ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଜୁରୀପଦରଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ଲାଞ୍ଜିଗଡ଼,୦୫/୦୬(ମ.ନି.ସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଖଜୁରୀପଦରଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ସିଏସ୍‌ଆର୍ ବିଭାଗର ମୁଖ୍ୟ ଦିଲିପ ପ୍ରଜାପତି, ଶ୍ରୀମୁଖ ଅଗସ୍ତି, ଶ୍ରୁତି ଶୁକ୍ଲା, ବାସୁଦେବ ମାଝୀ, ବେଦାନ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଡା. ପ୍ରଶାନ୍ତ ପରମାଣିକ, ଅତନୁ ମହାପାତ୍ର, ନିହାର ପଣ୍ଡା, ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ସମାଜସେବୀ ମାଧବ ମାଝୀ, ଖଜୁରୀପଦର ୱାର୍ଡସଭ୍ୟ ଡ୍ରିକୁ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଖଜୁରୀପଦର ଗାଁର ଖୋଲା ସ୍ଥାନଗୁଡିକରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା । ଏଥିରେ ଖଜୁରୀପଦର ସମେତ ଆଖପାଖ ଗାଁର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ମଦଭାଟିକୁ ପଶି ଦୁର୍ବୃତ୍ତ ଟଙ୍କା, ବାଇକ ଛଡ଼ାଇ ଫେରାର

ରିତୟନି ଆଇଟିଆଇରେ ଛାତ୍ରଙ୍କୁ ମାଡ଼ ଓ ଶିକ୍ଷାଦାନ ଅନିୟମିତତା ନେଇ ମୟୁରଭଞ୍ଜ ବନ୍ଦ

Sunil Chandra Nayak

କୋକସରା ବ୍ଲକ ଅଙ୍ଗନବାଡି କର୍ମି ସମୁହଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!