ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା..ସହର ଉତ୍ସବ ମୁଖର

କାଲି ବିଲ୍ଵ ବରଣ ପରେ ଆଜି ବିଧିବଦ୍ଧ ଭାବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା। କରୋନା କଟକଣା ଯୋଗୁଁ ଦୁଇବର୍ଷ ହେଲା ଭକ୍ତ ମାନଙ୍କୁ ବାରଣ ଥିଲା ତେଣୁ ଚଳିତ ବର୍ଷ ଧର୍ମଗଡ଼ ସହର ଆଜି ଉତ୍ସବ ମୁଖର। ପୂଜା ବଜାର ଚଳଚଞ୍ଚଳ ହୋଇ ଉଠିଛି। ସଜେଇ ହୋଇଛି ଧର୍ମଗଡ ସହର। ଚଳିତ ବର୍ଷ ଦୁଇଟି ମଣ୍ଡପରେ ଜଗତ୍ ଜନନୀ ମା ଦୂର୍ଗା ଙ୍କ ର ନବଦିନାତ୍ମକ ପୂଜା ହେଉଛି। ଧର୍ମଗଡ ସହର ବସ୍ତିପଡ଼ା ସ୍ଥିତ ସାର୍ବଜନୀନ ଦୂର୍ଗା ପୂଜା ୬୩ତମ ବର୍ଷ ରେ ପଦାର୍ପଣ କରିଥିବା ବେଳେ ୫୩ ବର୍ଷରେ ପଦାର୍ପଣ କରିଛି ଶକ୍ତିମଣ୍ଡପ ଦୂର୍ଗାପୂଜା।

୨୬ ତାରିଖ ସୋମବାର ଦିନ ବିଲ୍ଵ ବରଣ ରୁ ପୂଜାରମ୍ଭ ହୋଈ ୫ ତାରିଖ ଗ୍ରାମ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ପରେ ୬ ତାରିଖ ଦିନ ଭସାଣି ଉତ୍ସବ ସମାପନ ହେବ ବସ୍ତିପଡା ର ସାର୍ବଜନୀନ ଦୂର୍ଗାପୂଜା। ସେହିପରି ଶକ୍ତି ମଣ୍ଡପ ରେ ୪ତାରିଖ ବିଜୟା ଦଶମୀ ଦିନ ରାବଣ ପୋଡ଼ି ସହ ପୂଜା ସମାପ୍ତ ହେବ।ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ପୂଜା ଫିକା ପଡ଼ିଥିବା ବେଳେ ଏଥର ଧୁମ୍ ଧାମ ରେ ପୂଜା କରାଯିବା ନେଇ ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି। ପୂଜାକୁ ଆକର୍ଷଣୀୟ କରିବା ପାଇଁ ଦୁଇ ପୂଜା ମଣ୍ଡପରେ ଆକର୍ଷଣୀୟ ସଦୃଶ୍ୟ ତୋରଣ ସହ ଆଲୋକ ମାଳା ରେ ପୂଜାମଣ୍ଡପ କୁ ସଜା ଯାଇଛି। ପ୍ରତିଦିନ ରାତିରେ ଉଭୟ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶକ୍ତି ମଣ୍ଡପ ରେ ବିଜୟା ଦଶମୀ ଦିନ ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ ଥିବା ବେଳେ ବସ୍ତିପଡା ଦୁର୍ଗାପୂଜାରେ ବିଜୟା ଦଶମୀ ପରଦିନ ଗ୍ରାମ ର ଆରାଧ୍ୟ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରେ ଦଶହରା ପୂଜା ସମ୍ପନ୍ନ ହେବ। ଧର୍ମଗଡ ସହର ର ଅନ୍ୟ ଚାରିଛକ ଓ ଗୋରୁ ବଜାର ପଡ଼ା ଦୁଇଟି ପୂଜା ମଣ୍ଡପ ରେ ୧ ତାରିଖ ଠାରୁ ପୂଜା ଆରମ୍ଭ ହୋଇ ୫ ତାରିଖ ଦିନ ଶେଷ ହେବ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ନନ୍ଦିନୀ ରାଉତ ଙ୍କ କବିତା ବର୍ଷା ଓ ମୁଁ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ସୁରେଶ ଚନ୍ଦ୍ର ପାଢ଼ୀ ଙ୍କ କବିତା ମଣିଷ

Sunil Chandra Nayak

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

Sunil Chandra Nayak

Leave a Comment

error: Content is protected !!