ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତୀୟ ବିଜ୍ଞାନ ଦିବସ ପାଳିତ

ନୂଆପଡା ଜିଲ୍ଲା ଖଡିଆଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ସୋମବାର ଜାତୀୟ ବିଜ୍ଞାନ ଦିବସ ପାଲିତ ହୋଇଯାଇଛି। ଏ ଅବସରରେ ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ ବିଷୟରେ ଏକ ବକ୍ତୃତା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବକୃତା କାର୍ଯ୍ୟକ୍ରମରେ ଶିଖାରାଣି ବାରିକ ପ୍ରଥମ, ସ୍ୱୀକୃତି ଶୁଆର ଦ୍ଵିତୀୟ, ଜେମାମୟୀ ସତନାମୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗିନୀ ମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।ଏହି ବିଜ୍ଞାନ ଦିବସ ପାଳନ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ସତ୍ୟନାରାୟଣ ଭୋକ୍ତା ବରିଷ୍ଠ ଗୁରୁଜୀ ରବିନ୍ଦ୍ର କୁମାର ସାହୁ, ବ୍ରାହ୍ମାନନ୍ଦ ବନଛୋର, ଉମେଶ କୁମାର ନାଏକ, ବରିଷ୍ଠ ଗୁରୁମା ରଂଜିତା ବେହେରା, ରୀନା ମେହେର ଙ୍କ ସମେତ ଅନ୍ୟ ଗୁରୁଜୀ ଗୁରୁମା ସହିତ ଚତୁର୍ଥ ରୁ ଦଶମ ଶ୍ରେଣୀର ଭାଇ ଭଉଣୀ ମାନେ ଉପସ୍ଥିତ ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ।

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସ୍ନାନ ଯାତ୍ରା

Sunil Chandra Nayak

ସମାଜସେବୀ ତଥା ଧର୍ମପରାୟଣ ଅଜୟ ମହାନ୍ତିଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଖୁଲା ଆକାଶ ରେ ଧାନମଣ୍ଡି, ଅଦିନିଆ ବର୍ଷା ରେ ଭିଜିଲା ଧାନ ବସ୍ତା

Sunil Chandra Nayak

Leave a Comment

error: Content is protected !!