ବାଲେଶ୍ବର,୧୨/୬/୨୨- ପ୍ରତିଭା ପୂଜନ ଅନୁଷ୍ଠାନ ଏକ ସାହିତ୍ୟ ଅନୁଷ୍ଠାନ । ଏହା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଠାରେ ଗଢି ଉଠିଛି । ପ୍ରତିଷ୍ଠାତା, ସଭାପତି ତଥା ମୁଖ୍ୟ ଟ୍ରଷ୍ଟି ଭାବେ ପ୍ରବୀଣ ସାହିତ୍ୟିକ ସଚ୍ଚିଦାନନ୍ଦ ମହାନ୍ତି ସମସ୍ତ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ପ୍ରତ୍ୟେକ ବର୍ଷ ବ୍ଯାସ ପୂର୍ଣ୍ଣମୀ ଦିନ ଅନୁଷ୍ଠାନ ବାର୍ଷିକ ଉତ୍ସବ ପାଳନ କରେ । ଏବର୍ଷ ଜୁଲାଇ ମାସ ୧୩ ତାରିଖ ବ୍ଯାସ ପୂର୍ଣ୍ଣିମା ଦିନ ବାର୍ଷିକ ଉତ୍ସବ ପାଳନ ହେବ । ଏଥି ନିମନ୍ତେ ତା ୧୨/୬/୨୨ ରିଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଦ୍ବାରା ସୁନିର୍ବାଚିତ ବିଭିନ୍ନ କୃତିତ୍ବଧାରୀଙ୍କୁ ପ୍ରତିବର୍ଷ ସମ୍ବର୍ଦ୍ଧିତ କରାଯାଇଥାଏ । ଏଥର ୧୫ ଜଣଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଅନୁଷ୍ଠାନ ସ୍ଥିର କରିଛି । ଉକ୍ତ ବୈଠକରେ ହରିଶ ଚନ୍ଦ୍ର ଗୋସ୍ୱାମୀ, ଯତୀନ୍ଦ୍ର ସାହୁ, ବାସୁଦେବ ନାପିତ, ହରେନ୍ଦ୍ର ବାରିକ, ବିଜୟ ଦ୍ବିବେଦୀ, ମଧୁସୂଦନ ମହାନ୍ତ ଓ କମଳ ଲୋଚନ କର ପ୍ରମୁଖ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବ କିପରି ଭାବରେ ପାଳନ କରାଯିବ ସେବିଷୟରେ ସବିଶେଷ ଆଲୋଚନା କରିଥିଲେ । ଶେଷରେ ରବିନ୍ଦ୍ର ଖଟୁଆ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନକୁ ଭଲ ପାଉଥିବା ଜଣେ କବି, ସାହିତ୍ୟିକ, ବାଲେଶ୍ବର ଜିଲ୍ଲା ସାମ୍ବାଦିକ ଓ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ବୈଠକରେ ଯୋଗଦାନ ନିମନ୍ତେ ଅନୁଷ୍ଠାନରୁ ସୂଚନା ଆସିଥିଲା ହେଲେ ଅନ୍ଯାନ୍ଯ କାର୍ଯ୍ୟ ବ୍ଯସ୍ତତା ଯୋଗୁଁ ଯାଇ ନ ପାରିବାରୁ ଅନଲାଇନ୍ ଯୋଗଦାନରେ ଆତ୍ମସନ୍ତୋଷ ଲାଭ କରିଥିଲେ ।।
ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ