ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନେଶ୍ୱର ର ଦାୟିତ୍ବ ନେଲେ ଯୁବ ଆଇପିଏସ ପ୍ରତୀକ ସିଂ

ଭୁବନେଶ୍ୱରର ସପ୍ତମ ନୂଆ ଡିସିପି ଭାବେ ଦାୟିତ୍ବ ନେଲେ ଆଇପିଏସ ପ୍ରତୀକ ସିଂ । ୨୦୧୪ ବ୍ୟାଚର ଯୁବ ଆଇପିଏସ ସମ୍ଭାଳିବେ ଭୁବନେଶ୍ୱର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ସ୍ଥିତି । ବୁଧବାର ଅପରାହ୍ନରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ।‘ରାଜଧାନୀର ଆଇନଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ମୁକାବିଲା ସହ ପିପୁଲ ଫ୍ରେଣ୍ଡଲି ପଲିସି ଓ ୫ଟି କୁ ଗୁରୁତ୍ବ ଦେବି ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଡିସିପି ପ୍ରତୀକ ସିଂ।

ଏହାଛଡ଼ା ଭୁବନେଶ୍ୱର ସହରବାସୀଙ୍କୁ ଉତ୍ତମ ସେବା ଯୋଗାଇ ଉପରେ ଗୁରୁତ୍ବ ଦେବା ସହ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ନବ ନିଯୁକ୍ତ ଡିସିପି ଶ୍ରୀ ସିଂ ପ୍ରକାଶ କରିଛନ୍ତି।ଏଥିସହ ବାକି ପଡିଥିବା ମାମଲା, ସାଇବର କ୍ରାଇମ, ଇଣ୍ଟେଲିଜେନ୍ସ ଏବଂ ସହରରେ ବୃଦ୍ଧି ପାଉଥିବା ଅପରାଧକୁ ନିୟନ୍ତ୍ରଣ ଦିଗରେ ଉଦ୍ୟମ କରିବା ସହ ପୋଲିସ ପ୍ରଶାସନ କୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ତେବେ ଏହି ଯୁବ ଆଇପିଏସ ପ୍ରତୀକ ସିଂ ୨୦୧୦ ମସିହାରେ ଇଞ୍ଜିନିୟରିଂ ପାସ ପରେ ୨୦୧୪ରେ ଆଇପିଏସ ପାଇଥିଲେ । ପରେ ୨୦୧୬ରେ ବ୍ରହ୍ମପୁର, ୨୦୧୭ରେ ମାଲକାନଗିରି, ୨୦୧୮ରୁ ୨୦୨୦ଯାଏଁ କନ୍ଧମାଳ ଦାୟିତ୍ବ ନିର୍ବାହ କରିବା ସହ ୨୦୨୦ରେ କଟକ ଡିସିପି ଭାବେ ଦାୟିତ୍ବ ତୁଲାଇଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାହିତ୍ୟ ଅଗଣା

Sunil Chandra Nayak

ରାଉରକେଲା ବିକାଶ ମଞ୍ଚର ଦ୍ବିତୀୟ ସଚେତନତା ସମାବେଶ

Sunil Chandra Nayak

ମଝିଆ ଗୁଡି ଜଗନ୍ନାଥ ମନ୍ଦିରରେ ଅକ୍ଷୟ ତୃତୀୟା ଅବସରରେ ଛପନ ଭୋଗ ଲାଗି

Leave a Comment

error: Content is protected !!