ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ଗଣମାଧ୍ୟମ ସଙ୍ଘ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ନେଇ ତୀବ୍ର ପ୍ରତିବାଦ ଓ ରାଜ୍ୟପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ

କନ୍ଧମାଳ ଗଣମାଧ୍ୟମ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ରାଜ୍ୟର ଜଣାଶୁଣା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଜାଣିଶୁଣି ଉଦେଶ୍ୟ ମୂଳକ ଭବେ ରାତିଅଧିଆ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଥିବା ଘଟଣା କୁ କନ୍ଧମାଳ ଜିଲ୍ଲା ଗଣମାଧ୍ୟମ ସଙ୍ଘ ସଭାପତି ଗଗନ ପ୍ରଧାନ ଙ୍କର ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ସହ ଯାଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନରାବାଜି ଦେଇଥିଲେ। ପରେ ଯାଇ ରାଜ୍ୟପାଳ ଙ୍କ ଉଦେଶ୍ୟ ରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମ ବେଳେ କନ୍ଧମାଳ ଗଣମାଧ୍ୟମ ସଂଘର ଉପ ସଭାପତି ଫିଲିପ କୁମାର ଦିଗାଲ,ସମ୍ପାଦକ ଏମାନୁଏଲ ନାୟକ,କୋଷାଧ୍ୟକ୍ଷ ସୀମାଞ୍ଚଳ ସାହୁ,ବରିଷ୍ଠ ସାମ୍ବାଦିକ ଵୈଦ୍ୟନାଥ ନାୟକ, ସାମ୍ବାଦିକ କ୍ଷୀରୋଦ କୁମାର ସାହାଣୀ,କୁନା ଦିଗାଲ,ସନ୍ତୋଷ କୁମାର ବେହେରା ,ପ୍ରଭାତ ନନ୍ଦ,ଉତ୍ତମ ନାଥ ଦିଗାଲ, ସୁଶାନ୍ତ ଦିଗାଲ,ପ୍ରମୁଖ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ ରାଜ୍ୟ ସରକାରଙ୍କ ଦୁର୍ନୀତି ,ଅନିୟମିତତା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ନିର୍ଭୀକ ନିରପେକ୍ଷ ଭାବରେ ନିୟମିତ ଖବର ପରିବେଷଣ କରୁଥିଲେ। ଦୁର୍ନୀତି ପର୍ଦାଫାସ କରି ଲୋକ ଲୋଚନ କୁ ଆଣୁଥିଲେ ସେଥି ପାଇଁ ସରକାର ତାଙ୍କୁ କୌଣସି ସୁଯୋଗ ନଦେଇ ଆକ୍ରୋଶ ମୂଳକ ଭାବେ ଗିରଫ କରିଛି । ତାଙ୍କୁ ତୁରନ୍ତ ଖଲାସ କରାଯାଉ ବୋଲି ସଂଘର ପକ୍ଷରୁ ଦାବୀ କରାଯାଇଛି। ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ର ସଠିକ ତଦନ୍ତ ନକରି ଅନ୍ୟାୟ ଭାବେ ତାଙ୍କୁ ଗିରଫ କରିଥିବା କନ୍ଧମାଳ ଗଣମାଧ୍ୟମ ସଂଘର ସାମ୍ବାଦିକ ମାନେ ଅଭିଯୋଗ କରି ତୀଵ୍ର ପ୍ରତିବାଦ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ନମାମି ଗଙ୍ଗେ ତରଫରୁ ଯୋଗ ଅଭ୍ୟାସ ଶିବିର ଅନୁଷ୍ଠିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଓଃ କି ଭକ୍ତି !!

Sunil Chandra Nayak

ଖଡ଼ିଆଳ ରୋହେନପଦର ଠାରେ ଚୋରି ଟ୍ରକ କାଟି କବାଡି ରେ ବିକ୍ରି ଉଦ୍ୟମକୁ ଭଣ୍ଡୁର କଲେ ଛତିଶଗଡ଼ ଏବଂ ଖଡ଼ିଆଳ ପୋଲିସ

Sunil Chandra Nayak

Leave a Comment

error: Content is protected !!