ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ପରଖିଲେ କାୟାକଲ୍ପ ଟିମ ସଦସ୍ୟ

କୋକସରା,୧୫ା୩ – ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରି ଫେରିଛନ୍ତି କାୟାକଲ୍ପ ଟିମ ସଦସ୍ୟ । ମଧ୍ୟାହ୍ନ ରେ ପହଞ୍ଚିବା ପରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତତ୍ୱଦର୍ଶୀ ଦାସ ସମେତ ହସ୍ପିଟାଲ ର କର୍ମଚାରୀ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ । ପରେ ଟିମର ସଦସ୍ୟ ହସ୍ପିଟାଲ ର ଇନଡୋର, ଆଉଟ ଡୋର, କୋଭିଡ ଟୀକାକରଣ କେନ୍ଦ୍ର, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି ୱାର୍ଡ, ଅଂଶୁଘାତ କକ୍ଷ ବୁଲି ଦେଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠି ର ଖର୍ଚ୍ଚ ବିବରଣୀ ଯାଞ୍ଚ କରିଥିଲେ । କାୟାକଳ୍ପ ମେଡ଼ିକାଲ ଟିମ ର ନେତୃତ୍ୱ ଭୁବନେଶ୍ୱର ରୁ ଆସିଥିବା ଡାକ୍ତର ପ୍ରଦୀପ କୁମାର ପାଢୀ, ଡାକ୍ତର ବିକାଶ ପଟ୍ଟନାୟକ, ହୀରାଲାଲ ନାଏକ ଡି.ଏଚ.ଏଚ କଳାହାଣ୍ଡି ଡାକ୍ତର ଶ୍ରୀରାମ ମହାନ୍ତି ସମେତ କଳାହାଣ୍ଡି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଗାଁ କଲ୍ୟାଣ ସମିତିର ରିତା ନାଏକ ପ୍ରମୁଖ ଏହି ଟିମ ରେ ଉପସ୍ଥିତ ରହି ପରିଦର୍ଶନ କରିଥିବା ନେଇ ସୁଚନା ମିଲିଛି । ଟିମ ପରିଦର୍ଶନ ସମୟରେ ହସ୍ପିଟାଲର ଡାକ୍ତର ବିଜୟଲକ୍ଷ୍ମୀ ପଣ୍ଡା, ଡାକ୍ତର ଅଭିଷେକ ବେହେରା, ଡାକ୍ତର ଅନିଲ ମେହେର, କର୍ମଚାରୀ ବି.ପି.ଏମ ମାନସ ନୟନ ସ୍ୱାଇଁ, ପି.ଏଚ.ଇ.ଓ ଚିଦାନନ୍ଦ ପଣ୍ଡା, ଫାର୍ମାସିଷ୍ଟ ସୁଧୀର ଧଙ୍ଗଡା ମାଝୀ, ସେବିକା ଲଷ୍ମୀପ୍ରିୟା ବଲ, ଗୀତାଞ୍ଜଳି ବାଗ, ଆରତି ନାଏକ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ମ ନି ସ 

Related posts

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦର ମାସିକ କବିତା ପାଠୋତ୍ସବ

Sunil Chandra Nayak

ଲାଞ୍ଜିଗଡ଼ରୋଡ଼ଠାରେ ଉଦଘାଟିତ ହେଲା ଜାତୀୟସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

Sunil Chandra Nayak

ଶ୍ରଦ୍ଧା ରେ ବିଶ୍ଵ ମାନସିକ ସ୍ଵାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!