ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ଚନ୍ଦାହାଣ୍ଡିର ଦାବିପତ୍ର ପ୍ରଦାନ

ଚନ୍ଦାହାଣ୍ଡି-27/11(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଜରିଆରେ 5 ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ/ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘର ଶାଖାର ବୈଠକ ଅନୁଷ୍ଠିତ ହୋଇଥିବା ସହ 5 ଦଫା ଦାବୀ ସମ୍ବଳିତ ଏକ ଦାବୀ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ହୋଇ ଭାରପ୍ରାପ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସନ୍ଦୀପ ଶତପଥୀଙ୍କୁ ପ୍ରଦାନ କରାଯାଇଛି l ଦିଆଯାଇଥିବା 5 ଦଫା ସମ୍ବଳିତ ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର 14 ତାରିଖରେ ଅସହଯୋଗ ଆନ୍ଦୋଳନ ଓ 21 ତାରିଖରୁ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବା ନେଇ ମିଳିତ ମହାସଂଘ ଡାକରା ଦେଇଥିବା ଜଣାପଡିଛି l ମିଳିତ ମହାସଂଘ ର ବିଭିନ୍ନ ଦାବୀ ଗୁଡିକ ମଧ୍ୟରେ ପ୍ରମୁଖ ଦାବୀ ଗୁଡିକ ହେଲା ପ୍ରଥମରେ ସ୍ୱାସ୍ଥ୍ୟ କର୍ମୀଙ୍କ କ୍ୟାଡର ପୁନଃ ଗଠନ,ଦ୍ୱତୀୟ 2020 ନଭେମ୍ବର 3 ତାରିଖର ଚିଠି ପ୍ରତ୍ୟାହାର, ତୃତୀୟ ଠିକା ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନା ଭଳି 5ଦଫା ଦାବୀ ରହିଥିବା ଜଣାପଡିଛି l ଆଜିର ଏହି ବୈଠକ ତଥା ଦାବିପତ୍ର ପ୍ରଦାନ ସମୟରେ ପ୍ରଦୀପ କୁମାର ପତି, ଝୁନୁବାଳା ସାହୁ, ନିଶିଥ ରଞ୍ଜନ ବ୍ରହ୍ମl,ଟୁନି ଲତା ଦାଶ, ବାହାମଣୀ ହେମ୍ବ୍ରମ, ଶାନ୍ତିଲତା ରାମ, ଅନ୍ତର୍ଯ୍ୟାମୀ ବାଘ,ଆଶୁତୋଷ ଖମାରି, ଯାଜ୍ଞସେନୀ ସାହୁ, ବନିତା ସାହୁ, ମନ୍ମଥ ସ୍ୱାଇଁ, ମାନସ ପଣ୍ଡା, ଉମାକାନ୍ତି ଜଗତ, ଦେବକୀ ସାହୁଙ୍କ ସମେତ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କବିତା ସାହୁ ଙ୍କ କବିତା – ଚୈତ୍ର ମଙ୍ଗଳବାର 

Sunil Chandra Nayak

ଆସନ୍ତା ତିରିଶି ତାରିଖରୁ ବହୁଚରାମାତାଙ୍କ ଷୋହଳ ପୂଜା

Sunil Chandra Nayak

ଥୁଆମୂଳ ରାମପୁର ବ୍କକ ମୁଖ୍ଯାଳୟ ନିକଟରେ ଥିବା ଦେରଗୁଡା ଗ୍ରାମକୁ ବିକାଶ ଅପହଞ୍ଚ

Sunil Chandra Nayak

Leave a Comment

error: Content is protected !!