ନର୍ଲା -: ନର୍ଲା ବ୍ଲକ ରେ ଗାଁ ଗାଁକୁ ପାନୀୟ ଜଳ ଯୋଗାଇ ଥାଏ ସାନ୍ଦୁଲ ନଦୀ l ଏହି ସାନ୍ଦୁଲ ନଦୀ କୂଳରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ 10ରୁ ଉର୍ଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରି ବ୍ଲକ ର ସର୍ଗିଗୁଡା, ନର୍ଲା, ରୁପ୍ରାରୋଡ, ମାଣ୍ଡେଲ, ଭୀମକେଲା ଆଦି ଗ୍ରାମ ପଂଚାୟତ ର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଉ ଥିବା ବେଳେ ଏବେ ସେହି ନଦୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଶୁନ୍ୟ ହୋଇ ଜଳ ଯୋଗାଣ ରେ ବାଧା ହୋଇଛି l ଜଳ ଯୋଗାଣ ର ଜୀବନ ରେଖା ସାଜିଥିବା ସାନ୍ଦୁଲ ନଦୀ ସମ୍ପୂର୍ଣ ଶୁଷ୍କ ହୋଇ ପଡିବା ଯୋଗୁଁ ନର୍ଲା ରେ ପାନୀୟ ଜଳ ର ଘୋର ଶଙ୍କଟ ଦେଖିବାକୁ ମିଳିଛି lନି
ରଞ୍ଜନ ଗଉଡ଼ ଙ୍କ ରିପୋର୍ଟ