ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୟ ମାଆ ଲକ୍ଷ୍ମୀ 

ଜୟ ମାଆ ଲକ୍ଷ୍ମୀ 

ମାଆ ଲୋ ଜଗତର ମାତା
         ତୁ଼ହିଲୋ ସାଗର ସୁତା
ଜୟମା,ଅନ୍ନଦା,ଜୟମା, ସୁଖଦା
        ଜୟତୁ ବରଦା ମା, ଲୋ
ମାଧବ ଯାହାର ନାହା ।।
ମାଆଲୋ ଏ ସାରା ସଂସାର
        ତୋହର ଵିଜୟସ୍ଥଳୀ
ଜୟମା, ଚଞ୍ଚଳା,ସାଗର ଦୁଲଣୀ
       ପତି ତୋର ବନମାଳୀ   
ତୁ଼ହିମା, ଲକ୍ଷ୍ମୀ ଵିଷ୍ନୁ ଙ୍କ ଘରଣୀ ।।
ସକଳ ପ୍ରାଣୀଙ୍କୁ ଦେଉଛୁ ଆଧାର
        ଗୁରୁ ବାର ଅଟେ ପ୍ରିୟତୋହର
ଯିଏ ଲୋ ମା,ତୋ ସେଵାକରେ 
       ସକଳ ସୁଖ ଦେଉ ତାହାରେ
ପଡିଦାତ୍ରୀ ମା,ଲୋ କୋଟି ନମସ୍କାର।
କରିଵୁଲୋ ମାଆ ସୁଦୟା
   ତୋ ସେଵାକରି ଯାଉ ଏକାୟା
ପଦ୍ମାସନେ ଵସିଥାଉ
      ଧନ୍ୟ ତୋ ମାୟା ଲୋ
ମାଆ ଧନ୍ଯ ତୋ ମାୟା ।।

ବନଲକ୍ଷ୍ମୀ ମହାନ୍ତି

 ନଡିଆଵରାଇ ।।

Related posts

ଗଁଦିଆ ବ୍ଲକ୍ ରେ ସୁରଭି କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ବିଜେପି କାର୍ଯ୍ୟାଳୟ – ଖୁସିରେ ଝୁମିଲେ , ମିଠା ବାଣ୍ଟିଲେ

Sunil Chandra Nayak

ଦାଦନ ସମସ୍ୟା ରୋକିବା ପାଇଁ ପ୍ରୟାସ,କେସିଙ୍ଗା ରୁ ଭବାନୀପାଟଣା ମହିପାଳ ପୋଢ ଙ୍କ ପଦଯାତ୍ରା

Leave a Comment

error: Content is protected !!