ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ସାମ୍ବାଦିକ ସଂଘ ର ପରିବର୍ଦ୍ଧିତ ସାଧାରଣ ପରିଷଦ ବୈଠକ ଏବଂ ସମ୍ବର୍ଦ୍ଧନା ସମାରୋହ

   ଲକ୍ଷ୍ମଣ ରେଖା ମଧ୍ୟରେ ଗୁଣାତ୍ମକ ସମ୍ବାଦ ପରିବେଷଣ ଦିଗରେ ସାମ୍ବାଦିକ ଯତ୍ନବାନ ହେବା ଉଚିତ 

ଭବାନୀପାଟଣା, ତା ୨୪.୦୯.୨୦୨୨  ତୃଣମୂଳ ସ୍ତର ର ଆବଶ୍ୟକତା ଅନୁସାରେ ସମାଜର ସମସ୍ୟା ପ୍ରତି ଗୁରୁତ୍ବ ଦେଇ ସେସବୁର ସମାଧାନ ପାଇ ଚେଷ୍ଟା କରିବା ସହିତ ଲକ୍ଷ୍ମଣ ରେଖା ମଧ୍ୟରେ ଅନୁସନ୍ଧାନ ମୂଳକ ସତ୍ୟ ସମ୍ବାଦ ପରିବେଷଣ କରିବା ପାଇ ସାମ୍ବାଦିକ ଅଧିକ ଯତ୍ନବାନ ହେବା ଉଚିତ ବୋଲି କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ଦିଆଯାଇଥିବା ସମ୍ବର୍ଦ୍ଧନା ର ଉତ୍ତର ଦେଇ ବର୍ଷୀୟାନ ସାମ୍ବାଦିକ ପୂର୍ବ ସାଂସଦ ତଥା ପୂର୍ବ ମନ୍ତ୍ରୀ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ପ୍ରକାଶ କରିଥିଲେ । ଅସି ଠାରୁ ମଶୀ ବଳୀୟାନ, ଶକ୍ତିଶାଳୀ ଅନ୍ୟାୟ ବିରୁଦ୍ଧରେ ଯେମିତିକି ଶାଣିତ କଲମ ଚାଳନା ଦ୍ବାରା ସଂଗ୍ରାମ କରିହେବ ବୋଲି ପ୍ରକାଶ କରିବା ସହ ଋଷ – ୟୁକ୍ରେନ ଯୁଦ୍ଧ ର ଉଦାହରଣ ଦେଇ ସ୍ବାଭିମାନୀ ମଣିଷ ଶେଷ ହୋଇଯିବ ପଛେ କେବେ ନଇ ପଡିବ ନାହି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ । ସମୟ ସ୍ରୋତରେ ସାମ୍ବାଦିକ ମାନେ ଏକଜୁଟ ହୋଇ ସଙ୍ଗଠନକୁ ଆଗକୁ ନେବାକୁ ରାଜ୍ୟ ସାମ୍ବାଦିକ ସଂଘର ବରିଷ୍ଠ ଉପସଭାପତି ଶ୍ରୀ କୀର୍ତ୍ତି ଚନ୍ଦ୍ର ସାହୁ ସାରଗର୍ଭକ ଉଦବୋଧନ ଦେଇଥିଲେ । ଆଗାମୀ ଦିନରେ ସାମ୍ବାଦିକ ମାନଙ୍କ କଲ୍ୟାଣ କିପରି ଭାବେ ହୋଇପାରିବ ସେଥିପ୍ରତି ସଂଘ ମାଧ୍ୟମରେ ଯତ୍ନବାନ ହେବାକୁ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ ପାଢି ଆଲୋଚନା ମାଧ୍ୟମରେ ପ୍ରକାଶ କରିଥିଲେ । ଗତ କରୋନା ସମୟରେ ରାଜ୍ୟ ସାମ୍ବାଦିକ ସଂଘ ଏଶୟୁଜେ ତରଫରୁ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରିବାକୁ ଦାବି କରିବା ସହିତ କଳାହାଣ୍ଡିର ଦିବଙ୍ଗତ ସାମ୍ବାଦିକ ରୋହିତ ବିଶ୍ବାଳ ପରିବାରକୁ ସରକାରୀ ସହାୟତା ଦେବାକୁ ଦାବି କରି ସଫଳ ହୋଇଥିବା ବିଷୟ ରାଜ୍ୟ ସମ୍ପାଦକ ଶ୍ରୀ ମହେନ୍ଦ୍ର ଦର୍ଜି ପ୍ରକାଶ କରିଥିଲେ । ସାମ୍ପ୍ରତିକ ପରିସ୍ଥିତିରେ ସାମ୍ବାଦିକ ମାନେ ଏକଜୁଟ ହୋଇ ସାମାଜିକ ସମସ୍ୟାର ସମାଧାନ କରିବାକୁ ଚେଷ୍ଟିତ ହେବା ଆବଶ୍ୟକ ଏବଂ ଆପଣଙ୍କ ସହଯୋଗରେ ଏଶୟୁଜେ ଏବଂ ଜାତୀୟ ସାମ୍ବାଦିକ ସଂଘ ଅଧିକ ସୁଦୃଢ ହେବା ସହ ଆପଣଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ବୋଲି ଜାତୀୟ ସାମ୍ବାଦିକ ସଂଘ ର ସମ୍ପାଦକ ପ୍ରକାଶ କରିଥିଲେ କଳାହାଣ୍ଡି ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ବୈଠକ ରେ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ଯୋଗ ଦେଇ ବର୍ତମାନ ପରିସ୍ଥିତିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଏକଜୁଟ ହୋଇ ଲକ୍ଷ୍ମଣ ରେଖା ମଧ୍ୟରେ ରାୟ ସେସବୁର ସମାଧାନ କରିବାକୁ ଆହ୍ବାନ କରିଥିଲେ । ଛିଣ୍ଡି ପଡିଥିବା ଅଙ୍ଗୁର ଠାରୁ ପେନ୍ଥା ଅଙ୍ଗୁର ର ମୂଲ୍ୟ ଅଧିକ ଥିବା ଉଦାହାରଣ ଦେଇ ସମସ୍ତେ ଏକଜୁଟ ହେବାକୁ ଆହ୍ବାନ ଜଣାଇଥିଲେ । ବିଗତ ଦିନରେ କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ବହୁ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅନେକ କାର୍ଯ୍ୟକ୍ରମ କରିଥିବା ବିଷୟ ଉଲ୍ଲେଖ କରି ଆଗାମୀ ଦିନରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ସଭାପତି ମହମ୍ମଦ ଅଲି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀଯ ପର୍ଯ୍ୟାୟ ବୈଠକ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ତଥା ପୂର୍ବତନ ମନ୍ତ୍ରୀ ବର୍ଷୀୟାନ ସାମ୍ବାଦିକ ଶ୍ରୀ ରାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବେଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜାତୀୟ ସାମ୍ବାଦିକ ସଂଘ ର ସମ୍ପାଦକ ଅଜୟ ସାହୁ ଓ କାର୍ଯ୍ୟକାରୀ ସଭ୍ୟ ବବୁଲ ସିଂହ, ରାଜ୍ୟ ସାମ୍ବାଦିକ ସଂଘ ର ଉପସଭାପତି କୀର୍ତି ଚନ୍ଦ୍ର ସାହୁ ଓ ଦୁଷ୍ମନ୍ତ କୁମାର ପଣ୍ଡା, ସାଧାରଣ ସମ୍ପାଦକ ପ୍ରଶାନ୍ତ ପାଢି, ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ ଓ ବିଭୁପ୍ରସାଦ ପଣ୍ଡା ଯୋଗ ଦେଇଥିଲେ ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ, ରାମ କୁମାର ସେନାପତି, ସୁଜିତ କୁମାର ବେହେରା, ନିରଞ୍ଜନ ଗୌଡ, ତୁଳମଣି ନାଗ, ବିକାଶ ଷଡଙ୍ଗୀ, ପରମାନନ୍ଦ ଠାକୁର, ଚକ୍ରଧର ବେହେରା, ରଘୁମଣି ପୂଜାରୀ, ଅଶୋକ ସାହୁ, ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପୂଜ୍ୟ ପୂଜାର ପରମ୍ପରା ଆରମ୍ଭ କରି ଛାତ୍ରଜୀବନରୁ ସାମ୍ବାଦିକତା କରି ଜନମାନସରେ ଆଦୃତ ହୋଇ ଭବାନିପାଟଣା ମ୍ୟୁନିସିପାଲିଟିର ଅଧ୍ୟକ୍ଷ, ବିଧାୟକ ତଥା ସାଂସଦ ଏବଂ ରାଜ୍ୟର କେବିନେଟ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିବା ଏବଂ ବଯସର ଅପରାହ୍ନରେ ମଧ୍ୟ ସାହିତ୍ୟ ସାଧନାରେ ବ୍ରତୀ ଥାଇ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରଷ୍କାର ପ୍ରାପ୍ତ ବର୍ଷୀୟାନ ସାମ୍ବାଦିକ ସାହିତ୍ୟିକ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ଙ୍କୁ ଜୀବନ ବ୍ଯାପୀ ସାଧନ ପାଇ ସମ୍ମାନିତ କରାଯାଇଥିଲା କଳାହାଣ୍ଡି ଜିଲ୍ଲାର ସର୍ବ କନିଷ୍ଠ ସାମ୍ବାଦିକ ଭାବେ ୨୧ ବର୍ଷୀୟ ବାଳ କୁମାର ସାହୁ ଏବଂ ଧର୍ମରାଜ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା । ଦୃଢ ସଂଗଠକ ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀଯ ଅବଦାନ ପାଇଁ ଜିଲ୍ଲା ସଭାପତି ଏବଂ ଦୁଷ୍ମନ୍ତ କୁମାର ପଣ୍ଡାଙ୍କୁ ରାଜ୍ୟ ସାମ୍ବାଦିକ ସଂଘ ତରଫରୁ ସମ୍ମାନିତ କରାଯାଇଥିଲା । ସେହିପରି ଜିଲ୍ଲାର ଏକ ମାତ୍ର ସ୍ବୀକୃତିପ୍ରାପ୍ତ ସାମ୍ବାଦିକ ପୂର୍ବ ସାଂସଦ ସ୍ବର୍ଗତ ସୁବାଶ ନାୟକ ଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା ଶେଷରେ ଜିଲ୍ଲାର ନୂତନ କାର୍ଯ୍ୟକର୍ତା ମାନଙ୍କ ନାମ ରାଜ୍ୟ ଉପସଭାପତିଙ୍କ ଦ୍ବାରା ଘୋଷଣା କରାଯାଇଥିଲା । ମହମ୍ମଦ ଅଲି ସଭାପତି, ଦୁଷ୍ମନ୍ତ କୁମାର ପଣ୍ଡା କାର୍ଯ୍ୟକାରୀ ସଭାପତି ବିଭୂଟି ଭୂଷଣ ମାହାକୁଡ, ସୁଜିତ କୁମାର ବେହେରା ଓ ରାମ କୁମାର ସେନାପତି ଉପ ସଭାପତି, ଜଗମୋହନ ପଟ୍ଟନାୟକ ସାଧାରଣ ସମ୍ପାଦକ, ଦୁଃଖୀଷୟମ ପ୍ରଧାନ ଯୁଗ୍ମ ସମ୍ପାଦକ, ବିକାଶ ଷଡଙ୍ଗୀ ସଂଗଠନ ସମ୍ପାଦକ, ନିରଞ୍ଜନ ଗୌଡ, ଚକ୍ରଧର ବେଶରା, ତୁଳମଣି ନାଗ ଓ ପରମାନନ୍ଦ ଠାକୁର ସମ୍ପାଦକ, ଅମିତ କୁମାର ଅଗ୍ରୱାଲ କୋଷାଧ୍ୟକ୍ଷ, ହିରଣ୍ୟ ବେହେରା, ସଞ୍ଜୟ ସିଂହ, ଚିତ୍ରସେନ ବାଗ,ବିଜୟ ମହାକୁଡ, ରଘୁମଣି ପୂଜାରୀ, ନୟନ କୁମାର ପଣ୍ଡା, ସ୍ନିଗଧା ରାଣୀ ସିଂହ, ଅମଜାଦ ଖାନ, ସୁଶାନ୍ତ ମଲ୍ଲିକ, ମନସୁର ଇଲାହି ଙ୍କୁ କାର୍ଯ୍ୟକାରୀ ସଭ୍ୟ ଭାବେ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ଲକ୍ଷ୍ମୀ ବାଗ, ସଂଗ୍ରାମ ପାତ୍ର, ଅଜିତ ପୂଜାରୀ, ଜଗଦୀଶ ନାଏକ, ଗଣେଶ ବାଗ, କ୍ଷୀରୋଦ ମଙ୍ଗରାଜ ପ୍ରମୁଖ ସମସ୍ତେ ସହଯୋଗ କରିଥିଲେ ।

କିଶନ ଶର୍ମା ଙ୍କ ରିପୋର୍ଟ 

Related posts

ଗଣମାଧ୍ୟମ ଗଣତନ୍ତ୍ରର ବଳ: ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ

Sunil Chandra Nayak

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

Sunil Chandra Nayak

ଆସନ୍ତା ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିବ ସେଲିବ୍ରେସନ କମିଟି

Sunil Chandra Nayak

Leave a Comment

error: Content is protected !!