ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ରଥରେ ବସିଛି ଭକ୍ତ ବନ୍ଧୁ ଯିଏ
    ବେଶ ପୋଷାକ ଠାଣିକି
ଦର୍ଶନ ଦେଉଛି ଭକ୍ତ ଜନ ବନ୍ଧୁ
    ପୁଣ୍ୟ କରି ଦେ ଏଣିକି।
ଯାଇଥିଲି ବୁଲି ଦେଲ ନାହିଁ ଦେଖା
   ନିରାଶ ଯାଉଛି ଫେରି
ଏଇ ଦୋଷ କାହା ଦେବି ସବୁ କହି
   କିଏ ଶୁଣିବ ଗୁହାରୀ।
ମୋ ଭାଗ୍ୟରେ ନାହିଁ ତୁମ ଦରଶନ
      ମୁ କ୍ଷଣିକ ତୋ ଭକତ
କାହାପାଇଁ ଖୋଲା କାହାପାଇଁ ମେଲା
    କା ପାଇଁ ମିଳେ ଅମୃତ।
ଜୀବନ ସଂଗ୍ରାମ ସଂଘର୍ଷ କରୁଛି
         ବଞ୍ଚିବାର ପ୍ରଭୁ ପଦ
ସେହି ଏକା ଦେବ ସାହସ ଶକତି
    ପ୍ରଭୁ ଶେଷ ମୋ ସଂପଦ।
ଚାହିଁ ଦେଲେ ବାନା ଶତ୍ରୁ ସବୁ ଚୂନା
      ଭକ୍ତିରେ ଡାକେ କାଳିଆ
ହାତ ନାହିଁ ତା’ର ଠାରିକି ଡାକୁଛି
    ମୋ ପ୍ରଭୁ ସତେ ବଢ଼ିଆ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଓବିସି ଏସ୍ସି,ଏସ୍ଟି ମିଳିତ ମଞ୍ଚ ବୈଠକ

ଅଭିଭାବକ ଶିକ୍ଷକ ସମ୍ମିଳନୀ

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଅଧିକାରୀଙ୍କୁ ପେଟ୍ରୋଲିଂ ପାଇଁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!