ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅସହାୟ ବିକଳାଙ୍ଗ ବୃଦ୍ଧା ବିଶ୍ୱମ୍ବର ପଟେଲ ଙ୍କୁ ତିନି ଚକିଆ ରିକ୍ସାର ସୁବ୍ୟବସ୍ଥା

 ଟେମରି (ମ. ନି. ସ ):-ଦୀର୍ଘ ଦିନ ଧରି ଅସହାୟ ବିକଳାଙ୍ଗ ଅବସ୍ଥାରେ ରହୁ ଥିବା ଜଣେ ବୃଦ୍ଧାଙ୍କୁ ତିନି ଚକିଆ ରିକ୍ସାର ସୁବ୍ୟବସ୍ଥା କଲେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ lଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତର କୁମ୍ଭାରୀ ଗ୍ରାମର ବିଶ୍ୱମ୍ବର ପଟେଲ ଙ୍କୁ ମହେନ୍ଦ୍ର ପଧାନଙ୍କ ପରାମର୍ଶ କ୍ରମେ ଟେମରି ୱାର୍ଡ ମେମ୍ବର ଆନନ୍ଦ ସୁନାନୀ ବ୍ଲକକୁ ନେଇ ଯାଇ ଥିଲେ ଓ ବୃଦ୍ଧାଙ୍କ ସହଯୋଗ ପାଇଁ ତିନି ଚକିଆ ରିକ୍ସା ଗାଡି ର ସୁବିଧା ମିଳିବା ପାଇଁ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷ ଙ୍କୁ ଅନୁରୋଧ କରି ଥିଲେ l ବିଶ୍ୱମ୍ବର ପଟେଲଙ୍କ ଦୁଃଖଦେଖି ନ ପରି ବିଡ଼ିଓ ସନ୍ଧ୍ୟା ରାନୀ ପ୍ରଧାନ ଓ ବ୍ଲକ ଅଧ୍ୟାକ୍ଷ ବିନ୍ଦୁ ମହାନନ୍ଦ ତାହାର ସୁବ୍ୟବସ୍ଥା କରିଥିଲେl ଏଥିରେ ଗୋଲାମୁଣ୍ଡା ବ୍ଲକ ୟୁନିଅନ ସଭାପତି ସରପଞ୍ଚ ସମୀର ରାଉତ,ଜିପିଓ ଓ ବ୍ଲକ ଷ୍ଟାଫ ଉପସ୍ଥିତ ଥିଲେ l

          ଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ଖୁଲା ଆକାଶ ରେ ଧାନମଣ୍ଡି, ଅଦିନିଆ ବର୍ଷା ରେ ଭିଜିଲା ଧାନ ବସ୍ତା

Sunil Chandra Nayak

ଆଉ ଚାଲିବନି ତିନି ଯୋଡ଼ା ଏକ୍ସପ୍ରେସ ଟ୍ରେନ୍

Sunil Chandra Nayak

ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମ ଅଭିଯୋଗ ଶୁଣାଣି

Sunil Chandra Nayak

Leave a Comment

error: Content is protected !!