ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଟୁପଡା ରାସ୍ତା ଖୋଲି ଅବରୋଧ

ନୂଆପଡା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ ଏ ସି ଅନ୍ତର୍ଗତ ପୁଟୁପଡା ୱାର୍ଡ ନଂ ୧୧ ଦୀର୍ଘ ବର୍ଷ ହେଲା ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଏନ ଏ ସି କର୍ତ୍ତୃପକ୍ଷ ସମସ୍ୟାର ସମାଧାନ ନେଇ କୌଣସି ଦୃଷ୍ଟି ଦେଉ ନଥିବାରୁ ଶନିବାର ଗ୍ରାମବାସୀ ମୁଖ୍ୟ ରାସ୍ତାକୁ ଦୁଇ ଫୁଟ ଗାତ ଖୋଲି ବିରୋଧ ପ୍ରଦର୍ଶନ କରି ଗାଡି ମୋଟର ବନ୍ଦ କରିଥିବା ବେଳେ ଭଙ୍ଗା ପ୍ଲାଷ୍ଟିକ ଚଉକି ମଡାଇ ଚପଲ ମାଲ କରି ବିଭାଗୀୟ ଅଧିକାରୀ ଆସିଲେ ପିନ୍ଧାଇବାକୁ ଆଦି ବସିଥିବା ଜଣାପଡିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଗତ ତିନି ମାସ ପୂର୍ବେ ଗ୍ରାମର ବିଭିନ୍ନ ସମସ୍ୟା ସମାଧାନ ନେଇ ଖଡ଼ିଆଳ ଏନ ଏ ସି କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ, ବିଭାଗୀୟ ଅଧିକାରୀ ତିନି ମାସ ମଧ୍ୟରେ ଗ୍ରାମର ସମସ୍ୟା ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ହେଲେ ତିନି ମାସରୁ ଅଧିକ ଦିନ ବିତିଗଲା ସମସ୍ୟା ଗୁଡିକର ସମାଧାନ ହୋଇ ପାରିଲା ନାହିଁ । ତେଣୁ ଶନିବାର ଗ୍ରାମବାସୀ ରାସ୍ତା ଖୋଲି ବିରୋଧ ପ୍ରଦର୍ଶନ କରିଛନ୍ତି । ଗ୍ରାମର ମୁଖ୍ୟ ରାସ୍ତା ଉପରେ ଗ୍ରାମବାସୀ, ମୋଡେଲ ମହାବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ଓ ଚାଉଳ ଗୋଦାମ ନିର୍ଭରଶୀଳ ଥିବାବେଳେ ଏହି ରାସ୍ତା ଖାଲ ଖମାଲରେ ଭର୍ତି ହୋଇ ଅଳ୍ପ ବର୍ଷା ହେଲେ କାଦୁଅ ପଚ ପଚ ହେଉଛି ଓ ଖାଲ ଗୁଡିକରେ ଏକ ଫୁଟରୁ ଅଧିକ ଦୂଷିତ ପାଣି ଜମୁଛି । ଗ୍ରାମବାସୀ ନିର୍ଭର କରୁଥିବା ଗୁଡ଼େଲ ବନ୍ଧ ଯିବାକୁ ରାସ୍ତା ଠିକ ନାହିଁ ତୁରନ୍ତ ମରାମତି କରିବା ଓ ଚାଉଳ ଗୋଦାମକୁ ଦୌନିକ ଶହ ଶହ ଟ୍ରକ ଚାଲୁଛି ତେଣୁ ଚାଉଳ ଗୋଦାମ ପାଇଁ ଅନ୍ୟ ରାସ୍ତା ନିର୍ମାଣ କରିବା । ଷ୍ଟ୍ରୀଟ ଲାଇଟ ଲାଗିଛି ହେଲେ ସେଗୁଡିକ ଜଳୁନଥିବା ଯୋଗୁ ବର୍ଷା ଦିନେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତୁରନ୍ତ ଲାଇଟ ଜଳାଇବା । ଗ୍ରାମର ମୁଖ୍ୟ ସମସ୍ୟା ଡ୍ରେନ ଗ୍ରାମର ବ୍ୟବହାର କରୁଥିବା ଦୂଷିତ ପାଣି ରାସ୍ତା କଡରେ ବୋହୁଛି ଫଳରେ ଗ୍ରାମରେ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେବା ସହିତ ଗ୍ରାମରେ ମଶା, ମାଛି ସଂଖ୍ୟା ବୃଦ୍ଧି ପାଉଛି ଫଳରେ ଗ୍ରାମବାସୀ ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି । ଆବର୍ଜନା ଫିଙ୍ଗିବା ପାଇଁ ଆବର୍ଜନା ଟ୍ୟାଙ୍କ ନାହିଁ ଆବର୍ଜନା ରାସ୍ତା ଉପରେ ପଡି ଗ୍ରାମର ପରିବେଶ ଖରାପ କରୁଛି ଓ ଗ୍ରାମର ସୌନ୍ଦର୍ଯ୍ୟ ନଷ୍ଟ କରୁଛି । ଏହି ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି ରହିଛି । ଶନିବାର ରାସ୍ତା ଖୋଲି ଅବରୋଧ କରିଥିବା ଯୋଗୁ ଚାଉଳ ଗୋଦାମକୁ ଯିବାକୁ ଥିବା କୋଡିଏ ରୁ ଅଧିକ ଟ୍ରକ ରାସ୍ତା ଉପରେ ଅଟକି ରହି ଅସୁବିଧା ଦ୍ବିଗୁଣିତ କରିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ପୁଟୁପଡା ଗ୍ରାମର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି । ଏନେଇ ଖଡ଼ିଆଳ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଙ୍କୁ ଅବଗତ କରିବାରୁ ବର୍ତ୍ତମାନ ପାଇଁ ତାର ସମସ୍ୟାର ସମାଧାନ କରାଯିବ ଆଗାମୀ ଦିନରେ ପି ଡବ୍ଲୁ ଡି ବିଭାଗ ପକ୍ଷରୁ ଚିରସ୍ଥାୟୀ କାର୍ୟ୍ଯ କରାଯିବ ଜିଲ୍ଲା ସ୍ତରରେ ସବୁ ସରିଛି ବୋଲି ପ୍ରକାଶ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜୟ ମେମୋରିଆଲ ଫୁଟବଲ ଟୁର୍ଣାମେଣ୍ଟ  ଉଦ୍ଘାଟନ ଉତ୍ସବ 

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିର ପରିବାର ପକ୍ଷରୁ ନବବର୍ଷ ପାଳନ

Sunil Chandra Nayak

ଝାରବନ୍ଧ ପଞ୍ଚାୟତ ପିଡିଏସ ଚାଉଳ ହଡପ୍ ଘଟଣା, ତଦନ୍ତ ଓ ଦ୍ରୁଢ ପଦକ୍ଷେପ ପାଇଁ ଗରିବସେନା ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!