ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୁରୁଚୁଣ୍ଡା ରେ ପାଳନ ହୁଏ ବାସି  ଦଶହରା 

କୋଷାଗୁମୁଡ଼ା ୦୭|୧୦|( ମ ନି ସ ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ଅନ୍ତର୍ଗତ ରାଜୋଡା ପଞ୍ଚାୟତ ର ଚୁରୁଚୁଣ୍ଡା ଗ୍ରାମ ରେ ପାଳିତ ହୁଏ ବାସି ଦଶହରା   କିମ୍ବା  ‘ଖନ୍ଦାଖାଇ’  ଦଶହରା  ବୋଲି  ପରିଚିତ I ସମସ୍ତ ଅଞ୍ଚଳ ରେ ବୁଧବାର ଦଶହରା ପର୍ବ କରାଯାଇ ଥିବା ବେଳେ କିନ୍ତୁ ଏହି ଗ୍ରାମରେ  ବାସି ଦଶହରା ପର୍ବ ପାଳନ କରାଯାଏ I କାଇଁ କେଉଁ କାଳରୁ ଏହି ପରମ୍ପରା ରେ ପାଳନ କରୁଛନ୍ତି ଗ୍ରାମବାସୀ I 

      ଦିତୀୟା ଦିନ ରେ ଗ୍ରାମ ମଝି  ରେ ଅତଏବ୍ ଗଙ୍ଗା ଦେବୀ ମନ୍ଦିର ନିକଟରେ  ଚାରୋଟି ଲାଟି କୁ ବଳି ଦେଇ ସ୍ଥାପନ କରିଥାନ୍ତି l ସେହି ଲାଠି ଗୁଡିକ ବିଭିନ୍ନ ଦେବାଦେବୀଙ୍କ ନାମରେ ସ୍ଥାପିତ କରାଯାଇ ଥାଏ l ଯଥା ମା ମାଉଲି, ଭୈରବୀ, ଠାକୁରାଣୀ ଓ ଚାହୁଁରୀଆ ଦେବାଦେବୀଙ୍କ  ନାମ ରେ ଲାଠି ଗୁଡିକ ସ୍ଥାପନ କରିଥାନ୍ତି l ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟା ରେ ପୂଜାପାଠ କରାଯାଇଥାଏ I ସେହି ଲାଠି କୁ ବlସି ଦଶହରା ଦିନ ଦଶହରା ପଡ଼ିଆ କୁ ନିଆଯାଇଥାଏ ଓ ସେଇଠି ସ୍ଥାପନ କରାଯାଇଥାଏ l ବlସି ଦଶହରା କାହିଁକି ଏହି ଗ୍ରାମରେ ହୁଏ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ ମତପ୍ରକାଶ କରିଛନ୍ତି ଯେ ରାଜା ରାଜୁଡ଼ା ସମୟରେ ଛତ୍ତିଶଗଡ଼ ରାଜ୍ଯ ର ଜଗଦଲପୁର ସହର ର ରାଜା ପ୍ରବିଣ ଚନ୍ଦ୍ର ଭଞ୍ଜଦେଓ ଏହି ଅଞ୍ଚଳର ଜଣେ ବ୍ରାହ୍ମଣ ଝିଅ କୁ ଭଲ ପାଉଥିଲେ l ସେହି ବ୍ରାହ୍ମଣ ଝିଅ କୁ ବିବାହ କରିବା ପାଇଁ ସେ  ଉଠାଇ ନେଇ ଯାଉଥିବା ସମୟରେ ଝିଅ ଗ୍ରାମ ର ଗ୍ରାମବାସୀ ରାଜା ଙ୍କୁ ଘଉଡାଇ ଥିଲେ I ରାଜା ଚୁରୁଚୁଣ୍ଡା ଗ୍ରାମ ରେ ପହଞ୍ଚି ଥିଲେ ସେହି ସମୟରେ ଚୁରୁଚୁଣ୍ଡା ଗ୍ରାମ ବାସୀ ରାଜାଙ୍କୁ ଉଦ୍ଧାର କରି ଗୋଟିଏ ସୁରକ୍ଷିତ ସ୍ଥାନରେ ରଖି ଥିଲେ I ସେହି ଦିନ ରେ ରାଜା ପ୍ରତିଶୃତି ଦେଇଥିଲେ ଯେ ପ୍ରତ୍ୟେକ ବର୍ଷ ଜଗଦଲପୁର ଦଶହରା ର ବlସି ଦିନ ଚୁରୁଚୁଣ୍ଡା ଗ୍ରାମ ରେ ଦଶହରା ପର୍ବ ପାଳନ କରାଯିବ I ସେ ମଧ୍ୟ ବଞ୍ଚି ଥିବା ପର୍ଯ୍ୟନ୍ତ ଆସୁଥିଲେ ଓ ଦଶହରା ପର୍ବ ରେ ସାମିଲ ହେଉଥିଲେ ବୋଲି କହିଛନ୍ତି I

       ଅନ୍ୟ ଏକ କାରଣ ହେଉଛି  କୋରାପୁଟ ଜିଲା ଜୟପୁର ର ରାଜା ବିକ୍ରମ ଦେବ ଜୟପୁର ଦଶହରା ସାରିବା ପରେ ସେହି ଦଶହରା ର ଲାଠି କୁର୍ସି ସବୁ ଚାଲି ଚାଲି ଏହି ଗ୍ରାମ କୁ ଆସୁଥିଲେ ଓ ଦଶହରା ରେ ସାମିଲ୍ ହେଉଥିଲେ I ସେହି ପରମ୍ପରା କୁ ନେଇ ଆଜି ପର୍ଯ୍ୟନ୍ତ ବଜାୟ ରଖିଛନ୍ତି ଏହି ଗ୍ରାମବାସୀ I ପ୍ରତ୍ୟେକ ବର୍ଷ ବlସି ଦଶହରା ହିଁ ପାଳନ କରାଯାଏ I           

         ଦଶହରା ଦିନ ଆଖ ପାଖ ଅଞ୍ଚଳର ତଥା ଖୁଟିଗୁଡା, ପଣ୍ଡୁଗୁଡା, ଜାବାଗୁଡା,ଆମ୍ବlଗୁଡ଼ା,ଗାଦବାଗୁଡା, ରାଜୋଡା,ଗ୍ରାମର ଲାଠି, କୁର୍ସି, ପୂଜାରୀ, ଶିରା, ସମସ୍ତେ ଗଙ୍ଗା ଦେବୀ ମନ୍ଦିର ନିକଟରେ ଏକାଠି ହୋଇ ଥାନ୍ତି ଓ ଶଙ୍ଖ, ବାଜା ବଜାଇ ଗାଁ ପରିକ୍ରମା କରି ସମସ୍ତେ ଦଶହରା ପଡିଆ କୁ ନିଆଯାଇ ଥାଏ l ଦଶହରା ପଡିଆ ରେ ପୁଜାରୀ ମାନେ ଏକ ପ୍ରତିଯୋଗିତା କରିଥାନ୍ତି ଯେ ଲାଠି ର ଅଗ୍ର ଭାଗ ରେ କିଛି ଟଙ୍କା କୁ ନୂଆ କପଡ଼l ରେ ବାନ୍ଧି ଥାନ୍ତି ଓ ଲାଠିକୁ ଠିଆ କରିଥାନ୍ତି, ସେହି ଲାଠି ରେ ବାନ୍ଧି ଥିବା ଟଙ୍କା କୁ ଯେଉଁ ମାନେ ଟେକାମାରି ପିଠାଇବେ ସେହି ବ୍ୟକ୍ତିଙ୍କୁ ପୁଜାରୀ ମାନେ ପୁରସ୍କୃତ କରିଥାନ୍ତି l ଏହି ଭଳି ଭାବରେ ପାଳନ ହୁଏ ବlସି ଦଶହରା I ଦଶହରା ରାତିରେ ଲୋକମାନଙ୍କ ମନୋରଞ୍ଜନ  ପାଇଁ ଦୁଇଟି ଦେଶୀୟl ନାଟକ ପରିବେଷଣ କରାଯାଇଥିଲା l ଶୁକ୍ରବାର ମା ଦୁର୍ଗାଙ୍କ ମୂର୍ତ୍ତି ଭଷାଣି କାର୍ଯ୍ୟକ୍ରମ ରହିଛି I

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ଇଦ ମିଲାଦୁନ ନବୀ ପାଳିତ

Sunil Chandra Nayak

ପିଣ୍ଟୁ ମେହେର ଙ୍କ କବିତା ଦୀପାବଳି

Sunil Chandra Nayak

ଧର୍ମଗଡ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!