ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ତ ସର୍ବ ନାମ

ତୁମେ ତ ସର୍ବ ନାମ

ଉପେନ୍ଦ୍ର କୁମାର ବସ୍ତିଆ

 

କେଉଁ ନାମଧରି ଡାକିବି କେଶବ 

    ତୁମେ ତ ସରବ ନାମ 

କେଉଁ ଧାମ ଯାଇଁ ପୂଜିବି ତୁମକୁ 

    ତୁମେ ତ ସରବ ଧାମ ।

 

କେଉଁ ଗୁରୁ ପାଦ ଆଶ୍ରା ମୁ କରିବି 

    ତୁମେ ତ ଗୁରୁଙ୍କ ଗୁରୁ 

କେଉଁ ଦେବ ନାମେ ପୂଜିବି ତୁମକୁ 

    ତୁମେ ପରା ସର୍ବ ମେରୁ ।

 

ଭାବଗ୍ରାହୀ ବୋଲି ଭାବକୁ ନିକଟ 

    ଅଭାବକୁ ବହୁଦୂର 

କୁହ ମୁଁ କଣ କରିବି କେଶବ 

    କେଉଁ ଭାବେ ହେବ ମୋର ।

 

ଦେଖିନାହିଁ ସିନା ଲୀଳା ଖେଳା ତୁମ

    ଶାସ୍ତ୍ର ବର୍ଣ୍ଣିତ ଅସୁମାରୀ 

ଦୁଃଖ ଦୈନ୍ୟ ଯେତେ ଜୀବନ ଯାତନା 

    ଦିଅ ମୋତେ ଟୋପେ ବାରୀ ।

 

ରାଉରକେଲା

 

Related posts

ଶ୍ରମିକ କାର୍ଡରେ ମିଳୁ ନାହିଁ ସରକାରୀ ସହାୟତା ! ଦୁଇ ବର୍ଷ ହେଲା ବିଛଣାରେ ଶ୍ରମିକ

Sunil Chandra Nayak

ଆଜି ମହାପ୍ରଭୁଙ୍କର ବନକଲଗି ନୀତି, ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ୍ ରହିବ ସାଧାରଣ ଦର୍ଶନ

Sunil Chandra Nayak

କାର ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତ୍ୱର

Sunil Chandra Nayak

Leave a Comment

error: Content is protected !!