ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଜନ ପ୍ରତିନିଧି ଙ୍କ ବିଶ୍ରାମଗାର ଓ ଶୌଚାଳୟ ପାଇଁ ଦାବି

ଥୁଆମୂଳ ରାମପୁର:୨୪/୧୧ – (ମ.ନି.ସ) :- ବାଃ ବାଃରେ ତମ ବ୍ଯବସ୍ଥା କୁ ମାନିବାକୁ ପଡିବ, କାହାର ପୌଷ ମାସ କାହାର ସର୍ବନାଶ, ଯେଉଁଠି କି ରାଜନୈତିକ କେନ୍ଦ୍ରବିନ୍ଦୁ ସେହିଠି ଅବ୍ଯବସ୍ଥା ରହିଅଛି। ତେବେ ଦୁର୍ଗମ ଅଞ୍ଚଳ ଲୋକଙ୍କ ପାଇଁ କିଭଳି ବ୍ଯବସ୍ଥା କରାଯାଇଛି। କଳାହାଣ୍ଡି ଜିଲ୍ଲା ଦୁର୍ଗମ ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତିର ଦୃଶ୍ୟ ଦେଖିବାକୁ ମିଳିଛି ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧାରଣ ଙ୍କ ନିମନ୍ତେ ଅପେକ୍ଷା କରିବା ପାଇଁ କୌଣସି ସୁବ୍ଯବସ୍ଥା ନ ଥିବାବେଳେ ପ୍ରାୟତଃ ତ୍ରୀ ସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ଥିବା ବେଳେ ସମିତି ଓ ସରପଞ୍ଚ ଜିଲ୍ଲା ପରିଷଦ ସଭ୍ୟା ୱାର୍ଡ ସଭ୍ୟ ସଭ୍ୟା ନାଏବ ସରପଞ୍ଚ ବିଶେଷତଃ ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ଶୌଚାଳୟ ଓ ବିଶ୍ରାମସ୍ଥଳୀ ଭଳି କୌଣସି ପ୍ରକାର ସୁବିଧା ନାହିଁ। ଯାହାଫଳରେ ସ୍ଥାନୀୟ ଜନପ୍ରତିନିଧି ତଥା ଥୁଆମୂଳ ରାମପୁର ସରପଞ୍ଚ ସଂଘ ଉଦବେଗ ପ୍ରକାଶ କରିଛନ୍ତି ବିଭିନ୍ନ କାର୍ଯ୍ଯନେଇ ପଞ୍ଚାୟତ ସମିତି କାର୍ଯ୍ଯାଳୟ କୁ ଆସୁଥିବା ବେଳେ ସେମାନେ ବାରଦୁଆର ଶୁଣ୍ଢିପିଣ୍ତା ହେଳାଭଳି ଘୂରି ବୁଲୁଥିବା ଦେଖିବାକୁ ମିଳୁଛି। ପ୍ରାୟତଃ ସମସ୍ତ କର୍ମଚାରୀ ନିଜସ୍ୱ ସରକାରୀ କ୍ୱାଟରରେ ଅଫିସ କାର୍ଯ୍ୟକରିବା ଦେଖାଯାଏ । ମହିଳା ପ୍ରତିନିଧି ମାନେ କୌଣସି ଅଭିଯୋଗ କିଛି ସମସ୍ୟାକୁ ନେଇ ଆସିଥିଲେ ମଧ୍ୟ ଅଫିସରେ ନ ପାଇ ଫେରିବାକୁ ପଡୁଥିବା ଜଣାଯାଏ, ଏହା ଅତି ଦୁଃଖଦ ବିଷୟ ବୋଲି ଚର୍ଚ୍ଚା ଜୋରଧରିଛି। ପଞ୍ଚାୟତ ସମିତି ତରଫରୁ କର୍ମଚାରୀଙ୍କ ପାଇଁ ଛତୁଫୁଟିଲା ଭଳି ଲକ୍ଷ ଲକ୍ଷ ଟଙ୍କା ବ୍ଯୟରେ କାର୍ଯ୍ଯାଳୟ ପରିସର ଠାରେ କୋଠା ଗୁଡିକ ନିର୍ମାଣ କରାଯାଇଛି। ଏପରିକି ଲକ୍ଷ ଲକ୍ଷ ଟଙ୍କା ବ୍ଯୟରେ କିଛି ବର୍ଷ ତଳେ ପଞ୍ଚାୟତ ସମିତି କାର୍ଯ୍ଯାଳୟ ଠାରୁ ଅନତି ଦୂରରେ କର୍ମଚାରୀଙ୍କ ନିମନ୍ତେ ବାସ ଗୃହ ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ତାହା ଭୂତକୋଠୀ ପାଲଟି ଗଲାଣି। ବିଭାଗୀୟ କର୍ମଚାରୀ ଓ ଠିକାଦାରଙ୍କ ପେଟପୋଷା ନୀତି ଯୋଗୁଁ ନିମ୍ନମାନର କାର୍ଯ୍ଯ କରି ସରକାରଙ୍କ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରାଯାଉଛି। କିନ୍ତୁ ସର୍ବ ସାଧାରଣ କିମ୍ବା ଜନପ୍ରତିନିଧିଙ୍କ ପାଇଁ ବିଶ୍ରାମ କରିବାକୁ ସେମିତି କୌଣସି ବ୍ଯବସ୍ଥା କରାଯାଇ ପାରିଲା ନାହିଁ। ଏଠାରେ ଜନପ୍ରତିନିଧି ତଥା ଦଳିତ ଆଦିବାସୀ ଙ୍କ ସରଳତା ଓ ସଚେତନତା ଅଭାବର ସୁଯୋଗ ନେଇ ବିଭାଗୀୟ ଅଧିକାରୀ ମାନେ ବୈମାତୃକ ମନୋଭାବ ପୋଷଣ କରୁଥିବା ଅନୁମାନ କରାଯାଉଛି। ଯେଉଁ ନେତାଙ୍କୁ ଆଶା କରାଯାଉଛି ଯେ ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବେ ବୋଲି ଆଶା କରାଯାଉଥିଲା କିନ୍ତୁ ଏବେ ତାହା ମଧ୍ୟ ହୋଇପାରୁ ନାହିଁ କର୍ମଚାରୀଙ୍କ ପାଖରେ ସମର୍ପିତ ହେବା ଭଳି ମନେହୁଏ। ନିଜର ପେଟ ପାଟଣା ଉପରେ ଅଧିକ ଗୁରୁତ୍ୱ ଦେଉଥିବା ଯୋଗୁଁ ବିଭାଗୀୟ ଅଧିକାରୀ ତାଙ୍କୁ ଅବହେଳା କରୁଛନ୍ତି ବୋଲି ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ତେବେ ମହିଳା ଜନପ୍ରତିନିଧି ପଞ୍ଚାୟତ ସମିତି କାର୍ଯ୍ଯାଳୟ କୁ ବିଭିନ୍ନ କାର୍ଯ୍ଯ ପାଇଁ ଆସି ଅନେକ ସମୟରେ ଅସୁବିଧା ଭୋଗୁଛନ୍ତି। ଶୌଚାଳୟର ବ୍ଯବସ୍ଥା ହୋଇଥିଲେ ହେ ତାହା କାର୍ଯ୍ୟକ୍ଷମ ଏ ଯାବତ କରା ଯାଇପାରିଲା ନାହିଁ। ଏ ଦିଗରେ ବରିଷ୍ଠ ଅଫିସର କର୍ମଚାରୀ ଓ ବଡ ବଡ଼ିଆ ସ୍ଥାନୀୟ ରାଜନୈତିକ ପଦାଧିକାରୀ ଙ୍କ ଦୂରଦୃଷ୍ଟି ଅପାରଗତା ଥିବା ଯୋଗୁଁ ଏହିଭଳି ଅବସ୍ଥା ଦେଖିବାକୁ ମିଳିଛି। ସେମାନେ ଜାଣିଶୁଣି ଏହିଭଳି କାର୍ଯ୍ଯକଳାପ କରୁଛନ୍ତି କି ଇଛାଶକ୍ତି ଅଭାବ ରହିଛି ତାହା ଦେବଙ୍କୁ ଅଗୋଚର ବୋଲି ମନେହୁଏ। ତେବେ ରାଜନୈତିକ କର୍ମକର୍ତ୍ତା ଯଦି ଚେଇଁଶୋଇଛନ୍ତି ତେବେ ବିଭାଗୀୟ ଅଧିକାରୀ ଚେଇଁ ଉଠିବା ନିହାତି ଜରୁରୀ ରହୁଛି। ପଞ୍ଚାୟତ ସମିତି କାର୍ଯ୍ଯାଳୟ ପରିସରରେ ଜରୁରୀକାଳୀନ ପରିସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି ସର୍ବ ସାଧାରଣ ଙ୍କ ପାଇଁ ଅପେକ୍ଷା ଗ୍ରୃହ ଓ ଶୌଚାଳୟ ସୁବ୍ଯବସ୍ଥା କରନ୍ତୁ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଦାବି କରାଯାଉଛି। ଏହି ଖବର ପ୍ରକାଶ ପାଇଲା ପରେ ବିଭାଗୀୟ ଅଧିକାରୀ କେତେ ଦୂର ଏହା ଉପରେ ଧ୍ଯାନ ଦେବେ ତାହା ସମୟ ହିଁ କହିବ ସେହି ସମୟକୁ ଅପେକ୍ଷା କରାଯାଇଛି।ଏପରିକି ଗତ କିଛିଦିନ ତଳେ ସରପଞ୍ଚ ସଂଘ ବିଡ଼ିଓ ଙ୍କୁ ଦେଖା କରିବା ପାଇଁ ଆସି ବ୍ଲକ ସମ୍ମୁଖ ଆମ୍ବ ଗଛତଳେ ଦୀର୍ଘ ସମୟ ଧରି ବସିଥିବା ଦେଖାଯାଇ ଥିଲା।ଏହାକୁ ନେଇ ସରପଞ୍ଚ ସଂଘ ଦୃଢ ନିନ୍ଦା ବ୍ୟକ୍ତ କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ତୀର୍ଯ୍ୟକ

Sunil Chandra Nayak

ସମସେରପଦର ମଧ୍ୟ।ନ୍ନ ଭୋଜନରେ ଛାତ୍ର ଛାତ୍ରୀଙ୍କ ଅର୍ଥ ଆତ୍ମସାତ ଅଭିଯୋଗ

Sunil Chandra Nayak

ସମରେନ୍ଦ୍ର ନାୟକ ଙ୍କ କବିତା ଚନ୍ଦ୍ରାନନୀ

Sunil Chandra Nayak

Leave a Comment

error: Content is protected !!