ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ

ସ୍ୱତନ୍ତ୍ର ସୁରକ୍ଷା ଏବଂ ଓଡ୍ରାଫ୍ , ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ ରଥଯାତ୍ରା ସୁରୁଖୁରୁରେ ହେବ” : କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ….

ରଥଯାତ୍ରା -୨୦୨୨ ଦ୍ବିତୀୟ ସମନ୍ବୟ ବୈଠକ ପୁରୀ ଟାଉନହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟଅତିଥି ଭାବେ ମାନ୍ୟବର ଶକ୍ତି, ଶିଳ୍ପ, ଏମ୍ଏସଏମ୍ଇ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ | ମାନ୍ୟବର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଭକ୍ତମୟ ପରିବେଶରେ ରଥଯାତ୍ରା ହେବାକୁ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶଙ୍କା ଦୃଷ୍ଟିରେ ରଖି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଇଁ ଏକ ବଡ ଚାଲେଞ୍ଜ । ରଥଯାତ୍ରା ପୂର୍ବରୁ ସମସ୍ତ ମୌଳିକ ସମସ୍ୟାର ଦୂର କରିବା ପାଇଁ ପ୍ରସ୍ତୁତି ଚାଲିଛି । ରଥ ନିର୍ମାଣ, ରଥ ଦଉଡି ଯୋଗାଣ, ନିତିକାନ୍ତି ଶୃଙ୍ଖଳିତ ଉପରେ ଆଲୋଚନା ସହ ସହରର ବିଦ୍ୟୁତ ଯୋଗାଣ, ସ୍ବାସ୍ଥ୍ୟ ଓ ପରିମଳ,ପାନୀୟଜଳ, ଡ୍ରେନେଜ ବ୍ୟବସ୍ଥା, ସଡକ ଓ ପରିବହନ, ରେଳ ଚଳାଚଳ, ସୁରକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବୈଠକରେ ଆଇନମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ, ବିଭିନ୍ନ ସେବାୟତ ନିଯୋଗର କର୍ମକର୍ତ୍ତାଙ୍କ ଉପସ୍ଥିତ ଥିବା ବେଳେ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

 ……ସ୍ୱତନ୍ତ୍ର ପ୍ରସ୍ତୁତି……

ରଥଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା,ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଲାଗିବ ୨୫୦ଟି ଏଲ୍ ଇ ଡି ଲାଇଟ୍,

ରେଳ ବିଭାଗ ପକ୍ଷରୁ ୪୦ଟି ସ୍ବତନ୍ତ୍ର ଟ୍ରେନ ସହ ୩୫ଟି ଅତିରିକ୍ତ ଟିକେଟ କାଉଣ୍ଟର ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଆଦରମଣି ପ୍ରଧାନ ଙ୍କ କବିତା ବର୍ଷା

Sunil Chandra Nayak

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ବାରବାଟୀ ଚାଷ 

Leave a Comment

error: Content is protected !!