ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଳିତ ଅଧିକାର ମଞ୍ଚ ପକ୍ଷରୁ ବୈଠକ

ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ବାଦୀ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ଦଳିତ ଅଧିକାର ମଞ୍ଚର କାର୍ଯ୍ୟକାରିଣୀ ବୈଠକ ଦଳିତ ଅଧିକାର ମଞ୍ଚର ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ଲାଗିରହିଥିବା ବିଭିନ୍ନ ସମସ୍ୟାକୁ ନେଇ ସିନାପାଲି, ବୋଡେ଼ନ ଓ ଖଡ଼ିଆଳ ବ୍ଲକରୁ ଆସିଥିବା ମଞ୍ଚର କାର୍ଯ୍ୟ କର୍ତ୍ତାମାନେ ଉଦବେଗ ପ୍ରକାଶ କରିଥିଲେ । ଆସନ୍ତା ଅଗଷ୍ଟ ୯ ତାରିଖରେ ମଞ୍ଚ ତରଫରୁ ଖଡ଼ିଆଲଠାରେ “ଜନ ଅଧିକାର କ୍ରାନ୍ତି” ନାମରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଜନତାଙ୍କ ବିଭିନ୍ନ ସମସ୍ୟା ନେଇ ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ପାଇଁ ତଥା ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି । ଏହି ଜନ ସମାବେଶକୁ କିପରି ସଫଳ କରାଯିବ ସେନେଇ ବିସ୍ତୃତ ଆଲୋଚନ କରିଥିଲେ । ସରକାରଙ୍କ ନିକଟରେ ନିମ୍ନଲିଖିତ ଦାବୀଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ସ୍ଥିର କରିଛି ଦଳିତ ଅଧିକାର ମଞ୍ଚ । ନୂଆପଡ଼ା ଜିଲ୍ଲାର ସମସ୍ତ ଭୂମିହୀନ ପରିବାରଙ୍କୁ ଜମି ପ୍ରଦାନ, ବାସହୀନଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ପ୍ରଦାନ, ରାସନକାର୍ଡ ପାଇ ନଥିବା ଲୋକଙ୍କୁ ରାସନକାର୍ଡ ପ୍ରଦାନ, ଶ୍ରମିକ ମାନଙ୍କୁ ମନରେଗା ଯୋଜନାରେ ସାମିଲ କରି କାର୍ଯ୍ୟ ଯୋଗାଇ ଦେବା ସଙ୍ଗେ ସଙ୍ଗେ ବକେୟା ମନରେଗା ପାଉଣା ପ୍ରଦାନ ପ୍ରକୃତ ଲୋକଙ୍କୁ ଜବ କାର୍ଡ ପ୍ରଦାନ, ଦାଦନ ସମସ୍ୟାର ନିରାକରଣ, ଗାଁ ଗାଁରେ ରୋଜଗାରର ସୁଯୋଗ ସୃଷ୍ଟି କରିବା ଓ ଭତ୍ତା ଯୋଜନାରେ ସାମିଲ ଥିବା ସମସ୍ତ ହିତାଧିକାରୀଙ୍କୁ ପଞ୍ଚାୟତକୁ ଯାଇ ବଣ୍ଟନ କରିବା । ଏହି ବୈଠକରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ସତାଧିକ କର୍ମୀ ଯୋଗ ଦେଇଥିଲେ ଓ ନିଜ ନିଜର ମତ ପ୍ରକାଶ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଛାତ୍ରଛାତ୍ରୀଙ୍କ ପଢିବା ଅଭ୍ୟାସ ବୃଦ୍ଧି ପାଇଁ ଅଭିନବ ପ୍ରୟାସ , ଜ଼ିଲ୍ଲା ପାଠାଗାରରେ ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

ବିଧାୟକ ଙ୍କ ଦ୍ଵାରା ଖାତିଗୁଡା କୁମ୍ଭାର ଶାଳ ମରାମତି ପ୍ରକଳ୍ପ ନିମନ୍ତେ ଶୁଭ 

Sunil Chandra Nayak

ମାଣିକପୁର ପଞ୍ଚାୟତରେ ଡିଜିଟାଲ ଶୁଭାରମ୍ଭ ନେଇ ଅଂଚଳବାସୀଙ୍କ ମନରେ ଖୁସିର ଲହରୀ

Sunil Chandra Nayak

Leave a Comment

error: Content is protected !!