ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ମୂଲ୍ୟାଙ୍କନ ଜୀବନର

ମୂଲ୍ୟାଙ୍କନ ଜୀବନର

                  

    ଶ୍ରୀମତୀ କଲ୍ୟାଣୀ ନନ୍ଦ

                   କେହି କି କେବେ ବୁଝିଛି,
          ପରସ୍ତ ପରସ୍ତ ହୋଇ ଉନ୍ମୋଚିତ,
 ରହସ୍ୟମୟ ଜୀବନର ପ୍ରତିଟି ଅଧ୍ୟାୟ କେବେ କି ଜୀବନ ପାତ୍ର ପୂର୍ଣ୍ଣତା ଲଭିଛି ?
          ବୋଧହୁଏ ନୁହେଁ…….।
       ଦୁଃଖ ବିନା ସୁଖ, ଲୁହ ବିନା ହସ,
         ଶୂନ୍ୟତା ବିନା ପୂର୍ଣ୍ଣତା ର କି ଅସ୍ତିତ୍ବ ଥାଏ ?
  କିଛି ରିକ୍ତତା ହିଁ ପୂର୍ଣ୍ଣତା ର ମୂଲ୍ୟାଙ୍କନ କରିଥାଏ,
   ଦୁଃଖ ର ସ୍ପର୍ଶ ହିଁ ସୁଖକୁ ସୁନ୍ଦର କରିଥାଏ,
        ଲୁହ ଭିଜା ହସ ରେ ହିଁ ଜୀବନର ଅର୍ଥ ଲୁଚିଥାଏ,
   ବୋଧହୁଏ…. ଜୀବନର ଚଲାପଥରେ ଚାଲୁଚାଲୁ,
     ଏମିତି କିଛି ରିକ୍ତ ସ୍ଥାନ ଭରିହୁଏନା,                
         ସେଇ କିଛି ରିକ୍ତତା ହିଁ ,   
      ପ୍ରତିଟି ମୂହୁର୍ତ୍ତ କୁ ବ୍ୟଥିତ କରୁଥାଏ,
      ଯନ୍ତ୍ରଣାଦାୟକ ସ୍ମୃତି ଟିଏ ହୋଇ,
      ହୃଦୟର କେଉଁ ଏକ ନିଭୃତ ଇଲାକାରେ,
        ରହିଥାଏ ସବୁଦିନ ପାଇଁ।।।

     

        ସମ୍ବଲପୁର

Related posts

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଭଡାରେ ରିହାତି ମିଲିବ

Sunil Chandra Nayak

ତିନୋଟି ଅନଥା ଶିଶୁଙ୍କୁ ଉଦ୍ଧାର , ଲୁହ ଭରା ଆଖିରେ ବିଦାୟ ଦେଲେ ଗ୍ରାମବାସୀ 

Sunil Chandra Nayak

ଶ୍ରୀନିବାସ ପଣ୍ଡାଙ୍କ କବିତା ନୃସିଂହ ଚତୁର୍ଦ୍ଦଶୀ

Leave a Comment

error: Content is protected !!