ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଶେଷ ଇଛା 

          ଶେଷ ଇଛା 

ଶେଷ ଇଛା ମୋର କରିବ ପୂରଣ
ଏତିକି କରୁଣା ହେବ
ଶେଷ ଥର ପାଇଁ ଦେବକି ଦର୍ଶନ
ପିଣ୍ଡରୁ ପ୍ରାଣ ମୋ ଯିବ
ଶେଷ ଇଛା ମୋର……………୧ 
ପାପ ପୁଣ୍ୟ ସବୁ ଯେତେ ମୁଁ କରିଛି
ତୁମେ ଏକା ସାକ୍ଷୀ ମୋର
ମୋ ପାପର ଦଣ୍ଡ  ଏକା ମୁଁ ଭୋଗିବି
ଭୋଗିବାକୁ ନାହିଁ ଡର
ମୋ ପୁଣ୍ୟ ଫଳ କୁ ସଂସାରେ ବାଣ୍ଟିଦେ 
ତୋ ସଂସାର ସୁଖେ ଥିବ 
ଶେଷ ଇଛା ମୋର……………୨ 
ବୈକୁଣ୍ଠରେ ମତେ ସ୍ଥାନତ ନମିଳୁ
ଦୁଃଖ ମୁଁ କରିବି ନାହିଁ 
ସ୍ଵର୍ଗଦ୍ଵାରେ  ଯୁଇ  ନ’ଜଳୁ ପଛକେ 
ଭାବିବାର କିଛି ନାହିଁ
ଏତିକି ପ୍ରାର୍ଥନା ପ୍ରଭୁ ପାଦତଳେ 
ଚରଣେରେ ସ୍ଥାନ ଦେବ
ଶେଷ ଇଛା ମୋର କରିବ ପୂରଣ
ଏତିକି କରୁଣା ହେବ………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତଦାରଖ କଲେ ସିନାପାଲି ବ୍ଲକ ଅଧ୍ୟକ୍ଷା 

Sunil Chandra Nayak

ବସ ଟ୍ରକ ମୁହାଁ ମୁହିଁ 2 ଗୁରୁତର

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ଲୁହରେ ଲେଖୁଛି ଚିଠି 

Sunil Chandra Nayak

Leave a Comment

error: Content is protected !!