ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜା ବାଦି ଙ୍କ କବିତା କଳ୍ପନା

କଳ୍ପନା 

ମୋ ଜୀବନରେ ତୁ ଆସିଗଲୁ ବୋଲି
ଖୁସିରେ ନ ପାରୁଛି ରହି,
ଥିଲା ଗୋଟେ ଦିନ ନଜର ଉଠାଇ ଦେଖିବା ବି ଥିଲା କଷ୍ଟ
ଏବେ ମୁଁ ଏମିତି ହୋଇ ଯାଇଛି କି
ଆଉ ରହି ପାରୁନି ମୁଁ ଥରେ ତତେ ନ ଦେଖି |
ସେତେବେଳେ ଯେ ମୁଁ ଛୋଟ ଥିଲି ବୋଲି
ମନ କଥା ମନେ ରହୁଥିଲା,
ମୁକ ମୁହଁକୁ ଯେବେ ମୁଁ ଖୋଲିଲି
ମୋ ହୃଦୟ ତୋ ହୃଦୟେ ଲାଗିଗଲା |
ସପନରେ ମୁଁ ଦେଖୁଥିଲି ତତେ
ହେଲେ ମୁଁ ସପନ ରେ ବି ଡରୁଥିଲି,
ମୋ ମନ କଥା ଜାଣି ମୋଠୁ ଦୁରେଇ ନ ଯାଉ ବୋଲି
ତୋଠୁ ମୁଁ ମୋ ନଜର ବି ଲୁଚାଉଥିଲି |
ଲାଜେ ଲାଜେ ପୁଣି ଟିକେ ଚାହୁଁଥିଲି 
ମନରେ ମୁଁ ଧୀରେ କିଛି କହୁଥିଲି,
ମୋ ଆଖି ଯାଇ ପୁଣି ତୋ ଆଖିରେ ଲାଗିଲେ
ପ୍ରେମର କଳ୍ପନା ମୁଁ କରୁଥିଲି |

                         ପୂଜା ବାଦି 

                         ସୁନ୍ଦରଗଡ଼

                        ହେମଗିର, କନକତୁରା

Related posts

ସର୍ପାଘାତରେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

Sunil Chandra Nayak

ନନ୍ଦାହାଣ୍ଡି ରେ ଭାଲୁ ଆତଙ୍କ – ଦୁଇଟି ଛେଳିକୁ ଜୀବନ୍ତ ଖାଇଗଲା ଭାଲୁ

Sunil Chandra Nayak

ଆସନ୍ତା ନଭେମ୍ବର ୭ରେ ସିଭିଲଟାଉନସିପ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

Leave a Comment

error: Content is protected !!