ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ଶତପଥୀ ଙ୍କ କବିତା ରଜ ର ଉଦ୍ଦେଶ୍ୟ

ରଜ ର ଉଦ୍ଦେଶ୍ୟ

 

ଝୁଲନ୍ତା ମେଘର ଶିଢି ରେ

       ପହିଲି ଆଷାଢେ ରଜ ଆସିଛି

ରିମି ଝିମି ବର୍ଷା ରେ ଆକାଶ

      ପ୍ରିୟା ମାଟି ପାଇଁ ପ୍ରେମ ଢାଳୁଛି

 

ଏ ଦୁହିଙ୍କ ପ୍ରେମ ପାଇଁ ହିଁ

      ଉଦ୍ଭିଦ ଓ ପ୍ରାଣୀ ଜଗତ ଜୀବିତ

ମାଟି ମନସ୍କତା ହେବା ହିଁ

    ରଜ ପରବ ପାଳନେ ନିହିତ

 

ରଜ ରେ ଧରଣୀ ରାଣୀ

    ଋତୁମତୀ ଅପୂର୍ବ ଭାରତୀ

ବସୁମତୀ ସ୍ନାନ ପରେ ଉର୍ବୀ

      ଶୁଦ୍ଧ ପୂର୍ବ ସୂରୀ ଙ୍କ ବିଧି

 

ମାଟି ନୁହେଁ ସେ ତ ମାଆ ଟି

     ତାକୁ ପୂଜିବା ହିଁ ପ୍ରକୃତ ରଜ

ଦୋଳି ଖେଳ ପୋଡ ପିଠା ର

    ମହକ ମନରେ ଆଣେ ମଉଜ

 

ମମତା ଶତପଥୀ

କେନ୍ଦ୍ରାପଡା

Related posts

ଜୁଲାଇ ୧ ରେ ଫିଟିବ “ବିଦ୍ୟାରାଣ” 

Sunil Chandra Nayak

ଡାକ୍ତର ଦିନ ବନ୍ଧୁ ମହାନନ୍ଦ ଙ୍କୁ ମାଡ଼ ଘଟଣା କୁ ନେଇ ସମସ୍ତ କର୍ମଚାରୀ ଙ୍କ ଆନ୍ଦୋଳନ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ବେଶୀ ବାଟଆଉ ନାହିଁ ଲୋ ମା”

Sunil Chandra Nayak

Leave a Comment

error: Content is protected !!