ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜ଼ିଲ୍ଲା ରେ ହାଇସ୍କୁଲ ଶିକ୍ଷକ ସଙ୍ଘ ଗଠିତ

ନବରଙ୍ଗପୁର୧୯/୧0 ଆଦିବାସୀ ବହୁଳ ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ହାଇସ୍କୁଲ ଶିକ୍ଷକ ମାନଙ୍କୁ ନେଇ ଏକ ଶିକ୍ଷକ ସଙ୍ଘ ଗଠନ ହୋଇ ଯାଇଛି l ନବରଙ୍ଗପୁର ଜ଼ିଲ୍ଲା ର ସର୍ବ ପୁରାତନ ରାଜା ଚୈତନ୍ୟ ଦେବ ହାଇସ୍କୁଲ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ରେ ନୂତନ ଶିକ୍ଷକ ସଙ୍ଘ ର କର୍ମକର୍ତ୍ତା ଙ୍କୁ ଚୟନ କରାଯାଇଛି l ଏହି ନୂତନ ସଙ୍ଘର ସଭାପତି ଭାବେ ବରିଷ୍ଠ ଶିକ୍ଷକ ନଳିନୀ କାନ୍ତ ପାତ୍ର, ଉପସଭାପତି ଭାବେ ମିନାକ୍ଷୀ ଡାକୁଆ, ସେହିଭଳି ସମ୍ପାଦକ ଭାବେ କମଳ ଲୋଚନ ହଲୱା, ଯୁଗ୍ମ ସମ୍ପାଦକ ଭାବେ ଭବାନୀ ବିଷୋୟୀ, ଅନୁରାଗ ମାଝୀ, ରାଜ୍ୟ ଇ. ସି. ମେମ୍ବର ଭାବେ କମଳାକାନ୍ତ ରାଉତ ଏବଂ ଅରୁଣ ଗିରି ଙ୍କୁ ଚୟନ କରାଯାଇଛି l ଏହି ସଙ୍ଘ ମାଧ୍ୟମରେ ଶିକ୍ଷକ ଙ୍କ ସମସ୍ୟା ର ସମାଧାନ ଦିଗରେ କାର୍ଯ୍ୟ କରାଯିବ ବୋଲି ନବ ନିର୍ବାଚିତ ପଦାଧିକାରୀ ମାନେ ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ବଜ୍ରଘାତରେ ଢ଼ଙ୍କଶର ଚାଷୀ ଖୁସିରାମ ଗହୀରଙ୍କ ବଳଦ ମୃତ୍ୟ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଥାନା ସମ୍ମୁଖରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା , ୭ ଜଣ କୋର୍ଟ ଚାଲାଣ

Leave a Comment

error: Content is protected !!