ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁବାବୁ ଓଡିଆ ସ୍ବାଭିମାନ ଓ ଅସ୍ମିତାର ପ୍ରତୀକ

ପ୍ରଗତି ଉତ୍କଳ ସଂଘ ତରଫରୁ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳିତ 

ରାଉରକେଲା / ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ୧୭୫ତମ ଜୟନ୍ତୀ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅଜୟ କୁମାର ନାୟକ ଙ୍କ ସଭାପତିତ୍ବ ଓ ପ୍ରସନ୍ନ କୁମାର ମହାନ୍ତି ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଓ ଡଃ ପ୍ରଫେସର ପ୍ରଦୀପ କୁମାର ପଣ୍ଡା ମୁଖ୍ୟବକ୍ତା ରୂପେ ଯୋଗଦେଇ ମଧୁବାବୁଙ୍କ ଜୀବନୀ, ଆଦର୍ଶ ଓ ସ୍ବାଭିମାନ ସଂପର୍କରେ ଆଲୋଚନା କରିଥିଲେ। ଉପ ସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ କୁଆରମୁଣ୍ଡା କୁମଝରିଆ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସାମଲଙ୍କୁ ସତ୍ୟନାରାୟଣ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। କନକଲତା ମିଶ୍ର ମାନପତ୍ର ପାଠ କରିଥିଲେ। ସେହିପରି ସହରର ପଞ୍ଚମ ଶ୍ରେଣୀ କୃତିଛାତ୍ରୀ ବାସନ୍ତୀ କଲୋନୀ ସ୍ଥିତ ଡିଏଭି ପବ୍ଲିକ୍ ସ୍କୁଲର ଦୀପ୍ତି ନାୟକଙ୍କୁ ମଧୁସୂଦନ ସ୍ମୃତି ପୁରସ୍କାର ଓ ସେକ୍ଟର ୧୭ସ୍ଥିତ ମଧୁସୂଦନ ଶିକ୍ଷା ନିବାସର ସପ୍ତମ ଶ୍ରେଣୀ କୃତି ଛାତ୍ରୀ ସରିତା ଓରାମଙ୍କୁ ଗୋପବନ୍ଧୁ ଦାସ ସ୍ମୃତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ। ଅତିଥି ମାନଙ୍କ ସହ ପୁରସ୍କାର ବିତରଣରେ ଅନ୍ୟତମ ଉପସଭାପତି ଅଜୟ ଗୋସ୍ବାମୀ, ସାଂସ୍କୃତିକ ସଂପାଦକ ପ୍ରତାପ କୁମାର ପଟ୍ଟନାୟକ ସ୍ମିତା ମିଶ୍ର ସହାୟତା କରିଥିଲେ। ଲକ୍ଷ୍ମଣ ନାଥ ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ଅରବିନ୍ଦ ପାତ୍ର, ପରୀକ୍ଷିତ ଗୁରୁ, ଅର୍ଜୁନ ଭୂୟାଁ, ସଭ୍ରାଂଶୁ ଶେଖର ମହାପାତ୍ର, ଇନ୍ଦ୍ରମଣି ମହାପାତ୍ର, ରଶ୍ମି ସାହୁ, ସୁସ୍ମିତା ଚିନ୍ତା, ଗୀତା ରାଣୀ ବେହେରା, ନିରୂପମା ପତି , କମଳ କୁମାର ଦାଶ, ବରୁଣ ନାହାକ, ରଞ୍ଜନ କୁମାର ମହାନ୍ତି, କିଶୋରୀ ମୋହନ କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ସର୍ବଶ୍ରୀ ଭାରତ ଭୂଷଣ ମହାନ୍ତି, ଭୂପେନ ମହାପାତ୍ର, ରାଜୀବ ପାଣି, ଶଙ୍କର ପ୍ରସାଦ ତ୍ରିପାଠୀ, ପ୍ରତାପ କୁମାର ରାୟ, ଡାଃ କୃପାସିନ୍ଧୁ ନାୟକ, ଡଃ ସୁମନ ଦତ୍ତ, ଅଙ୍ଗୁର ବାଳା ପରିଡ଼ା, ବିପିନ ବିହାରୀ ପଟ୍ଟନାୟକ, ଅମୂଲ୍ୟ ଚରଣ ବରାଳ, ଅଶୋକ କୁମାର ବଳ, ସତ୍ୟାନନ୍ଦ ବେହେରା, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ରିଷ୍ଣମ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ସାରଦୋକାନ ପରିଦର୍ଶନ 

Sunil Chandra Nayak

ସହରର ବିଭିନ୍ନ ଅନୁଷ୍ଠାନ ରେ ଗୁରୁଦିବସ ପାଳନ

Sunil Chandra Nayak

ଐତିହାସିକ ମାକ୍ରୀପଡ଼ା ଶୈବପିଠ ର ଭୂମିପୂଜନ ଉତ୍ସବ

Sunil Chandra Nayak

Leave a Comment

error: Content is protected !!