ଜୁନାଗଡ଼,୨୬/୧୦(ମ ନି ସ):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚାରବାହାଲ ଗ୍ରାମ ର ଏସ.ବି.ଆଇ.ନିକଟରେ ପ୍ରାୟ ମାସେ ହେବ ଟି ଭି ଏସ ବାଇକ୍ ଶୋରୁମ୍ ଖୋଲିଛି, ଟି ଭି ଏସ କମ୍ପାନୀ ର ବାଇକ୍ ସୋରୁମ ରେ ଦୁର୍ଗା ପୂଜା ଓ ଦୀପାବଳୀ ଅଫର୍ ଦେଇ ଏକାଧିକ ମୋଟର ସାଇକେଲ ବିକ୍ରୟ କରାଯାଇଛି,ତେବେ ଚାରବାହାଲ ଠାରେ ଖୋଲା ଯାଇଥିବା ଏହି ଟି ଭି ଏସ ବାଇକ୍ ଶୋରୁମ ର ଟ୍ରେଡ ଲାଇସେନ୍ସ ନଥିବା ଜଣା ପଡିଛି, ଫଳରେ ସରକାର ଙ୍କ ର ଲକ୍ଷାଧିକ ଟଙ୍କା ରାଜସ୍ୱ ହାନି ହେଉଛି,ଏହି ବାଇକ୍ ସୋରୁମ୍ ର ଅଧିକୃତ ବିକ୍ରେତା ପାଇଁ ଜୟପାଟଣା ଠାରେ ଅନୁମତି ମିଳିଥିବା ବେଳେ ଚାରବାହାଲ ଠାରେ ବେଆଇନ ଭାବେ ସୋରୁମ ଖୋଲା ଯାଇଛି l ଏହି ସୋରୁମ୍ ର ମାଲିକ ଙ୍କୁ ଏ ନେ଼ଇ ପଚାରି ବାରୁ ସେ ଟ୍ରେଡ ଲାଇସେନ୍ସ ଆବେଦନ କରିଥିବା କହିଛନ୍ତି।ଅନ୍ୟ ପକ୍ଷରେ ଟ୍ରେଡ୍ ଲାଇସେନ୍ସ ମିଳିବା ପର୍ୟ୍ୟନ୍ତ କୋଣସି ସ୍ଥାନରେ ବାଇକ୍ ସୋରୁମ ଖୋଳିବା ଓ ବିକ୍ରି କରିବା ବେଆଇନ ଅଟେ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,ପ୍ରକାଶ ଥାଉ ଯେ ପୂର୍ବ ରୁ ଚାରବାହାଲ ବସଷ୍ଟାଣ୍ଡ ଠାରେ ଟିଭିଏସ ବାଇକ୍ କମ୍ପାନୀ ର ବାଇକ୍ ସୋରୁମ ଥିଲା ହେଲେ କୋଣସି କାରଣରୁ ଏହା ବନ୍ଦ ହୋଇଯାଇଛି,ଯାହାର ଫାଇଦା ନେଇ ଜୟପାଟଣା ଅଞ୍ଚଳ ର ବ୍ୟବସାୟୀ ଏଠାରେ ବାଇକ୍ ସୋରୁମ୍ ଖୋଲି ବେଆଇନ ଭାବେ ବେପାର ଚଳାଇଛନ୍ତି।
ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ