Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଦୁଃଖ by Sunil Chandra NayakSeptember 16, 20220162 Share0 ଦୁଃଖ କେତେ ଆଉ ଦୁଃଖ ଦେବ ଆହେ ଦୀନବନ୍ଧୁ ଦୀନ ଦୁଃଖୀ ବୋଲି ସିନା ତୁମ ପାଶେ କାନ୍ଦୁ କେତେ ଆଉ ଦୁଃଖ ଦେବ ………..୧ ସରଗର ସୁଖ ତୁମେ କାହାକୁ ଦେଇଛ ମୋ ଭାଗ୍ୟରେ ଏତେ ଦୁଃଖ କାହିଁକି ଲେଖିଛ କି ଦୋଷ କରିଛି କୁହ ଆହେ କୃପାସିନ୍ଧୁ କେତେ ଆଉ ଦୁଃଖ ଦେବ ………..୨ ସତେ କିବା କୃପାହେବ ମୋହରି ଉପରେ ଦୋଷ ମୋର କ୍ଷମା ଦେଵ ତୁମେ କି ସତରେ ଭାବିଥିଲି ଜୀବନରେ ତୁମେ ମୋର ବନ୍ଧୁ କେତେ ଆଉ ଦୁଃଖ ଦେବ ………..୩ ତୁମ ପାଦ ଧୂଳି ଯେବେ ମଥାରେ ଲାଗିବ ପାପ ପୁଣ୍ୟ ସବୁ ମୋର କିଛି ନ ରହିବ ଏତିକି କରୁଣା କର ଆହେ କୃପାସିନ୍ଧୁ କେତେ ଆଉ ଦୁଃଖ ଦେବ ଆହେ ଦୀନବନ୍ଧୁ………..୪ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର