ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ମା ପରି କିଏ ହେବ

ମା ପରି କିଏ ହେବ

 

ମାଆ ପରି କିଏ ହେବ

ବୁଲି ଆସିଲେ ସେ

ପଣତ କାନିରେ ଝାଳ ସବୁ ପୋଛି

ଖାଇଛୁ କି ନାହିଁ ପଚାରିଦେବ।

 

ମାଆ ପରି କିଏ ହେବ

ସ୍ନେହ ମମତାର

ଅତୁଟ ବନ୍ଧନରେ ବାନ୍ଧି

ଆଉ ଦିଟା ଖାଇ ଦେ ବୋଲି କହୁଥିବ।

 

ମାଆ ପରି କିଏ ହେବ

ଠାକୁର ପାଖରେ

ଶ୍ରୀ ଫଳ ବସାଇ ଫୁଲକୁ

ଚଢାଇ ମାନସିକ କରୁଥିବ।

 

ମାଆ ପରି କିଏ ହେବ

ମନ ଦୁଃଖ ଥିଲେ

ବାରମ୍ବାର ଆସି କାମ ବାହାନାରେ

ଦେଖି ମୋତେ ସାହସ ଦେଉଥିବ।

 

ମାଆ ପରି କିଏ ହେବ

ପ୍ରେମର ଅତୁଟ

ବନ୍ଧନରେ ବାନ୍ଧି ନିଜେ ନ

ଖାଇ ପିଲା ପାଇଁ ରଖିଥିବ।

ପ୍ରିୟବ୍ରତ ଦେହୁରୀ

ଢେଙ୍କାନାଳ

Related posts

ନକଲି ଜମି ପଟ୍ଟା ମାମଲାରେ ଯୁବକ ଗିରଫ

Sunil Chandra Nayak

ଡିଗ୍ରୀ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଏଡସ ସଚେତନତା ଦିବସ ପାଳନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

Leave a Comment

error: Content is protected !!