ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତହସିଲଦାରଙ୍କ ଉପସ୍ଥିତିରେ ପ୍ରେମି ଯୁଗଳଙ୍କ ବିବାହ

କୋକସରା,୧/୬- (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ତହସିଲ କାର୍ଯ୍ୟାଲୟରେ ବୁଧବାର ପ୍ରେମି ଯୁଗଳଙ୍କ ବିବାହ ହୋଇଯାଇଛି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରେମୀ ଯୁଗଳ ହେଲେ ଧନସରା ଗ୍ରାମର ଖଗେଶ୍ୱର ସତନାମୀଙ୍କ ଝିଅ ଚାରୁକଳା ସତନାମୀ (୨୦) ଓ ଭୋଲାନାଥ ନାଏକଙ୍କ ପୁଅ ସୁଶାନ୍ତ ନାଏକ (୨୯) । ଝିଅ ଓ ପୁଅ ଦୁହେଁ ଗୋଟିଏ ଜାତିର ହୋଇ ନ ଥିବାରୁ ପୁଅ ଘର ଲୋକେ ବିବାହ ପାଇଁ ବାରଣ କରିଥିଲେ । ପରେ ଉଭୟ ଘର ଛାଡି ଫେରାର ହୋଇ ଯାଇଥିଲେ । ପୁଅ ଘର ଲୋକେ ସେତେ ବେଳେ ଖୋଜା ଖୋଜି କରି ଦୁହିଁ ଙ୍କୁ ଅଲଗା କରିଦେଇଥିଲେ । ପୁଅ ଘର ଲୋକ ଝିଅ କୁ ଗ୍ରହଣ ନ କରିବାରୁ ଝିଅ ପରିବାର ଲୋକେ ଥାନାର ଦ୍ୱାରସ୍ତ ହେବାପରେ ପୁଅ ଜେଲ ମଧ୍ୟ ଯାଇଥିଲେ । ଉଭୟ ଆଇନ ଅନୁଯାଇ ଆଜି ରେଜିଷ୍ଟ୍ରି ବିବାହ କୋକସରା ତହସିଲଦାର ମନୋଜ କୁମାର ପାଢୀଙ୍କ ଉପସ୍ଥିତିରେ କରିଛନ୍ତି । ଏହି ସମୟରେ ଭୁକଚନ ସତନାମୀ, ପରମାନନ୍ଦ ସତନାମୀ ସମେତ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ରହିଥିଲେ । ବିବାହ ବନ୍ଧନରେ ବାନ୍ଧି ହେବା ପରେ ଉଭୟ ବେଶ୍ ଖୁସୀ ହେବା ସହ ସମସ୍ତଙ୍କ ଆଶୀର୍ବାଦ ନେଇଛନ୍ତି ।

Related posts

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

Sunil Chandra Nayak

ପୂର୍ଣେଶ୍ବର ଶିବ ମନ୍ଦିରରେ ବାମନଘାଟୀ ବ୍ରାହ୍ମଣ ସମାଜ ପକ୍ଷରୁ ରୁଦ୍ରାଭିଷେକ

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀଙ୍କ ଦୃଢ଼ ପଦକ୍ଷେପ: ବାବନ୍ଧ ଗ୍ରାମ ସାନ ସାହି ରେ ନଳକୂପ ଖନନ

Leave a Comment

error: Content is protected !!