ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅପର୍ତ୍ତି ସେଠୀ ଙ୍କ କବିତା ଅଧରାମୃତ

       ଅଧରାମୃତ

       ଅପର୍ତ୍ତି ସେଠୀ

 (ରମ୍ୟ ରଚନା)

 

ରଙ୍ଗା ଅଧରୁ ତୋ ଝରେ ଯେଉଁ ହସ

       ସେ ପରା ଅଧରାମୃତ ,

ଦୁଧ,ଦହି,ଛେନା ପଣା ଦେଲେ କିବା

       ଖୁସି ହେବୁ ଜଗନ୍ନାଥ?

କହରେ‌ କାଳିଆ ଜଗତ ବାଇଆ

       କରୁଛୁ ତୁ କାହିଁ ପାଇଁ,

ଜାଣିଛୁରେ ଜଗା ତୋଲୀଳା ବାବଦେ

       କେତେ ଧନ ଯାଏବହି।

ତୁ ତ ଠାକୁର କାହିଁ ଆଶା ତୋର

       ମାନବୀୟ ଲୀଳା ପାଇଁ,

ମଣିଷ ପ୍ରବୃତ୍ତି ଭଲ କି ଲାଗୁଛି

       ତେଣୁ ଦୁଃଖ ପାଉ ତୁହି।

ମୋ ଘରଣୀ ମୋତେ ଡରିକି ରହିଛି

        ଲକ୍ଷ୍ମୀକୁ ତୁ ପରା ଡରୁ,

ଦୁଃଇ ଭାଇ ବାରବର୍ଷ ବୁଲିଥିଲ‌

        ଜାଣେ ଲକ୍ଷ୍ମୀ ପୁରାଣରୁ‌।

ହେରା ପଞ୍ଚମୀରେ ଲକ୍ଷ୍ମୀ ପରା ତୋର

        ଭାଙ୍ଗି ଦେଲେ ରଥ କାଠ,

କାଲିକି ଦେଖିବୁ ସିଂହଦ୍ଵାରଠାରେ

        କେମିତି ଲାଗିବ ନାଟ?

ଇଚ୍ଛାମୟବୋଲି ପଡୁଅଛି ହୁରି

        ଏହି କି ତୋହରି ଇଚ୍ଛା ,

ଯଦି ଇଚ୍ଛା ଥାନ୍ତା ରସଗୋଲା ଲାଞ୍ଚ

        ଲକ୍ଷ୍ମୀଙ୍କୁ କାହିଁ ମିଳନ୍ତା?

ବଡ କପଟିଆ ଜାଣେ ଏ ଦୁନିଆଁ

        ତୁହି ବଡ଼ ଦଗାଦିଆ,

ମିଛେ ଉଡାଉ ତୁ ପତିତପାବନ

        ବଡ଼ କରିବାକୁ ନାଆଁ।

ଏତେପରେ ତୋର ଗୋଟେଭଲଗୁଣ 

        ଭକତ‌ ଗାଳି ତୁ ସହୁ,

ଶ୍ରୀବତ୍ସ ବ୍ରାହ୍ମଣ ସେ ସର୍ପଜଣାଣ

        ମନେପକା‌ ମହାବାହୁ।

ସେ ସବୁ ସହିଛୁ ତଥାପି ହସୁଛୁ

        ତେଣୁ ତୁହି ଜଗନ୍ନାଥ,     

ଜଗତ ଜନଙ୍କୁ ଆଜି ପରଶିବୁ

        ତୋର ସେ ଅଧରାମୃତ।

ଦଶମୀରେ କଲୁ ବାହୁଡା଼ ଯାତରା

        ସୁନାବେଶ ଏକାଦଶୀ,

ଦ୍ଵାଦଶୀରେ ରଥେ ଅଧର ପଣା ତୋ

        ବାଣ୍ଟି‌ ଦେବୁ ହସି ହସି।

ପଣା ହାଣ୍ଡି ଭାଙ୍ଗି ସମସ୍ତଙ୍କ ଓଠେ

       ପଣା ତୁହି ଲଗାଇବୁ,

ପାର୍ଶ୍ଵ ଦେବାଦେବୀ,ମାତା ବସୁମତୀ

       ସଭିଙ୍କୁ ତୋଷ କରିବୁ।

ଅଶରିରୀ ପ୍ରେତ ଭୂତ ସମାଜରେ

       ତୋର ବି ବାରଣ ନାହିଁ,

ସେମାନଙ୍କ ପାଇଁ ଅଧର ପଣାର

       ନୀତି କରିଅଛୁ ତୁହି।

ଧନ୍ୟ ହେ ଠାକୁର ମୁଁ ହୀନ ପାମର 

       ବହୁ ନିନ୍ଦା ତୋତେ କଲି,

ତଥାପି ଭରଷା କରି ମୁଁ ରହିଲି

       ପାଦେ ଆଶ୍ରା ଦେବୁ ବୋଲି।

 

ପାଳକଣା‌, କୋରୋ‌ ‌, କେନ୍ଦ୍ରାପଡା,

 

Related posts

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

କୋକସରା ପୁଲିସ ରେ ବିଜୟା ଦଶମୀ ଉତ୍ସବ ରେ ପୁଜିତ ହେଲେ ମା ଭଣ୍ଡାର ଘରଣୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଜ୍ଞାପନରେ ମନ

Sunil Chandra Nayak

Leave a Comment

error: Content is protected !!