୍ଠିତ ହେଉଥିବା ରଥଯାତ୍ରା ସମୟରେ ସେ ରାଜା ଭୂମିକାରେ ଅବତୀର୍ଣ୍ଣ ହୋଇ କାର୍ଯ୍ୟ ନିର୍ବାହ କରୁଥିଲେ। ଏକ ଉଚ୍ଚ ସଭ୍ୟ ଏକାର୍ଣ୍ଣବର୍ତ୍ତୀ ପରିବାର ମୁଖ୍ୟ ହିସାବରେ ତଥା ନିଜର ସାମାଜିକ ପ୍ରତିବଦ୍ଧତା ଯୋଗୁଁ ଅନେକ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ ହୋଇଥିଲେ। ଏହା ସହ ନିଜ ଜନ୍ମମାଟିରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି। ଏହି ଜଗନ୍ନାଥ ପ୍ରେମୀ ସ୍ବର୍ଗତ ମଲ୍ଲ ଙ୍କୁ ପୁରୀ ସ୍ବର୍ଗଦ୍ବାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ତାଙ୍କ ବିୟୋଗରେ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହ ଶୋକାତୁର ପରିବାରକୁ ସମବେଦନା ଜଣାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିର୍ଭୀକ ଦାୟିତ୍ବବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ର ମାଧ୍ୟମ ହେଉ ୱେବମିଡ଼ିଆ

Sunil Chandra Nayak

ଗାଁ କଲ୍ୟାଣ ସମିତି ରୁ ଗ୍ରାମ ସ୍ତରୀୟ ଶିଶୁ କଲ୍ୟାଣ ଏବଂ ସୁରକ୍ଷା କମିଟି ଗଠନ 

Sunil Chandra Nayak

ଚପ୍ରିଆ ଗୋଷ୍ଟୀ ସ୍ଵାସ୍ତ୍ୟକେନ୍ଦ୍ର ଠାରେ ମହିଳା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!