ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଏଏସ୍ ପାଇଲେ ଅନୁପମ ଆଚାର୍ଯ୍ୟ

ମ,ରାମପୁର,୭/୧୦(ମସୀହା): କଳାହାଣ୍ଡି ଜିଲ୍ଲା ମ, ରାମପୁର ପାଇକ ପଡ଼ା ର ଅନୁପମ ଆଚାର୍ଯ୍ୟ ଓଏଏସ୍ ପାଇ ମ, ରାମପୁର ପାଇଁ ଆଣି ଦେଇଛନ୍ତି ଗୌରବ। ସେ ଏହାର ଶ୍ରେୟ ନିଜ ବାପା, ମା, ବଡ ବାପା ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟ ,ବଡ ମାଆ ଓ ଗୁରୁଜନ ଙ୍କୁ ଦେଇଛନ୍ତି। ପାଇକ ପଡ଼ା ର ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏବଂ ମାଆ ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଏକ ମାତ୍ର ପୁତ୍ର ତଥା ଦୁର୍ଗା ମାଧବ ସରକାରୀ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ମୋହନ ଶଙ୍କର ଆଚାର୍ଯ୍ୟଙ୍କ ନାତି ଅନୁପମ ନିଜ ପ୍ରାଥମିକ ଶିକ୍ଷା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ସାରିବା ପରେ ଅଷ୍ଟମ ରୁ ଦଶମ ଶ୍ରେଣୀ ଯାଏଁ ଦୁର୍ଗା ମାଧବ ସରକାରୀ ବିଦ୍ୟାଳୟ ରେ ଶେଷ କରି ଭୁବନେଶ୍ୱର ଜୁପିଟର ସାଇନ୍ସ କଲେଜରେ ଯୁକ୍ତ ଦୁଇ ଏବଂ ବୁର୍ଲା ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟେକ୍ନୋଲୋଜି କଲେଜ୍ ଠାରେ ବିଟେକ୍ ସାରି ହାଇଦ୍ରାବାଦ ଠାରେ ୨୦୧୫ରୁ ୨୦୧୮ ଯାଏଁ ଚାକିରୀ କରୁଥିଲେ। ଚାକିରୀ ଛାଡ଼ି ସେ ଦିଲ୍ଲୀ ରେ ୯ ମାସ ରହି ୟୁପିଏସ୍ ସି ପ୍ରସ୍ତୁତ କରି ତାପରଠାରୁ ଘରେ ରହି ନିଜର ପ୍ରସ୍ତୁତି ଜାରୀ ରଖିଥିଲେ। ସେ ୟୁପି ଏସ୍ ସି ପରୀକ୍ଷା ମଧ୍ଯ ଦେଇଛନ୍ତି ଏବଂ ୨୦୨୧ ରେ ଓପି ଏସ ସି ପରୀକ୍ଷା ଦେବା ପରେ ଗତ ସେପ୍ଟେମ୍ବର ୯ ରେ ପରୀକ୍ଷା ଫଳ ଓ ପରେ ସେପ୍ଟେମ୍ବର ୨୯ ରେ କଟକ ଓପି ଏସ ସି ଅଫିସ୍ ରେ ସାକ୍ଷାତ୍ କାର ଦେଇଥିଲେ। ଏହାର ଫଳ ଆଜି ପ୍ରକାଶ ପାଇଛି l ଅନୁପମ ୩୭ ନମ୍ୱର୍ ରେଙ୍କ ରେ ରହିଛନ୍ତି । ଏହି ଖବର ଆଜି ପ୍ରଚାର୍ ହେବା ପରେ ତାଙ୍କୁ ଅଭିନନ୍ଦନ ର ସୁଅ ଛୁଟିଛି। ସେହିପରି ଦୁର୍ଗା ମାଧବ ସରକାରୀ ସ୍କୁଲ ର ଆଉ ଜଣେ ଛାତ୍ର ବିଷ୍ଣୁ ଗୋବିନ୍ଦ ମଧ୍ୟ ଏହି ପରୀକ୍ଷାରେ ୭୪ ନମ୍ବର ରେ ଉତ୍ତୀର୍ଣ୍ଣ ହୋଇଛନ୍ତି l 

ମ.ରାମପୁର ରୁ ପରମାନନ୍ଦ ବିଶି ରିପୋର୍ଟ l

Related posts

ଝରିଗୁଡ଼ା ଗ୍ରାମରେ ପୋଲିସ ଉପରେ ଆକ୍ରମଣ ଘଟଣା ରେ ସାତ ଜଣଙ୍କୁ ଗିରଫ କଲା ଡାବୁଗାଁ ପୋଲିସ

Sunil Chandra Nayak

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

ଲାୟନ୍ସ କ୍ଲବ ରାଉରକେଲା ଛେଣ୍ଡ ର ୩୦ତମ ସ୍ଥାପନା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!