ଭବାନୀପାଟଣା:୨୬/୬-ମ.ନି.ସ:– ନୂଆପଡା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ପରେ ପରେ କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲ ରେ ପୁଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳି ବିନିମୟ ଚାଲିଥିଲା। ସୂଚନା ଅନୁଯାୟୀ କିଛି ଦିନ ହେଲା ଏହି ଅଞ୍ଚଳରେ ସିପିଆଇ ମାଓବାଦୀ କ୍ୟାମ୍ପ କରି ଯୋଜନା କରୁଥିବା ବେଳେ ଏହି କ୍ୟାମ୍ପ ରେ KKBN ଡିଭିଜନାଲ କମିଟିର ମାଓ କମାଣ୍ଡର ନିଖିଳ, ଦଶରୁ , ଅନୀଲ ଓ ମମତା ଥିବା ନେଇ ଖବର ପାଇ ଏସଓଜି ଓ ଡିଭିଏଫ ପକ୍ଷରୁ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା ବେଳେ ମାଓ କମାଣ୍ଡର ନିଖିଳ, ଦଶରୁ , ଅନୀଲ ଓ ମମତା ଛତ୍ର ଭଙ୍ଗା ଦେଇଥିବା ପୁଲିସ ସୂଚନା ଦେଇଛି। ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଛି ଏଥିରେ ,ମାଓ ପୁସ୍ତକ, ମାଓ ପୋଷ୍ଟର, ଡେଟୋନେଟର, ଜୀବନ୍ତ ଗୁଳି, ବିପୁଳ ପରିମାଣର ଔଷଧ ସମେତ ଖାଦ୍ୟ ସାମଗ୍ରୀ ଜବତ କରାଯାଛି। ସେପଟେ ଏହି ଗୁଳି ବିନିମୟ ରେ KKBN (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନାଲ କମିଟି ର କମାଣ୍ଡର ନିଖିଳ , ଅନୀଲ ଓ ଦଶରୁ ସମେତ ମମତା ଛତ୍ରଭଙ୍ଗ ଦେଇଥିବା ସୁଚନା ଦେଇଛନ୍ତି କଳାହାଣ୍ଡି ଏସପି। ଏନେଇ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ରିଜର୍ଭ ପୋଲିସ ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଏସପି ଅଭିଳାଷ ଜି, ସିଆରପିଏଫ କମାଣ୍ଡର ବିପ୍ଳବ ସରକାର, ସିଆରପିଏଫ ଅପରେସନହେଡ ପ୍ରଭାତ ବେହେରା ଉପସ୍ଥିତ ରହିଥିଲେ।
ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ