ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ମୂଲ୍ୟାଙ୍କନ ଜୀବନର

ମୂଲ୍ୟାଙ୍କନ ଜୀବନର

                  

    ଶ୍ରୀମତୀ କଲ୍ୟାଣୀ ନନ୍ଦ

                   କେହି କି କେବେ ବୁଝିଛି,
          ପରସ୍ତ ପରସ୍ତ ହୋଇ ଉନ୍ମୋଚିତ,
 ରହସ୍ୟମୟ ଜୀବନର ପ୍ରତିଟି ଅଧ୍ୟାୟ କେବେ କି ଜୀବନ ପାତ୍ର ପୂର୍ଣ୍ଣତା ଲଭିଛି ?
          ବୋଧହୁଏ ନୁହେଁ…….।
       ଦୁଃଖ ବିନା ସୁଖ, ଲୁହ ବିନା ହସ,
         ଶୂନ୍ୟତା ବିନା ପୂର୍ଣ୍ଣତା ର କି ଅସ୍ତିତ୍ବ ଥାଏ ?
  କିଛି ରିକ୍ତତା ହିଁ ପୂର୍ଣ୍ଣତା ର ମୂଲ୍ୟାଙ୍କନ କରିଥାଏ,
   ଦୁଃଖ ର ସ୍ପର୍ଶ ହିଁ ସୁଖକୁ ସୁନ୍ଦର କରିଥାଏ,
        ଲୁହ ଭିଜା ହସ ରେ ହିଁ ଜୀବନର ଅର୍ଥ ଲୁଚିଥାଏ,
   ବୋଧହୁଏ…. ଜୀବନର ଚଲାପଥରେ ଚାଲୁଚାଲୁ,
     ଏମିତି କିଛି ରିକ୍ତ ସ୍ଥାନ ଭରିହୁଏନା,                
         ସେଇ କିଛି ରିକ୍ତତା ହିଁ ,   
      ପ୍ରତିଟି ମୂହୁର୍ତ୍ତ କୁ ବ୍ୟଥିତ କରୁଥାଏ,
      ଯନ୍ତ୍ରଣାଦାୟକ ସ୍ମୃତି ଟିଏ ହୋଇ,
      ହୃଦୟର କେଉଁ ଏକ ନିଭୃତ ଇଲାକାରେ,
        ରହିଥାଏ ସବୁଦିନ ପାଇଁ।।।

     

        ସମ୍ବଲପୁର

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଛାତ୍ର ଛାତ୍ରୀ ଙ୍କ ଧର୍ମଘଟ

Sunil Chandra Nayak

କୋକସରା ବ୍ଲକ ର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେଲେ ରାଜ୍ୟସଭା ସାଂସଦ ସୁଜିତ ସେଠ

Sunil Chandra Nayak

ଓଏଏସ ଚନ୍ଦନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!