ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ପ୍ରତିଭା ପୂଜନ ଅନୁଷ୍ଠାନର ବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲେଶ୍ବର,୧୨/୬/୨୨- ପ୍ରତିଭା ପୂଜନ ଅନୁଷ୍ଠାନ ଏକ ସାହିତ୍ୟ ଅନୁଷ୍ଠାନ । ଏହା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଠାରେ ଗଢି ଉଠିଛି । ପ୍ରତିଷ୍ଠାତା, ସଭାପତି ତଥା ମୁଖ୍ୟ ଟ୍ରଷ୍ଟି ଭାବେ ପ୍ରବୀଣ ସାହିତ୍ୟିକ ସଚ୍ଚିଦାନନ୍ଦ ମହାନ୍ତି ସମସ୍ତ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ପ୍ରତ୍ୟେକ ବର୍ଷ ବ୍ଯାସ ପୂର୍ଣ୍ଣମୀ ଦିନ ଅନୁଷ୍ଠାନ ବାର୍ଷିକ ଉତ୍ସବ ପାଳନ କରେ । ଏବର୍ଷ ଜୁଲାଇ ମାସ ୧୩ ତାରିଖ ବ୍ଯାସ ପୂର୍ଣ୍ଣିମା ଦିନ ବାର୍ଷିକ ଉତ୍ସବ ପାଳନ ହେବ । ଏଥି ନିମନ୍ତେ ତା ୧୨/୬/୨୨ ରିଖରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ଦ୍ବାରା ସୁନିର୍ବାଚିତ ବିଭିନ୍ନ କୃତିତ୍ବଧାରୀଙ୍କୁ ପ୍ରତିବର୍ଷ ସମ୍ବର୍ଦ୍ଧିତ କରାଯାଇଥାଏ । ଏଥର ୧୫ ଜଣଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଅନୁଷ୍ଠାନ ସ୍ଥିର କରିଛି । ଉକ୍ତ ବୈଠକରେ ହରିଶ ଚନ୍ଦ୍ର ଗୋସ୍ୱାମୀ, ଯତୀନ୍ଦ୍ର ସାହୁ, ବାସୁଦେବ ନାପିତ, ହରେନ୍ଦ୍ର ବାରିକ, ବିଜୟ ଦ୍ବିବେଦୀ, ମଧୁସୂଦନ ମହାନ୍ତ ଓ କମଳ ଲୋଚନ କର ପ୍ରମୁଖ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ବାର୍ଷିକ ଉତ୍ସବ କିପରି ଭାବରେ ପାଳନ କରାଯିବ ସେବିଷୟରେ ସବିଶେଷ ଆଲୋଚନା କରିଥିଲେ । ଶେଷରେ ରବିନ୍ଦ୍ର ଖଟୁଆ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନକୁ ଭଲ ପାଉଥିବା ଜଣେ କବି, ସାହିତ୍ୟିକ, ବାଲେଶ୍ବର ଜିଲ୍ଲା ସାମ୍ବାଦିକ ଓ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘର ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ବୈଠକରେ ଯୋଗଦାନ ନିମନ୍ତେ ଅନୁଷ୍ଠାନରୁ ସୂଚନା ଆସିଥିଲା ହେଲେ ଅନ୍ଯାନ୍ଯ କାର୍ଯ୍ୟ ବ୍ଯସ୍ତତା ଯୋଗୁଁ ଯାଇ ନ ପାରିବାରୁ ଅନଲାଇନ୍ ଯୋଗଦାନରେ ଆତ୍ମସନ୍ତୋଷ ଲାଭ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

କୋକସରା ଡିଗ୍ରୀ ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ପାଳନ

ଆମ୍ ଆଦମୀ ପାର୍ଟି ବେରୋଜଗାର ଯୁବକ ଯୁବତୀ ଙ୍କୁ ଭତ୍ତା ର ସୁନେଲୀ ସପ୍ନ ଦେଖାଇଲା ?

Sunil Chandra Nayak

Leave a Comment

error: Content is protected !!