ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଦୀରେ ଭାସି ଯାଇଥିବା ବ୍ଯକ୍ତିଙ୍କ ଶବ ଉଦ୍ଧାର

ଥୁଆମୂଳ ରାମପୁର:୧୦/୭- ମ.ନୀ.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କେରପାଇ ପଞ୍ଚାୟତ ଅଧିନରେ ଥିବା କାଚେଲେଖା ଗ୍ରାମର ଜଣେ ବ୍ୟକ୍ତି କେରପାଇ-କାଚେଲେଖା ମଧ୍ୟ ଭାଗରେ ଥିବା ନଦୀ ପାର ହେବା ସମୟରେ ଭାସିଯାଇ ନିଖୋଜ ହୋଇଥିଲେ। ଭାସି ଯାଇଥିବା ବ୍ୟକ୍ତି ଜଣକ ହେଲେ କାଚେଲେଖା ଗ୍ରାମର ମାସିଆ ମାଝୀ(୫୨) ବୋଲି ସୂଚନା ମିଳିଥିଲା। ଶନିବାର ମାସିଆ ମାଝୀ ନିଜ ଝିଅ ଘର ବେଲାଙ୍ଗପଦର ଯିବା ପାଇଁ ସଂନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ନିଜ ଗାଁରୁ ନିକଟରେ ପ୍ରବାହିତ ହେଉଥିବା କେରପାଇ-କାଚେଲେଖା ନଦୀ ପାର ହୋଇ ଯାଉଥିବା ବେଳେ ଏହି ଅଘଟଣା ଟି ଘଟିଥିବା ଗ୍ରାମବାସୀ ସୂଚନା ଦେଇଥିଲେ। ପରେ ପରିବାର ଲୋକେ ନଦୀକୁଳରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇପାରିଲେ ନାହିଁ। ପରେ ଜାଣିବା କୁ ପାଇଲେ ଯେ ଘଟଣା ସ୍ଥଳରୁ ହାରାହାରି ପ୍ରାୟ ୧ କିଲୋମିଟର ଦୂରରେ ଥିବା ପିଣ୍ଡାପଦର ଗ୍ରାମ ନିକଟରେ ମସିଆ ମାଝୀର ଶବ ପଡିଥିବା ଦେଖିବାକୁ ପାଇଲେ। ଏହି ଘଟଣାକୁ ନେଇ ତୂରନ୍ତ ଥୁଆମୂଳ ରାମପୁର ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଥୁଆମୂଳ ରାମପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଟିକୁ ଉଦ୍ଧାର କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ କରାଇବା ପାଇଁ ପଠାଇଥିଲେ। ଶବ ବ୍ଯବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହି ଘଟଣାକୁ ପୁଲିସ ଏକ ଅପମୃତ୍ଯୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପାତ୍ରପୁଟ ଠାରେ ଲାଖବିନ୍ଧା ବଜାର ଅନୁଷ୍ଠିତ 

Sunil Chandra Nayak

ପାଠ ପଢାଇବା ବଦଳରେ  ଛାତ୍ର/ଛାତ୍ରୀ ମାନଙ୍କୁ ସଜାଉଛନ୍ତି ଶିଶୁ ଶ୍ରମିକ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!