କୋକସରା,୨୮ା୨- କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ଙ୍କୁ ସୋମବାର ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କର୍ମଚାରୀ ବୈକୁଣ୍ଠ ମୁଣ୍ଡ ଙ୍କୁ ଉତ୍ତରିୟ ସହ ମାନପତ୍ର ଦେଇ ସ୍କୁଲ ର ଶିକ୍ଷକ, କର୍ମଚାରୀ ସମେତ ଛାତ୍ରଛାତ୍ରୀ ମାନେ ବିଦାୟ ଦେଇଛନ୍ତି । ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ର ସଭାପତି ସୁବାସ ଚନ୍ଦ୍ର ନାଏକ, ମୁଖ୍ୟବକ୍ତା ଚିତ୍ତରଞ୍ଜନ ଠାକୁର, ସମ୍ମାନିତ ଅତିଥି ପ୍ରଶାନ୍ତ କୁମାର ପଣ୍ଡା, ସୁରଜ ତାଣ୍ଡି, ଅମୂଲ୍ୟ କୁମାର ନାଏକ, ପରିକ୍ଷିତ ମାଝୀ, ଗୋପବନ୍ଧୁ ନାଏକ ସମେତ ଏସଏମ୍ସି କମିଟି ର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହି ଅବସରରେ ବିଦ୍ୟାଳୟ ରୁ ବଦଳି ହୋଇଥିବା ସଂସ୍କୃତ ଶିକ୍ଷକ ବିରଞ୍ôଚ ବିଶ୍ୱାଳ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା । କାର୍ଯ୍ୟକ୍ରମ ରେ ଶିକ୍ଷକ ଅଶ୍ୱିନୀ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଲୋକନାଥ ରାଉତ ପରିଚାଳନା କରିଥିଲେ । ମ ନି ସ
previous post
next post