ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଲ୍ ଏଣ୍ଡ ଟି କଂପାନୀର କର୍ମଚାରୀଙ୍କୁ ଆକ୍ରମଣ ଓ ରାସ୍ତା ଅବରୋଧ ଅଭିଯୋଗ, ଯୁବକଙ୍କୁ କୋର୍ଟଚାଲାଣ

ଲାଞ୍ଜିଗଡ଼,୧୯/୧୦(ମନିସ)-  ଲାଞ୍ଜିଗଡ଼ସ୍ଥିତ ଏଲ୍ଏଣ୍ଡଟି କଂପାନୀର ଜଣେ କର୍ମଚାରୀଙ୍କୁ ଆକ୍ରମଣ ଓ ରାସ୍ତା ଅବରୋଧ କରିବା ଘଟଣାରେ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ ! ଖବର ଅନୁଯାୟୀ, ଏଲ୍ଏଣ୍ଡଟି କଂପାନୀରେ କାର୍ଯ୍ୟରତ ଅଭିମନ୍ୟୁ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ବସନ୍ତପଡ଼ାର ବେଲାଳ ମାଳୀ ନାମକ ଜଣେ ଯୁବକ ପ୍ରଥମେ ତାଙ୍କ ଗାଡ଼ିକୁ ପଛପଟୁ ଯାଇ ଧକ୍କା ଦେବା ସହିତ ତାଙ୍କୁ ଆକ୍ରମଣ କରିବା ସହିତ ତାଙ୍କ ଗାଡ଼ିକୁ ଜୋର ଜବରଦସ୍ତ ମୁଖ୍ୟ ରାସ୍ତା ଉପରେ ଅବରୋଧ କରି ରଖିଥିଲେ ! ଯାହାଫଳରେ ଦୀର୍ଘ ସମୟ ଯାଏଁ ଟ୍ରାଫିକ୍ ଜାମ ଭଳି ପରିସ୍ଥିତି ସ୍ରୁଷ୍ଟି ହୋଇଥିଲା ! ଏ ସଂପର୍କରେ ଅଭିଯୋଗ ହେବା ପରେ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ଏନେଇ କେସ୍ ନଂ୮୫/୨୦୨୨ରେ ଏକ ମାମଲା ରୁଜୁ କରାଯାଇ ବେଲାଳକୁ ଗିରଫ କରାଯିବା ସହ ଆଜି କୋର୍ଟଚାଲାଣ କରାଯାଇଛି ! ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ତତ୍ତ୍ବାବଧାନରେ ଏସ୍ଆଇ ସୋମେଶ୍ବର ବାଗ ମାମଲାର ତଦନ୍ତ କରୁଛନ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଦଳର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ଓକିଲ ଇନ୍ଦ୍ରଜିତ ସେନଗୁପ୍ତ ଆରପାରିରେ

Sunil Chandra Nayak

ଉଛୁଳା ଗ୍ରାମରେ ମାଁ ଡୋକରିଙ୍କ ଦଶହରା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!