ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀରାମ ସାହୁ ଙ୍କ କବିତା ମାଆନାମ ମଧୁଝରା

ମାଆନାମ ମଧୁଝରା

 

ଶ୍ରୀରାମ ସାହୁ

 

ମାଆ ମୋ ମମତାମୟୀ ସ୍ନେହମୟୀ

କରୁଣାର ବାରିଧାରା।

ବୁଦ୍ଧିଜ୍ଞାନ ଦାତ୍ରୀ ଅଭୟ ଦାୟିନୀ

ଅଟଇ ସୁଖ ପସରା.. ..।୦।

ତା ପଣତକାନି ତଳେ ରହିଥିଲେ

ଜମାଡର ଲାଗେନାହିଁ।

ବାଧାବିଘ୍ନ ଯେତେ ଆସୁ ଜୀବନରେ 

ପଛଘୁଞ୍ଚା ଦିଏନାହିଁ।

ଶତ ସିଂହବଳ ଜାଗ୍ରତ ହୁଅଇ

ମାଆନାମେ ଦିହସାରା…।୧।

ପାଳିପୋଷି ମୋତେ ମଣିଷ କରିଛି

ସବୁଦୁଃଖ କଷ୍ଟସହି।

ଖାଇବା ଚାଲିବା କଥା କହିବାରେ

ମାଆସମ ଗୁରୁନାହିଁ।

କିଏ କେବେ ତାର ଋଣକି ଶୁଝିବ

ମାଆ ହୃଦୟ ନିଆରା…..।୨।

ମାତୃ ଦିବସରେ ମାଆଙ୍କୁ ପୂଜିବା

ଲଭିବା ତାର ଆଶିଷ।

ସରଗଠୁ ବଳି ମାଆ ଗରୀୟସି

ମିଳିବ ମନେ ସନ୍ତୋଷ।

ଆଶୀର୍ବାଦ ନେଇ ହୋଇବା ଦୀର୍ଘାୟୁ 

ମାଆନାମ ମଧୁଝରା….।୩।

      ଫୁଲବାଣୀ।କନ୍ଧମାଳ।

Related posts

ନର୍ମଦା ନାୟକ ଙ୍କ କବିତା ପ୍ରକୃତିରାଣୀ

Sunil Chandra Nayak

ୱେବ ପୋର୍ଟାଲ କୁ ନକଲି ଆଖ୍ୟା ବିରୁଦ୍ଧରେ ପ୍ରତିବାଦ ସଭା 

Sunil Chandra Nayak

ଲଗାଣ ବର୍ଷା ରେ ବେହାଲ ଜନତା :ଚାଳ ଘର କାନ୍ଥ ଭୁସୁଡ଼ିଲା

Sunil Chandra Nayak

Leave a Comment

error: Content is protected !!