ଜୁନାଗଡ଼ ,୧୦/୭(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ଙ୍କ ସଭାପତି ତ୍ଵ ରେ ଅଭିଭାବକ -ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ବ୍ଲକ ମଙ୍ଗଳ ଅଧିକାରୀ ସୁମନ୍ତ ମାଝୀ, ସରପଞ୍ଚ ପ୍ରତିନିଧି ସ୍ୱୟଂବର ପାଣିଗ୍ରାହୀ, ପୂର୍ବତନ ଶିକ୍ଷକ ବେଣୁ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜୟନ୍ତ ମାଝୀ ପ୍ରମୁଖ ଉପସ୍ଥିତ ରହି ଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ମେହେର ଅଭିଭାବକ ଓ ଶିକ୍ଷକ ସମନ୍ୱୟ ଗଠନ ର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ l ବରିଷ୍ଠ ଶିକ୍ଷକ ଗୋପାଳ କୃଷ୍ଣ ମିଶ୍ର ,ରାଜୁ ସାହୁ ,ରିନା ବେହେରା ,ସଞ୍ଜୁ ବାଳl ବାରିକ, ଗିରିଜା ନାଏକ, କମଳିନୀ ପ୍ରଧାନ ,ବିଜୟ ନାଏକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l ଶେଷରେ ବିଜ୍ଞାନ ଶିକ୍ଷକ ସୁଶୀଲ କୁମାର ନାଗ ଧନ୍ୟବାଦ ଦେଇଥିଲେ l
ଜୁନାଗଡ଼ ରୁ ନରେନ୍ଦ୍ର କ୍ଷୀତି ଙ୍କ ରିପୋର୍ଟ