ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିନା ଟ୍ରେଡ ଲାଇସେନ୍ସ ରେ ଚାଳିଛି ବାଇକ ସୋରୁମ

ଜୁନାଗଡ଼,୨୬/୧୦(ମ ନି ସ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମ ର ଏସ.ବି.ଆଇ.ନିକଟରେ ପ୍ରାୟ ମାସେ ହେବ ଟି ଭି ଏସ ବାଇକ୍ ଶୋରୁମ୍ ଖୋଲିଛି, ଟି ଭି ଏସ କମ୍ପାନୀ ର ବାଇକ୍ ସୋରୁମ ରେ ଦୁର୍ଗା ପୂଜା ଓ ଦୀପାବଳୀ ଅଫର୍ ଦେଇ ଏକାଧିକ ମୋଟର ସାଇକେଲ ବିକ୍ରୟ କରାଯାଇଛି,ତେବେ ଚାରବାହାଲ ଠାରେ ଖୋଲା ଯାଇଥିବା ଏହି ଟି ଭି ଏସ ବାଇକ୍ ଶୋରୁମ ର ଟ୍ରେଡ ଲାଇସେନ୍ସ ନଥିବା ଜଣା ପଡିଛି, ଫଳରେ ସରକାର ଙ୍କ ର ଲକ୍ଷାଧିକ ଟଙ୍କା ରାଜସ୍ୱ ହାନି ହେଉଛି,ଏହି ବାଇକ୍ ସୋରୁମ୍ ର ଅଧିକୃତ ବିକ୍ରେତା ପାଇଁ ଜୟପାଟଣା ଠାରେ ଅନୁମତି ମିଳିଥିବା ବେଳେ ଚାରବାହାଲ ଠାରେ ବେଆଇନ ଭାବେ ସୋରୁମ ଖୋଲା ଯାଇଛି l ଏହି ସୋରୁମ୍ ର ମାଲିକ ଙ୍କୁ ଏ ନେ଼ଇ ପଚାରି ବାରୁ ସେ ଟ୍ରେଡ ଲାଇସେନ୍ସ ଆବେଦନ କରିଥିବା କହିଛନ୍ତି।ଅନ୍ୟ ପକ୍ଷରେ ଟ୍ରେଡ୍ ଲାଇସେନ୍ସ ମିଳିବା ପର୍ୟ୍ୟନ୍ତ କୋଣସି ସ୍ଥାନରେ ବାଇକ୍ ସୋରୁମ ଖୋଳିବା ଓ ବିକ୍ରି କରିବା ବେଆଇନ ଅଟେ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ପ୍ରକାଶ ଥାଉ ଯେ ପୂର୍ବ ରୁ ଚାରବାହାଲ ବସଷ୍ଟାଣ୍ଡ ଠାରେ ଟିଭିଏସ ବାଇକ୍ କମ୍ପାନୀ ର ବାଇକ୍ ସୋରୁମ ଥିଲା ହେଲେ କୋଣସି କାରଣରୁ ଏହା ବନ୍ଦ ହୋଇଯାଇଛି,ଯାହାର ଫାଇଦା ନେଇ ଜୟପାଟଣା ଅଞ୍ଚଳ ର ବ୍ୟବସାୟୀ ଏଠାରେ ବାଇକ୍ ସୋରୁମ୍ ଖୋଲି ବେଆଇନ ଭାବେ ବେପାର ଚଳାଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ‘ପରିକ୍ରମା’ଆନୁକୂଲ୍ଯରେ ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ବାଲ୍ୟବିବାହ ନିବାରଣ ପାଇଁ ଗଡିଲା ସଚେତନତା ରଥ

Sunil Chandra Nayak

ପାଳିତ ହେଲା ଐତିହସିକ ପୋଡାଗଡ ଦଶହରା 

Sunil Chandra Nayak

Leave a Comment

error: Content is protected !!