ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପ୍ରତିଦ୍ବନ୍ଦି ନାୟକ ନବୀନ ପଟ୍ଟନାୟକ

ରାଜନୀତିରେ ସିଲଭର ଜୁବିଲି:ନବୀନଙ୍କ ରାଜନୈତିକ କ୍ୟାରିୟର ୨୫ ବର୍ଷ ଛୁଇଁଲା….

“ଜନମ କରୁଛି ସଫଳ ତୋୟ ଦାନେ ତୋଷି ତୀରବାସୀ ସକଳ” – ସ୍ଵଭାବ କବି ଗଙ୍ଗାଧର ମେହେର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜନୀତିରେ ସିଲଭର ଜୁବିଲି ପାର କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ୨୨ବର୍ଷ ଧରି ରହି ଆସିଥିବା ନବୀନଙ୍କ ରାଜନୈତିକ କ୍ୟାରିୟର ୨୫ବର୍ଷ ଛୁଇଁଛି। ଜନସେବାରେ ନବୀନ ଆଜି ସିଲଭର ଜୁବିଲି କରିଛନ୍ତି । ୨୫ ବର୍ଷ ତଳେ ଆଜିର ଦିନରେ ପ୍ରଥମ ଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ । ୧୯୯୭ ଜୁନ ୧ରେ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ନବୀନ ଆସିକାରୁ ଉପନିର୍ବାଚନରେ ଜିତିଥିଲେ ।

ଗତ ୨୫ ବର୍ଷ ଧରି ନବୀନ ଓଡ଼ିଶାରେ ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇ ରହି ଆସିଛନ୍ତି ନବୀନ । ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିଥିଲେ । ଏହି ସମୟରେ ସେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଷ୍ଟିଲ ମନ୍ତ୍ରୀ ହୋଇଥିଲେ। ଆଉ ଏହାପରେ ସେ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ। କ୍ରମାଗତ ଭାବେ ୫ଥର ରାଜ୍ୟବାସୀଙ୍କ ବିଶ୍ବାସ ଭାଜନ ହୋଇଛନ୍ତି ସେ। ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜର ପରିବାର ବୋଲି କହି ଆସୁଥିବା ନବୀନ ଓଡ଼ିଶାର ଜନସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ କରି ରଖିଛନ୍ତି।

ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ସମୃଦ୍ଧି ପାଇଁ କାମ କରିଚାଲିଛନ୍ତି।ନବୀନଙ୍କ ଶାସନ ସମୟରେ ଅନେକ କିଛି ବୈପ୍ଲବିକ ପରିବର୍ତ୍ତନ ଆସିଛି ଓଡ଼ିଶାରେ। ଓଡ଼ିଶା ଜାତୀୟ ସ୍ତରରେ ଏକ ମଡେଲ ରାଜ୍ୟ ହୋଇଥିବା ବେଳେ ନବୀନ ନିଜକୁ ଜଣେ ରାଷ୍ଟ୍ରନେତା ଭାବେ ପ୍ରତିପାଦିତ କରିପାରିଛନ୍ତି। ମୋ ସରକାରର ସଫଳତା, ବିଏସକେଓ୍ବାଇର ବରଦାନ, ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତାଠାରୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଆଧ୍ୟାତ୍ମିକ କ୍ଷେତ୍ରର ନବକଳେବର । ତା’ ସହିତ କ୍ରୀଡ଼ା ଜଗତର ଗୌରବର ଗାଥା ଏବଂ ମିଶନ ଶକ୍ତିର ସଫଳତା, ଏସବୁ ନବୀନଙ୍କ କାର୍ଯ୍ୟଦକ୍ଷତାର ଗୋଟିଏ ଗୋଟିଏ ପରିଚୟ। ଯାହାକୁ ଦଳ ମତ ନିର୍ବିଶେଷରେ ଜାତୀୟ ସ୍ତରର ନେତାମାନେ ସ୍ବୀକାର କରିଥାନ୍ତି।

ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି…..

It has been a nostalgic journey in public life. 25 years back on this day, I was elected as an MP from my state. Gratitude to my 4.5 Cr family for their enduring love & unwavering support.

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମାନଝରୀ କାନ୍ଦୁଲଡଙ୍ଗରି ଗାଁ ର ଜଣେ ଝିଅ ବିଷାକ୍ତ ଫଳ ଖାଇ ଆତ୍ମହତ୍ୟା. :-କାରଣ ଅସ୍ପଷ୍ଟ

Sunil Chandra Nayak

କରଚଲା ଠାରେ ଭତର। ସମାଜର ସମ୍ପର୍କ ଯୋଡୋ ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

ପୋଲିସ ରିଜର୍ଭ ପଡ଼ିଆରେ ଦୁଇ ଦିବସୀୟ ମନସୁନ କ୍ରିକେଟ ମ୍ୟାଚ ଅନୁଷ୍ଠିତ , ଡି ଏଚ ଏଚ ଟିମ ଚମ୍ପିୟାନ , ପୋଲିସ ଟିମ ରନର୍ସ

Sunil Chandra Nayak

Leave a Comment

error: Content is protected !!