ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂଜା ବାଦି ଙ୍କ କବିତା କଳ୍ପନା

କଳ୍ପନା 

ମୋ ଜୀବନରେ ତୁ ଆସିଗଲୁ ବୋଲି
ଖୁସିରେ ନ ପାରୁଛି ରହି,
ଥିଲା ଗୋଟେ ଦିନ ନଜର ଉଠାଇ ଦେଖିବା ବି ଥିଲା କଷ୍ଟ
ଏବେ ମୁଁ ଏମିତି ହୋଇ ଯାଇଛି କି
ଆଉ ରହି ପାରୁନି ମୁଁ ଥରେ ତତେ ନ ଦେଖି |
ସେତେବେଳେ ଯେ ମୁଁ ଛୋଟ ଥିଲି ବୋଲି
ମନ କଥା ମନେ ରହୁଥିଲା,
ମୁକ ମୁହଁକୁ ଯେବେ ମୁଁ ଖୋଲିଲି
ମୋ ହୃଦୟ ତୋ ହୃଦୟେ ଲାଗିଗଲା |
ସପନରେ ମୁଁ ଦେଖୁଥିଲି ତତେ
ହେଲେ ମୁଁ ସପନ ରେ ବି ଡରୁଥିଲି,
ମୋ ମନ କଥା ଜାଣି ମୋଠୁ ଦୁରେଇ ନ ଯାଉ ବୋଲି
ତୋଠୁ ମୁଁ ମୋ ନଜର ବି ଲୁଚାଉଥିଲି |
ଲାଜେ ଲାଜେ ପୁଣି ଟିକେ ଚାହୁଁଥିଲି 
ମନରେ ମୁଁ ଧୀରେ କିଛି କହୁଥିଲି,
ମୋ ଆଖି ଯାଇ ପୁଣି ତୋ ଆଖିରେ ଲାଗିଲେ
ପ୍ରେମର କଳ୍ପନା ମୁଁ କରୁଥିଲି |

                         ପୂଜା ବାଦି 

                         ସୁନ୍ଦରଗଡ଼

                        ହେମଗିର, କନକତୁରା

Related posts

କଳାହାଣ୍ଡି ର ନାଁ ରଖିଲେ ଜୟରାମ – ୧୦୦ ମିଟର ଦୌଡରେ ରୋପ୍ଯ ପଦକ ହାସଲ

Sunil Chandra Nayak

ଖଡ଼ିଆଳ ରୋହେନପଦର ଠାରେ ଚୋରି ଟ୍ରକ କାଟି କବାଡି ରେ ବିକ୍ରି ଉଦ୍ୟମକୁ ଭଣ୍ଡୁର କଲେ ଛତିଶଗଡ଼ ଏବଂ ଖଡ଼ିଆଳ ପୋଲିସ

Sunil Chandra Nayak

ମହାଭାରତ କଥା…..୬

Leave a Comment

error: Content is protected !!