ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ଏକ୍ସପ୍ରେସ ୱେ ରେ ଦୁଇ ବାଇକ ମଧ୍ୟରେ ଧକ୍କା, ୨ ଯୁବକ ଗୁରୁତର

କୋକସରା,୭/୯-( ମ ନି ସ ) କଳାହାଣ୍ଡି ଜିଲ୍ଲା ଆମପାଣିରୁ ଧର୍ମଗଡ଼ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ର ବଡ଼ କେନ୍ଦୁଗୁଡା ବଜାର ପଡିଆ ନିକଟରେ ବୁଧବାର ଅପରାହ୍ନରେ ଦୁଇ ବାଇକ ମଧ୍ୟରେ ଓଭରଟେକ କରୁଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇ ରାସ୍ତା ରେ ଛିଟିକି ପଡି କ୍ଷତାକ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ସ୍ଥାନୀୟ ବଡ଼ କେନ୍ଦୁଗୁଡା ଗ୍ରାମବାସୀ ମାନେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ମଧ୍ୟ ଆମ୍ବୁଲାନ୍ସ ଉପଲବ୍ଧ ନଥିବା ସୂଚନା ମିଳିଥିଲା । ପରେ ଆମପାଣି ପୋଲିସକୁ ଖବର ଦେବାପରେ ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସଦଳ ବଳ ପହଞ୍ଚି ଦୁଇ ଗୁରୁତର ଯୁବକ ଙ୍କୁ ପୁଲିସ ଗାଡିରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁଇ ଯୁବକ ହେଉଛନ୍ତି ଖଳିଗଡ଼ ଗ୍ରାମର ଚୈତନ୍ୟ ଧଙ୍ଗଡା ମାଝୀ (୩୫) ଓ ଡୁଡୁକାଠେଙ୍ଗା ଗ୍ରାମର ଲିଙ୍ଗରାଜ ବେଶ୍ରା (୩୫) ବୋଳି ସୂଚନା ମିଳିଛି। ଦୁଇ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

 

 

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ନୃସିଂହ ପ୍ରସାଦ ଷଡ଼ଙ୍ଗୀ , ଟାଙ୍କୁଆ, ଜୟପୁର  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ସାଧନା ପଣ୍ଡା ଙ୍କ କବିତା ଚିଠି

Sunil Chandra Nayak

ପଦ୍ମଶ୍ରୀ ପ୍ରଫୁଲ୍ଲ କର ଙ୍କ ସ୍ମୃତି ରେ

Sunil Chandra Nayak

Leave a Comment

error: Content is protected !!