ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ଵତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ

ରାୟଗଡା:୧୪/୩- ମ.ନି.ସ:- ରାୟଗଡା ଜିଲ୍ଲା କାଶିପୁର ବ୍ଳକ ଟିକିରୀ ସ୍ଥିତ ଗେଷ୍ଟହାଉସରେ ଉତ୍କଳ ଆଲୁମିନା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ଆଲୁମିନା ଜିଏମ୍(ସିଏଚଆର) ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରି କାର୍ଯ୍ଯକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ୟୁଆଇଏଲ ଲୋକ ସମ୍ପର୍କ ଅଧିକାରୀ ତନ୍ମୟ ମହାନ୍ତି କହିଥିଲେ ଗଣମାଧ୍ୟମ ସହ ମିଶି କାମ କରିବା, ପ୍ରତି ୨ ମାସରେ ଥରେ ବିକାଶର ଅଗ୍ରଗତି ନେଇ ସମୀକ୍ଷା କରାଯିବାକୁ ପ୍ରୟାସ କରାଯାଇଛି। କଳାହାଣ୍ଡି ଜିଲ୍ଲାର ଦୁଇଗୋଟି ବ୍ଳକର ୧୮୨ ଟି ଗ୍ରାମର ଲୋକଙ୍କ ଜୀବନ,ଜୀବିକା,ସ୍ବାସ୍ଥ୍ୟ, ଶିକ୍ଷା ଭଳି ଅନେକ ବିକାଶ କାର୍ଯ୍ଯରେ ଉତ୍କଳ ଆଲୁମିନାର ସିଏଚଆର ସମର୍ପିତ ଭାବରେ କାର୍ଯ୍ୟ କରୁଛି। ଗ୍ରାମୀଣ ମହିଳା ମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ,ପୋଷାକ, ଚାନ୍ଦୁଆ ପ୍ରସ୍ତୁତି ପନିପରିବା ଚାଷ ଜୈବିକ ସାର ପ୍ରସ୍ତୁତିରେ ସାହାଯ୍ୟ କରୁଛି। ଟିକିରୀ ଠାରେ ଚପଲ ପ୍ରସ୍ତୁତି,ଚନ୍ଦ୍ରଗିରୀ ଗ୍ରାମପଞ୍ଚାୟତର ସୁରଗୁଞ୍ଜା ଠାରେ ଅଏଲମିଲ ଏବଂ ଫେବ୍ରିକେସ ପ୍ରତିଷ୍ଠାରେ କମ୍ପାନୀ ପକ୍ଷରୁ ପ୍ରୋସାହନ ଦିଆଯାଇଛି। କେଚେଇ ପଦରର ମହିଳା ଧିଙ୍ଗିରି ଚାଷ କରି ଲାଭବାନ ହୋଇଛନ୍ତି। ଗଣମାଧ୍ୟମ ପ୍ରତିନିଧି ସେମାନଙ୍କ ବିଭିନ୍ନ ଅସୁବିଧା ଏବଂ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାସ୍ତା ଓ ବିଶ୍ରାମ ଗାର ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ସହତ ସ୍ନାତକ କଲେଜ୍ ଖୋଲିବା ନେଇ ସରକାରଙ୍କ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କମ୍ପାନୀ ଅଧିକାରୀ ଡ.ଲୋପାମୁଦ୍ରା ପ୍ରିୟଦର୍ଶିନୀ କହିଥିଲେ। ଏହି କାର୍ଯ୍ଯକ୍ରମକୁ ପରିଚାଳନାରେ କମ୍ପାନୀର ସସ୍ମିତାଙ୍କ ସହିତ ଅନ୍ଯାନ୍ଯ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ

Related posts

ଭାରତ ସରକାରଙ୍କ ସୂଚନା ପ୍ରଯୁକ୍ତ ବିଜ୍ଞାନ ନିଲେଟ୍ ତରଫରୁ ଢେଙ୍କାନାଳ ଆସେଟ୍ କମ୍ପୁଟର ସେଣ୍ଟର କୁ ‘ଓ’ ଲେବୁଲ କୋର୍ସର ମାନ୍ୟତା

Sunil Chandra Nayak

ସାମୁହିକ ଜନ୍ମଦିନ ପାଳିଲେ ଶିଶୁ ସଦନ ଅନ୍ତେବାସୀ

Sunil Chandra Nayak

କବିବର ରାଧାନାଥ ରାୟ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!