ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଅଧିକାରୀଙ୍କୁ ପେଟ୍ରୋଲିଂ ପାଇଁ ଦାବିପତ୍ର

କୋକସରା,୩/୮- ( ମ ନି ସ)  ବିଗତ ସପ୍ତାହେ ହେବ କୋକସରା ବ୍ଲକରେ ଚୋର, ଡକାୟତ, ସନ୍ଦିଗ୍ଧ ଙ୍କ ଭୟ ଜନସାଧାରଣ ଙ୍କୁ ରାତିରେ ଶୁଆଇ ଦେଉନାହିଁ। କୋକସରା ବ୍ଲକ ର ଉଣା ଅଧିକା ସମସ୍ତ ଗ୍ରାମରେ ରାତି ଅନିଦ୍ରା ରହି ଗାଁ କୁ ସୁରକ୍ଷା ଦେବାରେ ଲାଗି ପଡିଛନ୍ତି ଗ୍ରାମବାସୀ । ଗୋଟିଏ ପ୍ରକାର କୋକୁଆ ଭୟ ର ମାହୋଲ ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ରାତିରେ ପେଟ୍ରୋଲିଂ ଜାରି ରହିଛି । କିନ୍ତୁ ଥାନାଞ୍ଚଳରେ ରହିଥିବା ସମସ୍ତ ଗାଁ କୁ ପେଟ୍ରୋଲିଂ କରିବାରେ ସକ୍ଷମ ହୋଇ ପାରୁନାହାନ୍ତି ପୁଲିସ। ଏହାକୁ ଦୃଷ୍ଟିରେ ରଖି ଆଜି କୋକସରା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଘନଶ୍ୟାମ ଜାଳ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କୋକସରା ଥାନା ଅଧିକାରୀ ଙ୍କ ଅନୁପସ୍ଥିତ କାରଣରୁ ସବ ଇନିସ୍ପେକ୍ଟର ଗୋପବନ୍ଧୁ ନାଏକଙ୍କୁ ୫ ଦଫା ଦାବିପତ୍ର ପ୍ରଦାନ କରିବା ସହ କୋକସରାରେ ପୁଲିସ ପେଟ୍ରୋଲିଂ କଡାକଡି ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଗୁଜବ ଉପରେ ଅଙ୍କୁଶ ଲଗାଇବାକୁ ଦାବି କରିଛନ୍ତି। ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ନିମାଇଁ ଧଙ୍ଗଡା ମାଝୀ, ଯୁବନେତା ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା, କୀର୍ତ୍ତନ ଶବର, ହରେକୃଷ୍ଣ ନାଏକ, କମଳ ଲୋଚନ ନାଏକ, ହରିଶ୍ଚନ୍ଦ୍ର ନାଏକ, ସୁଜିତ ସରାଫ, ନାରିନେତ୍ରୀ ଫୁଲତୋଳା ଖମାରି ପ୍ରମୁଖ କଂଗ୍ରେସ ର ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Related posts

ଟେମରି ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଦୁଃଖିରାମ ସା ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ 

Sunil Chandra Nayak

ସାହାଜଖୋଲ ଜଙ୍ଗଲ ମଧ୍ୟସ୍ଥ ଟିର୍ଲିଆମ ଗାଁ ରେ ଝାଡା ବାନ୍ତି, ଆଣ୍ଠୁଏ ପାଣିରେ ନାଲ ପାର ହୋଇ ୩ କିଲୋମିଟର ଚାଲି ପହଞ୍ଚିଲେ ଉପ ଜିଲ୍ଲାପାଳ 

Sunil Chandra Nayak

କମିଲାଣି ଉତ୍ପାଦନ, ମିଳୁନି ପେପର : ବଢିଲାଣି ଖବରକାଗଜ ଛାପିବା ଖର୍ଚ୍ଚ…

Sunil Chandra Nayak

Leave a Comment

error: Content is protected !!