ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ କଳାହାଣ୍ଡି ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ପାଳନ

ଭବାନୀପାଟଣା:୧୩/୬- ମ.ନି.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଅଧିନସ୍ଥ ସିଂ ଝରଣ ଗ୍ରାମ ନିକଟରେ କଳାହାଣ୍ଡି ଜିଲ୍ଲା କୋଶଳେଶ୍ୱର ମାଳୀ ସମାଜ ବିକାଶ ପରିଷଦ ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ କୋଶଳେଶ୍ୱର ବାବାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଉତ୍ସବରେ ରାଜ୍ୟ ସଂଯୋଜକ ପିମଣି ପୁଟେଲଙ୍କ ଅଧ୍ଯକ୍ଷତାରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ବସନ୍ତ ପଣ୍ଡା ମାନ୍ୟବର ଲୋକସଭା ସଦସ୍ୟ କଳାହାଣ୍ଡି , ଶ୍ରୀଯୁକ୍ତ ପ୍ରଦୀପ କୁମାର ଦିଶାରୀ ମାନ୍ୟବର ବିଧାୟକ ଲାଞ୍ଜିଗଡ଼ , ରାଜ୍ୟ କୋଶଳେଶ୍ୱର ମାଳୀସମାଜ ବିକାଶ ପରିଷଦର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବାସୁଦେବ ମାର୍ଥା, ମୁଖ୍ୟବକ୍ତା ଭାବରେ ମୋହନ ପୁଟେଲ, ଅନ୍ୟତମ ଅତିଥି ଭାବେ ବଲାଙ୍ଗୀର ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲ, ରାଜ୍ୟ ଉପ- ସଭାପତି ଦାରାସିଂହ ପୁଟେଲ, ତହସିଲଦାର ପୂର୍ଣ୍ଣାନନ୍ଦ ପୁଟେଲ, ଲାଲମୋହନ ପୁଟେଲ,ଯୋଗୀରାମ ପଟେଲ, ସୁବାଷ ପୁଟେଲ, କଳାକାହ୍ନୁ ପୁଟେଲ, ଶେଷଦେବ ପୁଟେଲ, ଲଷ୍ମୀଧର ପୁଟେଲ, ତ୍ରିପାଠୀ ପୁଟେଲ, ଜପ ପୁଟେଲ, ଯୁବରାଜ ପୁଟେଲ, ଲଳିତ ମୋହନ ନାଏକ, ବିଭୀଷଣ ମାଳୀ, ଅଗସ୍ତି ପୁଟେଲ, ଅଭିରାମ ବାରିଆ, କ୍ଷେତ୍ର ମୋହନ ପଟେଲ, ନିରଞ୍ଜନ ପୁଟେଲ, ନୀଳାମ୍ବର ନାଏକ, ଯଦୁମଣି ପୁଟେଲ, ଗୋପବନ୍ଧୁ ପୁଟେଲ ତଥା ସମସ୍ତ ଅଞ୍ଚଳ ରୁ ଆସିଥିବା ସଭାପତି ସମ୍ପାଦକ ମଞ୍ଚାସିନ ଥିଲେ l ଏହି ଅବସରରେ ରାଜ୍ୟ ଜୋନ ଉପ- ସଭାପତି ସ୍ବର୍ଗତ ବିରାଜ ପୁଟେଲଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା ପରେ ପରେ କୁନିକୁନି ଝିଅ ମାନଙ୍କ ଦ୍ୱାରା ସ୍ୱlଗତ ସଂଗୀତ ଗାନ କରା ଯାଇଥିବାବେଳେ ସମସ୍ତ ମଞ୍ଚାସୀନ ଅତିଥି ମାଳି ସମାଜର ଉନ୍ନତି ତଥା ସାମାଜିକ ରୀତିନୀତି ଉପରେ ନିଜ ନିଜର ଚିନ୍ତା ଧାରା ମତ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମାଜ ସେବୀ ମାନଙ୍କୁ ମାନପତ୍ର ଦିଆ ଯାଇଥିଲା l ଏହି କାର୍ଯ୍ଯକ୍ରମର ଶୁଭ ମୁହୁର୍ତ୍ତ ରେ ମାନ୍ୟବର ଲୋକସଭା ସଦସ୍ୟ ଶ୍ରୀଯୁକ ବସନ୍ତ ପଣ୍ଡାଙ୍କ ଦ୍ଵାରା ନୂତନ ସମାଜ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସlଙ୍ଗ କରାଯାଇଥିଲା l

ଭବାନୀପାଟଣା ରୁ କିଷନ ଶର୍ମାଙ୍କ ରିପୋର୍ଟ

Related posts

ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସର୍ବ ଧର୍ମ ନୂଆଖାଇ ତିହାର ପାଳନ 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପ୍ରେମ ଅଡିସନ୍‌

Sunil Chandra Nayak

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର….

Sunil Chandra Nayak

Leave a Comment

error: Content is protected !!