Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଶେଷ ଇଛା by Sunil Chandra NayakSeptember 25, 20220198 Share1 ଶେଷ ଇଛା ଶେଷ ଇଛା ମୋର କରିବ ପୂରଣ ଏତିକି କରୁଣା ହେବ ଶେଷ ଥର ପାଇଁ ଦେବକି ଦର୍ଶନ ପିଣ୍ଡରୁ ପ୍ରାଣ ମୋ ଯିବ ଶେଷ ଇଛା ମୋର……………୧ ପାପ ପୁଣ୍ୟ ସବୁ ଯେତେ ମୁଁ କରିଛି ତୁମେ ଏକା ସାକ୍ଷୀ ମୋର ମୋ ପାପର ଦଣ୍ଡ ଏକା ମୁଁ ଭୋଗିବି ଭୋଗିବାକୁ ନାହିଁ ଡର ମୋ ପୁଣ୍ୟ ଫଳ କୁ ସଂସାରେ ବାଣ୍ଟିଦେ ତୋ ସଂସାର ସୁଖେ ଥିବ ଶେଷ ଇଛା ମୋର……………୨ ବୈକୁଣ୍ଠରେ ମତେ ସ୍ଥାନତ ନମିଳୁ ଦୁଃଖ ମୁଁ କରିବି ନାହିଁ ସ୍ଵର୍ଗଦ୍ଵାରେ ଯୁଇ ନ’ଜଳୁ ପଛକେ ଭାବିବାର କିଛି ନାହିଁ ଏତିକି ପ୍ରାର୍ଥନା ପ୍ରଭୁ ପାଦତଳେ ଚରଣେରେ ସ୍ଥାନ ଦେବ ଶେଷ ଇଛା ମୋର କରିବ ପୂରଣ ଏତିକି କରୁଣା ହେବ………….୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର