ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଭୂଆଁ ବିରାଡିର ହଟହଟା

 ଭୂଆଁ ବିରାଡିର ହଟହଟା

     

       ଅପର୍ତ୍ତି ସେଠୀ

     ‌ (ରମ୍ୟ ରଚନା)
ଗାଁ ମୁଣ୍ଡ ରାସ୍ତା ହଜାରେ ଜନତା
     ଦେଖି ମୁଁ ଅଟକି ଗଲି,
ଦୁର୍ଘଟଣା ବୋଧେ କିଛିଟା ଘଟିଛି
      ମନରେ ମୁଁ ଭାବିନେଲି।
ମିଡିଆ ବାଲା ବି ଜଣେ ଦୁଇଜଣ
       ସେଠି ଉପସ୍ଥିତ ଥିଲେ,
କିଛି ପିଲାମାନେ ମୋବାଇଲ ଧରି
       ଫଟୋ ବି ଉଠାଉଥିଲେ।
ଭିଡ ପାଖେ ଯାଇ ଯାହା ମୁଁ ଦେଖିଲି
       ସେଥିରେ ଆଶ୍ଚର୍ଯ୍ୟ ହେଲି,
ଭୂଆଁ ବିରାଡିର କାର୍ଯ୍ୟ କଳାପକୁ
‌ ‌ ଯେବେ ନିରୀକ୍ଷଣ କଲି।
 ବିରାଡ଼ି ମୁହଁରେ ଷ୍ଟିଲ ନୋଟାଟିଏ
       ବେକଯାଏ ପଶିଅଛି,
ଯେତେ ଚେଷ୍ଠାକଲେ ବିରାଡିଟାକିବା
       ମୁହଁକୁ କାଢିପାରୁଛି?
ପଛୁଆ ଆଗୁଆ ଡିଆଁ ସେ ମାରୁଛି
        ଦିଶୁନାହିଁ ତାକୁ କିଛି,
କେତେବେଳେ ଛୁଆପିଲାଙ୍କ ଉପରେ
        ଭୁଆଁ ହୁଏ ଯାଇ ଭୁଷି।
ମାଗିନାନୀ ଘରେ ଲୋଭକରି ସିଏ
        କ୍ଷୀର ଯେବେ ପିଉଥିଲା,
ଷ୍ଟିଲ ନୋଟାଟାରେ ନିଜ ମୁହଁଟିକୁ
         ଜବରଦସ୍ତି ପୁରେଇଲା।
କ୍ଷୀର ସିନା ସବୁ ଭୂଆଁ ପିଇଦେଲା
         ନାମଟିଏ ନେଇଗଲା,
ନୋଟାଟି ମୁହଁରୁ ଆଉ କି ବାହାରେ
        ବେକ ଯାକେ ପଶିଗଲା।
ବିରାଡ଼ି ପାଗଳ ପରାୟ ଡେଉଁଛି
        ରାସ୍ତାରେ ଲଗାଏ ପାଲା,
ହଜାରେ ଲୋକଙ୍କ ଭିଡ଼ ଲାଗିଅଛି
       ଚାଲିଅଛି ହୋ ହାଲ୍ଲା।
ସମସ୍ତେ ସେଠାରେ ତାଳି ମାରି ପୁଣି
        ଏହି ମଜା ନେଉଥାନ୍ତି,
କେତେକ ପିଲାଏ ଟେକା ଢେଲାଗୁଡା
        ବିରାଡ଼ିକୁ ଫିଙ୍ଗୁଥାନ୍ତି।
ବହୁ ଚେଷ୍ଟାପରେ ବାଡି ସାହାଯ୍ୟରେ
       ବିରାଡିଟା ଧରାହେଲା,
ଦୁଇଜଣ ଆମେ ତାକୁ ଧରିଥିଲୁ
       ବୁଲୁ ନୋଟାକୁ ଟାଣିଲା।
ପିଇଯାଇଥିଲା ବେକେ ଯେଣୁ ନୋଟା
       ତେଲ କିଛି ମରାହେଲା,
ତା’ପରେ ବୁଲୁ ବୁଲେଇ ବୁଲେଇ
      ନୋଟାଟିକୁ କାଢ଼ି ଦେଲା।
ହଠାତ୍ ବିରାଡି ବୁଲୁକୁ କାମୁଡି
        ମାଉଁସ ମେଞ୍ଚାଏ ଧରି,
ଜୀବନ ବିକଳେ ସେ ଜାଗାରୁ ପୁଣି
         ପଳେଇଗଲା ଦ‌ଉଡି।
ଯିଏ ତା’ଜୀବନ ବଞ୍ଚାଇଲା ସେଠି
         ତାକୁ ସିଏ କାମୁଡ଼ିଲା,
ପଶୁ ପ୍ରବୃତ୍ତିଟା ସେ ରକ୍ଷା କରିଲା
         ନିଜ ଧର୍ମ ପ୍ରକାଶିଲା।
ଯେଣୁ ସିଏ ପଶୁ ବୁଝିପାରିଲାନି
        କିଏ ତାର ଆପଣାର,
ଆମେ କିନ୍ତୁ ଏଠି ବୁଝିତ ପାରିବା
       ପାର୍ଥକ୍ୟ ପାପ ପୂଣ୍ୟର ।
ମଣିଷକୁ ଯିଏ ସାହାଯ୍ୟ କରୁଛି
        ତାକୁ ସେ ଭୁଲିଯାଉଛି,
ନିଜ ସ୍ଵାର୍ଥ ପାଇଁ ସାହାଯ୍ୟ କାରୀକୁ
        ପଛରୁ ଛୁରୀ ଭୁଷୁଛି‌।
ଭଷ୍ମାସୁର ଭଳି ଆଜିର ମଣିଷ
        ଅସୁର ପ୍ରବୃତ୍ତି ଧରେ,
କୁକୁରଠିଁ ବରଂ ଭରଷା ରହୁଛି
       ନର ବେଇମାନ କରେ।
ଦଂଶନ କରିବା ବୃଚ୍ଛିକର ଧର୍ମ
       ଜୀବ ରକ୍ଷା ସାଧୁ ଧର୍ମ,
ଅନ୍ୟର ଜୀବନେ ଦୟା ପ୍ରକାଶିବା
       ମଣିଷର ଶ୍ରେଷ୍ଠ କର୍ମ।

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା,

   
         ,

Related posts

ଶହୀଦ ବାଜିରାଉତଙ୍କ ଜନ୍ମ ତିଥି ଠାରୁ ପୁଣ୍ୟ ତିଥି ପର୍ଯ୍ୟନ୍ତ ଆପ୍ ର ଜନ ସମ୍ପର୍କ ଯାତ୍ରା

Sunil Chandra Nayak

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଜନ ପ୍ରତିନିଧି ଙ୍କ ବିଶ୍ରାମଗାର ଓ ଶୌଚାଳୟ ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!