ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜରି ପାଳ ତଳେ ବିତୁଛି ତିନି ପ୍ରାଣୀଙ୍କ ଜୀବନ, ଆବାସ ଯୋଜନାରେ ମିଳିପାରି ନାହିଁ ପକ୍କା ଘର, ଦୃଷ୍ଟି ଦେବେକି ପ୍ରସାଶନ ?

ରୁପ୍ରା, (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମର ବେଲ ହରିଜନ ନିଜ ଝିଅ ପୂର୍ଣ୍ଣମୀଙ୍କୁ ଅନ୍ୟତ୍ର ବାହା ଦେଇଥିଲେ। ତାଙ୍କର ଦୁଇଟି ସନ୍ତାନ ଜନ୍ମ ହେବାପରେ ସେଠାରେ ପରିବାର ଚଳାଇବା ପାଇଁ ଅସୁବିଧା ଦେଖା ଦେବାରୁ ତାଙ୍କ ସ୍ୱାମୀ ଅଜିତ କରୁଆଁ ଦାଦନ ଶ୍ରମିକ ଭାବରେ ତାମିଲନାଡୁ ଚାଲି ଯାଇଥିଲେ। ତାମିଲନାଡୁରେ କାର୍ଯରତ ଅବସ୍ଥାରେ କୌଣସି ଯନ୍ତ୍ରରେ ଡାହାଣ ହାତ ଫସି ଯିବାରୁ ହାତକୁ କାଟିବାକୁ ପଡିଲା, ଫଳରେ ଅଜିତ ଦିବ୍ୟାଙ୍ଗ ହୋଇଗଲେ। ପରିବାର ଚିନ୍ତା ତଥା ଦୁଇଝୀଅ ସୋହାନୀ ଓ ଶାଳିନୀଙ୍କ ଭବିଷ୍ୟତ ଜୀବନ ପାଇଁ ଦିବ୍ୟାଙ୍ଗ ହୋଇ ମଧ୍ୟ ଅଜିତ ପତ୍ନୀ ପୂର୍ଣ୍ଣମୀ ଓ ଦୁଇ ଝିଅକୁ ଶଶୁର ଗାଁ ରୁପ୍ରାରେ ଛାଡି ପୁଣି ଦାଦନ ଖଟିବାକୁ ତାମିଲନାଡୁ ଚାଲିଗଲେ। ଫଳରେ ଦୀର୍ଘ ତିନି ବର୍ଷ ହେଲା ଏହି ତିନି ମା’ ଛୁଆଙ୍କ ଜୀବନ ଜରିପାଳ ତଳେ ବିତୁଛି। ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ, ଉକ୍ତ ଜରିପାଳ ତଳେ ରହିବା ସମ୍ଭବ ନହେବାରୁ କିଛିଦିନ ହେଲା ନିଜ ବାପାଙ୍କ ପାଖରେ ଆଶ୍ରୟ ନେଉଥିବା କହିଛନ୍ତି। ପୂର୍ଣ୍ଣମୀଙ୍କ କହିବା ମୁତାବକ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ବାରମ୍ବାର ନିବେଦନ କରିବା ସତ୍ତ୍ୱେ ତାଙ୍କ ଗୁହାରି କେହି ଶୁଣୁ ନଥିବା କହିଛନ୍ତି, ସେହିପରି ତାଙ୍କ ପରିବାର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇ ନଥିବାରୁ ଚାଉଳ ମଧ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା ଘୋଷଣା କରୁଥିବା ବେଳେ ଏହାର ସୁଫଳ ପ୍ରକୃତ ହିତାଧିକାରୀଙ୍କୁ ମିଳି ପାରୁ ନାହିଁ। ଏଣୁ ଉକ୍ତ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ଓ ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଚାଉଳ ଯୋଗାଇ ଦେବାକୁ ପୂର୍ଣ୍ଣମୀ ପ୍ରସାଶନଙ୍କୁ ନିବେଦନ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କଲେ ଗୋଲାମୁଣ୍ଡା ସରପଞ୍ଚ

Sunil Chandra Nayak

ଫୁଲବାଣୀ ଚା ଦୋକାନୀ ର ପୁଅ ହେବ ଡାକ୍ତର , ଲୋକଙ୍କ ର ସେବା ହେବ ତାଙ୍କର ବ୍ରତ

Sunil Chandra Nayak

ଝୁଲେନବର ଗ୍ରାମରେ ଘଟିଛି ଅଭାବନୀୟ ଘଟଣ। , ଛୁଆ ଙ୍କ କଳହ କୁ କେନ୍ଦ୍ର କରି ଟାଙ୍ଗିଆ ମାଡ

Sunil Chandra Nayak

Leave a Comment

error: Content is protected !!