ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଲିସ ମାଓବାଦୀ ଗୁଳିବିନିମୟ ଖସି ଗଲେ ମାଓ କମାଣ୍ଡର ନିଖିଳ ,ଦଶରୁ , ଅନୀଲ ଓ ମମତା ସମେତ ୨୫/୩୦ ମାଓବାଦୀ ଙ୍କ ଛତ୍ରଭଙ୍ଗ

ଭବାନୀପାଟଣା:୨୬/୬-ମ.ନି.ସ:– ନୂଆପଡା ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ପରେ ପରେ କଳାହାଣ୍ଡି କନ୍ଧମାଳ ଜିଲ୍ଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ଲୁବେନଗଡ଼ ନିକଟରେ ଥିବା ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲ ରେ ପୁଲିସ ମାଓବାଦୀ ମଧ୍ୟରେ ୩ ଦିନ ଧରି ଗୁଳି ବିନିମୟ ଚାଲିଥିଲା। ସୂଚନା ଅନୁଯାୟୀ କିଛି ଦିନ ହେଲା ଏହି ଅଞ୍ଚଳରେ ସିପିଆଇ ମାଓବାଦୀ କ୍ୟାମ୍ପ କରି ଯୋଜନା କରୁଥିବା ବେଳେ ଏହି କ୍ୟାମ୍ପ ରେ KKBN ଡିଭିଜନାଲ କମିଟିର ମାଓ କମାଣ୍ଡର ନିଖିଳ, ଦଶରୁ , ଅନୀଲ ଓ ମମତା ଥିବା ନେଇ ଖବର ପାଇ ଏସଓଜି ଓ ଡିଭିଏଫ ପକ୍ଷରୁ ମୁଣ୍ଡାମସ୍କା ସଂରକ୍ଷିତ ଜଙ୍ଗଲ ରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷା କର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ପ୍ରାୟ ୨୫ରୁ ୩୦ ଜଣ ମାଓବାଦୀ ଛତ୍ର ଭଙ୍ଗ ଦେଇଥିବା ବେଳେ ମାଓ କମାଣ୍ଡର ନିଖିଳ, ଦଶରୁ , ଅନୀଲ ଓ ମମତା ଛତ୍ର ଭଙ୍ଗା ଦେଇଥିବା ପୁଲିସ ସୂଚନା ଦେଇଛି। ସର୍ଚ୍ଚ ଅପରେସନ ବେଳେ ଅନେକ ମାଓ ସାମଗ୍ରୀ ଜବତ ହୋଇଛି ଏଥିରେ ,ମାଓ ପୁସ୍ତକ, ମାଓ ପୋଷ୍ଟର, ଡେଟୋନେଟର, ଜୀବନ୍ତ ଗୁଳି, ବିପୁଳ ପରିମାଣର ଔଷଧ ସମେତ ଖାଦ୍ୟ ସାମଗ୍ରୀ ଜବତ କରାଯାଛି। ସେପଟେ ଏହି ଗୁଳି ବିନିମୟ ରେ KKBN (କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼) ଡିଭିଜନାଲ କମିଟି ର କମାଣ୍ଡର ନିଖିଳ , ଅନୀଲ ଓ ଦଶରୁ ସମେତ ମମତା ଛତ୍ରଭଙ୍ଗ ଦେଇଥିବା ସୁଚନା ଦେଇଛନ୍ତି କଳାହାଣ୍ଡି ଏସପି। ଏନେଇ ଆଜି କଳାହାଣ୍ଡି ପୋଲିସ ପକ୍ଷରୁ ରିଜର୍ଭ ପୋଲିସ ପଡିଆରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ କଳାହାଣ୍ଡି ଏସପି ଅଭିଳାଷ ଜି, ସିଆରପିଏଫ କମାଣ୍ଡର ବିପ୍ଳବ ସରକାର, ସିଆରପିଏଫ ଅପରେସନହେଡ ପ୍ରଭାତ ବେହେରା ଉପସ୍ଥିତ ରହିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୫ ତମ ଜୟନ୍ତୀ ଉତ୍ସବ ପାଳିତ

Sunil Chandra Nayak

ବଲଙ୍ଗୀ ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ଅକାଳରେ ମୃତ୍ୟୁ

Sunil Chandra Nayak

ନୂତନ ପେନସନ ଯୋଜନା ଉଚ୍ଛେଦ ଦାବି ନେଇ ଶିକ୍ଷକଙ୍କ ପ୍ରସ୍ତୁତ ବୈଠକ

Sunil Chandra Nayak

Leave a Comment

error: Content is protected !!