ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ବୁଢାରଜା ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କୋକସରା,୨୮ା୨- କୋକସରା ବ୍ଲକ ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ର କର୍ମଚାରୀ ଙ୍କୁ ସୋମବାର ସ୍କୁଲ ପରିସରରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କର୍ମଚାରୀ ବୈକୁଣ୍ଠ ମୁଣ୍ଡ ଙ୍କୁ ଉତ୍ତରିୟ ସହ ମାନପତ୍ର ଦେଇ ସ୍କୁଲ ର ଶିକ୍ଷକ, କର୍ମଚାରୀ ସମେତ ଛାତ୍ରଛାତ୍ରୀ ମାନେ ବିଦାୟ ଦେଇଛନ୍ତି । ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ର ସଭାପତି ସୁବାସ ଚନ୍ଦ୍ର ନାଏକ, ମୁଖ୍ୟବକ୍ତା ଚିତ୍ତରଞ୍ଜନ ଠାକୁର, ସମ୍ମାନିତ ଅତିଥି ପ୍ରଶାନ୍ତ କୁମାର ପଣ୍ଡା, ସୁରଜ ତାଣ୍ଡି, ଅମୂଲ୍ୟ କୁମାର ନାଏକ, ପରିକ୍ଷିତ ମାଝୀ, ଗୋପବନ୍ଧୁ ନାଏକ ସମେତ ଏସଏମ୍‌ସି କମିଟି ର ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଥିଲେ । ଏହି ଅବସରରେ ବିଦ୍ୟାଳୟ ରୁ ବଦଳି ହୋଇଥିବା ସଂସ୍କୃତ ଶିକ୍ଷକ ବିରଞ୍ôଚ ବିଶ୍ୱାଳ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରା ଯାଇଥିଲା । କାର୍ଯ୍ୟକ୍ରମ ରେ ଶିକ୍ଷକ ଅଶ୍ୱିନୀ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ଲୋକନାଥ ରାଉତ ପରିଚାଳନା କରିଥିଲେ । ମ ନି ସ 

Related posts

ଖନ୍ତଛକ ମାର୍କେଟ କମ୍ପ୍ଲେକ୍ସକୁ ବଡାମତଳିଆ ଓଡିଶା ଗ୍ରାମ୍ୟ ବ୍ଯାଙ୍କର ସ୍ଥାନାନ୍ତରିତ

Sunil Chandra Nayak

ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଉପଲକ୍ଷେ ନର୍ଲାରେ ସେବାକାର୍ଯ୍ୟ କଲା ଏବିଭିପି

Sunil Chandra Nayak

ନବରଙ୍ଗପୁର ରେ କାଗଜ ବିହୀନ ଅଦାଲତ କୁ ଉଦଘାଟନ କଲେ ସୁପ୍ରିମକୋର୍ଟ ର ପ୍ରଧାନ ବିଚାରପତି

Sunil Chandra Nayak

Leave a Comment

error: Content is protected !!