ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବିଜେପିକୁ ଶକ୍ତ ଝଟକା, ଦଳ ପରିତ୍ୟାଗ କଲେ ତିନି ବରିଷ୍ଠ ବିଜେପି ନେତା 

ବାଲେଶ୍ବର,୧୩/୬/୨୨- ବାଲେଶ୍ବର ଜିଲ୍ଲା ନିଳଗିରି ନିର୍ବାଚନ ମଣ୍ଡଳୀକୁ ଲାଗିଛି ଶକ୍ତ ଧକ୍କା । ନୀଳଗିରି ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ବିଜେପି ନେତା ମିଶିଲେ ବିଜୁ ଜନତା ଦଳରେ । ଗତ ତା ୧୨/୬/୨୨ ରିଖ ନିଳଗିରି ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟକୁ ୩ ନେତା ଆସିଥିଲେ । ମାନ୍ୟବର ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ, ନିର୍ମଳ ଭାବ ମୂର୍ତ୍ତି ଓ ବିକାଶ ମୂଳକ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ନୀଳଗିରି ନିର୍ବାଚନ ମଣ୍ଡଳୀର ବିଜେଡି ମୁଖ୍ୟ ତଥା ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆଙ୍କ ନିକଟରେ ବିଜେପି ଦଳ ପରିତ୍ୟାଗ କରି, ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ଯ ଦେଇ ଆଶୀର୍ବାଦ ଭିକ୍ଷା କରି, ନୀଳଗିରି ନିର୍ବାଚନ ମଣ୍ଡଳୀର ସମସ୍ତ ବରିଷ୍ଠ ନେତୃମଣ୍ଡଳଙ୍କ ଉପସ୍ଥିତରେ ଦଳରେ ସାମିଲ ହୋଇଛନ୍ତି । ସେମାନେ ହେଲେ ଧର୍ମେନ୍ଦ୍ର ମହାପାତ୍ର, ଜଗବନ୍ଧୁ ବେହେରା ଓ ବୁଲୁ ପରିଛା । ବିଜୁ ଜନତା ଦଳରେ ସାମିଲ ହୋଇଥିବାରୁ ଦଳ  ତାଙ୍କୁ ସାଦରେ ଗ୍ରହଣ କରିଛି । ଏହି ମିଶ୍ରଣ ବେଳେ ସନ୍ତୋଷ ଖଟୁଆ, ଗତିକୃଷ୍ଣ ନନ୍ଦ, ବାବୁଲି ରାଉତ, ରବି ନାୟକ, ଅଭିଷେକ ବେହେରା, ଚନ୍ଦନ ଦାସଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜଗନ୍ନାଥପୁର ରାସ୍ତା କଡରେ ଅଳିଆ ଆର୍ବଜନା କୁଢକୁଢ ହୋଇ ଭରି ହୋଇ ପଡିଛି

Sunil Chandra Nayak

ଜୁନାଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରିମ୍ଝିମ୍ କମ୍ପାନୀରେ ନିଯୁକ୍ତି ଅଡୁଆ  _ ୬୪ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରତିଶ୍ରୁତି

Sunil Chandra Nayak

Leave a Comment

error: Content is protected !!