ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହାରେ କୁରାଳ ପଞ୍ଚମୀ କଳସ ଶୋଭାଯାତ୍ରା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହାର ଗ୍ରାମରେ କୁରାଳ ପଞ୍ଚମୀ ଉତ୍ସବ ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରାଧାବଲ୍ଲଭ ପଡ଼ା ସ୍ଥିତ ପୂଜା ମଣ୍ଡପ ଠାରୁ କଳସ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ପୋଖରୀରୁ ଜଳ ଆଣି ପୂଜା ମଣ୍ଡପ ରେ କଳସ ସ୍ଥାପନ କରା ଯାଇଥିଲା l କୁମ୍ଭକାର ସମ୍ପ୍ରଦାୟର ଏହା ମୂଖ୍ୟ ପର୍ବ ହେଉ ଥିବାରୁ କୁମ୍ଭକାର ଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଛି l ସୋମବାର ମାର୍ଗଶୀର ଶୁକ୍ଳପକ୍ଷ ପଞ୍ଚମୀରେ କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହେବ l

(କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

ପବ୍ଲିକ ସ୍କୁଲ ରେ ପୁରସ୍କାର ବିତରଣ ଉତ୍ସବ

Sunil Chandra Nayak

ତନ୍ମୟ କିଶୋର ଦାସ ଙ୍କ କବିତା ତୋ ଦର୍ଶନ ସାତ ସ୍ବପ୍ନ

Leave a Comment

error: Content is protected !!